ପିଲାମାନଙ୍କ ମଧ୍ୟରେ ଭିଟାମିନ ଇର ଅଭାବ ରହୁଥିଲେ, ନିୟମିତ ଖାଇବାକୁ ଦିଅନ୍ତୁ ଏହି ସମସ୍ତ ଖାଦ୍ୟ –


ଅନ୍ୟ ଭିଟାମିନ ଏବଂ ମିନେରଲ ପରି ଭିଟାମିନ ଇ ଖୁବ ଆବଶ୍ୟକ । ଭିଟାମିନ ଇ ଦ୍ୱାରା ତ୍ୱଚା ଭଲ ରହିଥାଏ ଏବଂ କେଶ ମଜବୁତ ହୋଇଥାଏ । ଭିଟାମିନ ଇ ମଧ୍ୟ ଏକ ଉତ୍ତମ ଆଣ୍ଟି-ଅକ୍ସିଡାଣ୍ଟ ଯାହା କ୍ୟାନସର ପାର୍ଟିକିଲକୁ ବିନାଶ କରିବାରେ ସାହାଯ୍ୟ କରିଥାଏ । ଭିଟାମିନ ଇର ବହୁଳ ମାତ୍ରାରେ ସେବନ କ୍ଷତିକାରକ ହୋଇଥିଲେ ମଧ୍ୟ ଆବଶ୍ୟକ ପରିମାଣର ଭିଟାମିନ ଇ ଅନ୍ୟାନ୍ୟ ଭିଟାମିନ ଏବଂ ମିନେରାଲ ପରି ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ପିଲାମାନଙ୍କୁ ଆପଣ ଖାଦ୍ୟ ପେୟରେ ଉପ ଯୁକ୍ତ ପରିମାଣର ଭିଟାମିନ ଇ ଦେଇପାରିବେ ଯାହା ଦ୍ୱାରା ସେମାନଙ୍କୁ କୌଣସି ସପ୍ଲିମେଣ୍ଟର ଆବଶ୍ୟକତା ପଡିବ ନାହିଁ । ଆସନ୍ତୁ ଜାଣିବା ପିଲାମାନଙ୍କୁ ଆପଣ କେଉଁ ଖାଦ୍ୟ ଦ୍ୱାରା ପ୍ରଚୁର ପରିମାଣର ଭିଟାମିନ ଇ ପ୍ରଦାନ କରିପାରିବେ ।

୧.   ପିନଟ ବଟର – ଆପଣ ପିଲାମାନଙ୍କୁ ବ୍ରେଡ ସହିତ କିମ୍ବା ରୁଟି ସହିତ ପିନଟ ବଟର ଦେଇପାରିବେ । ଏହା ଖାଇବାକୁ ସୁସ୍ୱାଦୁ ଏବଂ ଭିଟାମିନ ଇର ଏକ ଉତ୍ତମ ସ୍ରୋତ ମଧ୍ୟ ।

୨.   କିୱି – କିୱିରେ ଭିଟାମିନ ଇ ସହିତ ଭିଟାମିନ ସି ଏବଂ ଅନ୍ୟାନ୍ୟ ଉପାଦାନ ରହିଛି ।

୩.   ସୋୟାବିନ ଅଏଲ – ସୋୟାବିନ ଅଏଲ ଫ୍ୟାଟ ଫ୍ରି ଏବଂ  ଭିଟାମିନ ଇ ର ଉତ୍ତମ ସ୍ରୋତ ଏହା ଖାଇବା ଦ୍ୱାରା ଆପଣଙ୍କ ତ୍ୱଚା ଏବଂ କେଶରେ  ମଧ୍ୟ ଭଲ ପ୍ରଭାବ ପଡିଥାଏ ।

୪.   ପାଳଙ୍ଗ ଶାଗ – ପାଳଙ୍ଗ ଶାଗରେ ଭିଟାମିନ ଇ, ଏ ଏବଂ ଆଇରନ ଭରପୁରମାତ୍ରାରେ ରହିଛି । ପିଲାମାନଙ୍କ ମଧ୍ୟରେ ଭିଟାମିନ ଇର ମାତ୍ରାକୁ ବୃଦ୍ଧି କରିବା ପାଇଁ ଆପଣ ସେମାନଙ୍କୁ ପାଳଙ୍ଗ ଶାଗ ଖାଇବାକୁ ଦେଇପାରିବେ ।

୫.   ବ୍ରୋକଲି – ଶୀତଦିନେ ବଜାରରେ ସହଜରେ ଉପଲବ୍ଧ ହେଉଥିବା ପରିବା ମଧ୍ୟରେ ବ୍ରୋକଲି ଅନ୍ୟତମ । ଏହା ମସ୍ତିଷ୍କ ପାଇଁ ଖୁବ ଭଲ ଏବଂ ଏହାର ଆଣ୍ଟି-ଏନଫ୍ଲାମେଟୋରୀ ଗୁଣବତ୍ତା ଅତ୍ୟନ୍ତ ମାରାତ୍ମକ ରୋଗରୁ ମଧ୍ୟ ମୁକ୍ତି ପ୍ରଦାନ କରିଥାଏ ।

୬. ଆଲମଣ୍ଡ – ଭିଟାମିନ ଇର ଏକ ଉତ୍ତମ ସ୍ରୋତ ମଧ୍ୟ ଆଲମଣ୍ଡ ହୋଇପାରିବ । ଏହା ମଧ୍ୟ ଅନ୍ୟାନ୍ୟ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ମିନେରାଲର ଉତ୍ତମ ସ୍ରୋତ ଅଟେ ।


Share It

Comments are closed.