ଦୁଗ୍ଧଚାହା ପିଇବାକୁ ଭଲ ପାଉଛନ୍ତି କି, ଜାଣନ୍ତୁ କଣ ଭୁଲ କରୁଛନ୍ତି ଏବଂ କେଉଁ ଦିଗ ପ୍ରତି ଦେବେ ଧ୍ୟାନ


ଆମ ଦେଶରେ ଛୋଟ ପିଲାଠାରୁ ବୁଢା ପ ର୍ଯ୍ୟନ୍ତ ସମସ୍ତେ ଚାହା ପିଇବାକୁ ଭଲ ପାଇଥାନ୍ତି । ଦେଶରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଚାହା ଉପଲବ୍ଧ ହେବା ସହିତ ବିଭିନ୍ନ ଲୋକ ବିଭିନ୍ନ ସମୟରେ ଚାହା ପିଇଥାନ୍ତି । ଖାସ କରି ଦୁଗ୍ଧରେ ପ୍ରସ୍ତୁତ ଚାହା ପ୍ରାୟ ସମସ୍ତଙ୍କର ପସନ୍ଦ । ଆପଣ ଯେକୌଣସି ସମୟରେ ଚାହା ପିଇବା ଦ୍ୱାରା ବିଭିନ୍ନ ସମସ୍ୟା ମଧ୍ୟ ଦେଖାଯାଇପାରେ । ଆସନ୍ତୁ ଜାଣିବା ଚାହା ପିଇବା ସମୟରେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ।
୧. ଆପଣ ସକାଳୁ ଉଠି ଖାଲି ପେଟରେ ଚାହା ପିଅନ୍ତୁ ନାହିଁ । କିମ୍ବା ଶୋଇବା ପୂର୍ବରୁ ଚାହା ପିଅନ୍ତୁ ନାହିଁ ।
୨. ଖାଲି ପେଟରେ ଚାହା ପିଇବା ଦ୍ୱାରା ଶରୀରରେ ବାଇଲ ଜୁସର ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଥାଏ ତେଣୁ ପେଟରେ ଗ୍ୟାସ ଜନିତ ସମସ୍ୟା ଦେଖାଯାଇଥାଏ । ତେଣୁ ଆପଣ କିଛି ଖାଦ୍ୟ ଖାଇବା ପରେ ଚାହା ପିଅନ୍ତୁ ।
୩. ଖାଲି ପେଟରେ ଚାହା ପିଇବା ଦ୍ୱାରା କୋଷ୍ଟକାଠିନ୍ୟ, ଏସିଡିଟି ପରି ସମସ୍ୟା ଦେଖାଯାଇଥାଏ ।
୪. ଏସିଡିଟିରୁ ରକ୍ଷା ପାଇବା ପାଇଁ ଆପଣ ଚାହା ସହିତ କିଛି ହାଲକା ସ୍ନାକ୍ସ ଖାଇପାରିବେ ।
୫. ଖାଲି ପେଟରେ ଚାହା ମଧ୍ୟ ଅଲସରର ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଆପଣ ସକାଳର ଜଳଖିଆ ପରେ ଚାହା ରିଫ୍ରେସମେଣ୍ଟ ପାଇଁ ପିଇପାରିବେ ।
୬. ଖାଦ୍ୟ ଗ୍ରହଣ ପରେ ମଧ୍ୟ ଚାହା ପିଇବା ଦ୍ୱାରା ଖାଦ୍ୟ ହଜମ ହୋଇନଥାଏ ତେଣୁ ଆପଣ ଖାଦ୍ୟ ଖାଇବାର ତୁରନ୍ତ ପରେ ମଧ୍ୟ ଚାହା ପିଅନ୍ତୁ ନାହିଁ ।
୭. ଦିନରେ ଅତି ବେଶିରେ ଦୁଇ କପ ଚାହା ପିଅନ୍ତୁ । ଏହାଠାରୁ ଅଧିକ ଚାହା ପିଅନ୍ତୁ ନାହିଁ ।
୮. ଚାହା କପରେ ଛାଣିବାର ୨ରୁ ୩ ମିନିଟ ପରେ ଚାହା ପିଅନ୍ତୁ ।
୯. ଚାହା ପୁରା ଗରମ ପିଅନ୍ତୁ ନାହିଁ ।
୧୦. ଖାଲି ପେଟରେ ଚାହା ପିଇବା ଦ୍ୱାରା କ୍ୟାନସର ପରି ସମସ୍ୟା ମଧ୍ୟ ଦେଖାଯିବାର ସମ୍ଭାବନା ଥାଏ ।


Share It

Comments are closed.