ଖାଦ୍ୟ ଖାଇବାର ଇଚ୍ଛାକୁ ବୃଦ୍ଧି କରିବାକୁ ଚାହୁଁଥିଲେ ଆପଣାନ୍ତୁ କିଛି ସରଳ ଘରୋଇ ଉପାୟ


ଆମ୍ଭମାନଙ୍କୁ ସବୁବେଳେ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ କିମ୍ବା ଇଚ୍ଛା ହେଲେ ବି ଗ୍ୟାସ ଜନିତ ସମସ୍ୟା ହେଉ କିମ୍ବା ପେଟ ଜନିତ ସମସ୍ୟା ଖାଦ୍ୟ ଖାଇବାରେ ଅରୁଚି ଆସିଥାଏ । କୌଣସି ଏକ ଖାଦ୍ୟ ଖାଇବା ପରେ ଖାଦ୍ୟକୁ ସମ୍ପୂର୍ଣ୍ଣ ଖାଇବାର ଇଚ୍ଛାକୁ ବୃଦ୍ଧି କରିବା ପାଇଁ ଆପଣ କିଛି ଘରୋଇ ଉପାୟ ଅବଲମ୍ବନ କରିପାରିବେ । ଆପଣ ଏହି ଉପାୟ ମଧ୍ୟ ଛୋଟ ପିଲାଙ୍କ ପାଇଁ ଅବଲମ୍ବନ କରିପାରିବେ । ଆସନ୍ତୁ ଜାଣିବା କିପରି ବଢାଇବେ ଆପଣଙ୍କର ଖାଦ୍ୟ ଖାଇବାର ଇଚ୍ଛାକୁ . . . . .
୧. ପ୍ରତିଦିନ ଖାଇବା ପୂର୍ବରୁ ଆପଣ ଅଦାର ଏକ ଚଟଣୀ ଖାଇପାରିବେ । ଅଦାର ଚଟଣା ଗ୍ୟାସ ଜନିତ ସମସ୍ୟାକୁ ଦୂର କରିବା ସହିତ ଗଳାର ସଂକ୍ରମଣ ଦୂର କରିଥାଏ ।
୨. ଖାଇବାର ୩୦ମିନିଟ ପୂର୍ବରୁ କିଛି ପାଣି ପିଅନ୍ତୁ । ଏବଂ ଖାଇବାର ୩୦ମିନିଟ ପରେ ପାଣି ପିଅନ୍ତୁ ଏହା ଦ୍ୱାରା ଖାଦ୍ୟ ସଠିକ ଭାବେ ହଜମ ହୋଇଥାଏ ଏବଂ ଖାଇବାକୁ ଭୋକ ଲାଗିଥାଏ ।
୩. ଆପଣ ମଧ୍ୟ ଶୁଣ୍ଠିକୁ କିଛି ଗରମ ଜଳରେ ମିଶାଇ ଖାଲି ପେଟରେ ସେବନ କରନ୍ତୁ ଏହା ଦ୍ୱାରା ଭୋକ ଲାଗିଥାଏ ଏବଂ ଖାଇବାରେ ରୁଚି ଆସିଥାଏ ।
୪. ଆପଣ ନିଜ ଖାଦ୍ୟରେ ପ୍ରତିଦିନ ଅଦାର ଆଚାର ମଧ୍ୟ ଖାଇପାରିବେ । ଏହା ଦ୍ୱାରା ଭୋକ ଲାଗିଥାଏ ।
୫. ପ୍ରତିଦିନ ଆପଣ ବ୍ୟାୟାମ କରିବା ସହିତ କିଛି ବାଟ ନିଶ୍ଚିନ୍ତଭାବେ ଚାଲନ୍ତୁ । ଏହା ଦ୍ୱାରା ଶରୀର ଫିଟ ରହିଥାଏ ଏବଂ ଖାଦ୍ୟ ଖାଇବାକୁ ମଧ୍ୟ ଇଚ୍ଛା ହୋଇଥାଏ ।


Share It

Comments are closed.