ଆସନ୍ତା କାଲି ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଭେଟିବାକୁ ଦିଲ୍ଲୀ ଯିବେ ଓଡିଶାର ୨୬ଜଣ ବିଧାୟକ


ଆସନ୍ତା କାଲି ଓଡିଶାର ୨୬ଜଣ ବିଧାୟକ ଦୌପଦୀ ମୁର୍ମୁଙ୍କୁ ଭେଟି ସମ୍ବର୍ନ୍ଧନା ଜଣାଇବା ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ସେମାନେ ଅଗଷ୍ଟ ୩ତାରିଖରେ ରାଷ୍ଟ୍ରପତିଙ୍କୁ ଭେଟିବାର ଯୋଜନା ରହିଛି । ବିଧାନସଭା ବାଚସ୍ପତ୍ତି ବିକ୍ରମକେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାୟକମାନେ ଦିଲ୍ଲୀ ଯିବେ ବୋଲି ଯୋଜନା ରହିଛି ଏବଂ ବିଧାନସଭାରେ ଏକ ସଙ୍କଳ୍ପ ପାରିତ ହୋଇଛି ।

ସମୁଦାୟ ୨୬ଜଣ ବିଧାୟକଙ୍କ ମଧ୍ୟରେ ୧୫ଜଣ ବିଜେଡି ବିଧାୟକ, ୬ଜଣ ବିଜେପି ବିଧାୟକ ଏବଂ ୩ଜଣ କଂଗ୍ରେସ ବିଧାୟକ ସାମିଲ ଅଛନ୍ତି । ସା କ୍ଷାତକାର ପୂର୍ବରୁ ସେମାନଙ୍କର କୋଭିଡ ପରୀକ୍ଷା କରାଯିବାର ମଧ୍ୟ ଯୋଜନା ରହିଛି ।

 


Share It

Comments are closed.