ଏସି ଶରୀର ପାଇଁ କେତେ ଖରାପ ଜାଣନ୍ତୁ


ଭୀଷଣ ଖରା, ଅସହ୍ୟ ଗରମ, ଖରାର ପ୍ରଭାବରୁ ରକ୍ଷା ପାଇବା ପାଇଁ ଲୋକେ ଏସି ଉପରେ ନିର୍ଭରଶୀଳ। ଘର ଠାରୁ ଆରମ୍ଭ କରି କାର୍ଯ୍ୟାଳୟରେ ଏସି ସର୍ବଦା ଚାଲିଥାଏ। ଏହାର ଥଣ୍ଡା ପବନ ଆମକୁ ଖରାର ପ୍ରଭାବରୁ ଅନୁଭୂତ ହେଉଥିବା ଗରମରୁ ଆଶ୍ୱସ୍ତି ଦେଇଥାଏ। ମାତ୍ର ଆପଣ ଜାଣନ୍ତି କି, ଏହା ତ୍ୱଚା ଉପରେ କି ପ୍ରଭାବ ପକାଇଥାଏ। ଅଧିକ ସମୟ ପର୍ଯ୍ୟନ୍ତ ଏସିର ପବନରେ ରହିବା ଦ୍ୱାରା ତ୍ୱଚା ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ..

ଏସିର ପବନରେ ଆଦ୍ରତା ନଥାଏ। ଫଳରେ ତ୍ୱଚାର ଆଦ୍ରତା ମଧ୍ୟ ଶେଷ ହୋଇ ଯାଏ। ଏହା ଦ୍ୱାରା ତ୍ୱଚା ଶୁଷ୍କ ଅନୁଭୂତ ହୋଇଥାଏ। ଓଠ ଫାଟିବା ଠାରୁ ଆରମ୍ଭ ହେବା ସହ ଆଖି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ତ୍ୱଚାର ଚମକ ମଧ୍ୟ ହ୍ରାସ ହୋଇଥାଏ।

ଅନେକ ସମୟରେ ତ୍ୱଚା ଜନିତ ସମସ୍ୟା ସୃଷ୍ଟି ହେବା ସହ ଲାଲ ଦାଗ ସୃଷ୍ଟି ହୋଇଥାଏ। କମ୍ ବୟସରେ ତ୍ୱଚାରେ ଓ ଶରୀରର ଚର୍ମ ଉପରେ କୁଞ୍ଚନ ସମସ୍ୟା ଆରମ୍ଭ ହୁଏ। ଏହାକୁ ବୟସ ପୂର୍ବରୁ ବୟସ୍କ ହେବା ମଧ୍ୟ କୁହାଯାଏ।

ଝାଳ କେବଳ ଶରୀରର ତାପମାତ୍ରାକୁ ସନ୍ତୁଳନ କରେ ତାହା ନୁହେଁ ବରଂ ଏହା ଶରୀର ଅଦରକାରୀ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। ସର୍ବଦା ଏସିରେ ରହିବା ଦ୍ୱାରା ଝାଳ ବୋହିନଥାଏ। ଫଳରେ ଅଦରକାରୀ ଜିନିଷ ଶରୀରରୁ ବାହାରି ନଥାଏ। ଯାହା ତ୍ୱଚା ଉପରେ କୁପ୍ରଭାବ ପକାଇଥାଏ।

ଏସିରେ ଅଧିକ ସମୟ ରହିବା ଦ୍ୱାରା ତ୍ୱଚା ଶୁଷ୍କ ହୋଇଯାଏ। ଫଳରେ ଏଲର୍ଜି, ତ୍ୱଚା ଜନିତ ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ। ଯେଉଁମାନଙ୍କର ତ୍ୱଚା ଜନିତ ସମସ୍ୟା ରହିଛି, ସେମାନେ ଦିନ ରାତି ଏସିରେ ରହିବା ଉଚିତ୍ ନୁହେଁ।
ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ପାଣି ସହ ଜୁସ୍, ପଇଡ ପାଣି, ଦହି, ଲସି ଆଦି ମଧ୍ୟ ପିଇପାରିବେ।

ମଶ୍ଚୁରାଇଜର ବ୍ୟବହାର କରନ୍ତୁ।

ନିଜ ଖାଦ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ। ଖାଦ୍ୟରେ ଭିଟାମିନ୍ ଏ, ସି, ଇ, ଓମେଗା-୩ ଆଦି ନିଜ ଖାଦ୍ୟରେ ସାମିଲ କରନ୍ତୁ।

ପ୍ରତି ୨ ରୁ ୩ ଘଣ୍ଟା ପରେ ଏସି ବନ୍ଦ କରନ୍ତୁ।


Share It

Comments are closed.