ବର୍ଷାଦିନେ ଗର୍ଭବତୀ ମହିଳାଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ


ଗ୍ରୀଷ୍ମ ପରେ ବର୍ଷାର ଆଗମନରେ ସମସ୍ତଙ୍କ ମନରେ ଖୁସି ଭରିଯାଏ କିନ୍ତୁ ବର୍ଷାଦିନେ ଗର୍ଭବତୀ ମହିଳା ଓ ସେମାନଙ୍କ ଗର୍ଭରେ ବଢୁଥିବା ସନ୍ତାନ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏହି ସମୟରେ ସାମାନ୍ୟ ଅସାବଧାନତା ଗର୍ଭସ୍ଥ ଶିଶୁ ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ । ବର୍ଷାଦିନେ ବିଭିନ୍ନ ରୋଗ ବେମାରି ହେବାର ଅନେକ ସମ୍ଭାବନା ରହିଥାଏ । ତେଣୁ ଗର୍ଭବତୀ ମହିଳା ଏହି ସମୟରେ ନିଜର ଖାଦ୍ୟପେୟ, ପୋଷାକପତ୍ର ଓ ପରିବେଶ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଏହି ସମୟରେ ସଂକ୍ରମଣ ବିପଦ ଅଧିକ ରହିଥାଏ ଓ ଏହା ମା’ ଓ ଶିଶୁ ଉଭୟଙ୍କୁୁ ପ୍ରଭାବିତ କରିଥାଏ । ଏଣୁ ଏହି ସମୟରେ ଗର୍ଭବତୀ ମହିଳା କେଉଁ ବିଷୟ ଉପରେ ଧ୍ୟାନ ଦେବା ଉଚିତ ଆସନ୍ତୁ ଜାଣିବା ।

ବାହ୍ୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ : ବର୍ଷାଦିନେ ବ୍ୟାକ୍ଟେରିଆ ଜନିତ ରୋଗ ହେବାର ଅନେକ ସମ୍ଭାବନା ରହିଥାଏ । ଏଣୁ ଏହି ସମୟରେ ବାହାରର ସଂକ୍ରମିତ ଖାଦ୍ୟପାନୀୟ ଗ୍ରହଣ କରିବା ଅନୁଚିତ । ଏହା ଆପଣଙ୍କୁ ଓ ଆପଣଙ୍କ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଇପାରେ ।

ଫୁଟା ପାଣି ପିଅନ୍ତୁ : ବର୍ଷାଦିନେ ପାଣି ଖୁବ ଶୀଘ୍ର ଦୂଷିତ ହୋଇଥାଏ । ତେଣୁ ଏହି ସମୟରେ ସର୍ବଦା ପାଣିକୁ ଫୁଟାଇ ଫିଅନ୍ତୁ । ପାଣି ଫୁଟାଇବା ଦ୍ୱାରା ଏଥିରେ ଥିବା ବ୍ୟାକ୍ଟେରିଆ ଓ ଭାଇରାସ ନଷ୍ଠ ହୋଇଯାଇଥାନ୍ତି । ଏହା ବ୍ୟତୀତ ବର୍ଷାଦିନେ ଅଧିକ ମାତ୍ରାରେ ତରଳ ପଦାର୍ଥର୍ ଗ୍ରହଣ କରନ୍ତୁ ।

ରୋଷେଇ କରିବା ସମୟରେ ସାବଧାନ ରୁହନ୍ତୁ : ଏହି ଦିନମାନଙ୍କରେ ଶାଗସବଜୀ ଖାଆନ୍ତୁ ନାହିଁ । ରୋଷେଇ କରିବା ପୂର୍ବରୁ ବାସନକୁସନ ଓ ପନିପରିବାକୁ ଭଲ ଭାବେ ଧୋଇ ଦିଅନ୍ତୁ ।

ହାତ ସଫା ରଖନ୍ତୁ : ବର୍ଷାଦିନେ ପେଟ ସମସ୍ୟା ଅଧିକ ଦେଖାଦେଇଥାଏ । ତେଣୁ ଖାଦ୍ୟ ଖାଇବା ପୂର୍ବରୁ ହାତକୁ ଭଳ ଭାବେ ସଫା କରନ୍ତୁ ।

ଭିଟାମିନ ସି କୁ ଡାଏଟରେ ସାମିଲ କରନ୍ତୁ : ଏହି ସମୟରେ ଭିଟାମିନ ସିରେ ଭରପୁର ଥିବା ଖାଦ୍ୟକୁ ଅଧିକ ପରିମାଣରେ ଖାଆନ୍ତୁ । ଏହା ଆମ ଶରୀରର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।


Share It

Comments are closed.