ଶୀତଦିନେ କିପରି ନେବେ ଓଠର ଯତ୍ନ


ଶରୀରର ସମସ୍ତ ଅଙ୍ଗ ଅନୁସାରେ ଓଠ ସବୁଠାରୁ ନମନୀୟ । ଶାତଦିନେ କମ ତାପମାତ୍ରା ହେତୁ ଓଠରେ ସ୍ୱେଦ ଗ୍ରନ୍ଥି ଶୁଖି ଓଠ ଶୁଷ୍କ ହେଇଯାଇଥାଏ । ଶୀତ ଦିନେ ସୂର୍ଯ୍ୟକିରଣ ଏବଂ ଅତିବାଇଗେଣୀ ରଶ୍ମୀର ପ୍ରଭାବ ଅଧିକ ଥିବାରୁ ଓଠ ଫାଠି କଳା ପଡିଯାଇଥାଏ । ତେଣୁ ଏହାକୁ ଆଦ୍ର ରଖିବା ଖୁବ ଆବଶ୍ୟକ । ଶୀତଦିନେ ଏହାର ଖାସ ଧ୍ୟାନ ରଖିବା ମଧ୍ୟ ଆବଶ୍ୟକ । ଶୀତଦିନେ ଲିପଷ୍ଟିକ, ଲିପଗ୍ଲସ ଏବଂ ଅନ୍ୟାନ୍ୟ ଲିପବାମର ବ୍ୟବହାର କମ କରିବା ସହିତ କିଛି ବିଶେଷ ଉତ୍ପାଦର ମଧ୍ୟ ବ୍ୟବହାର କରିବା ଉଚିତ । ସୁସ୍ଥ ଏବଂ ଚମକଦାର ଓଠ ପାଇଁ ଏହାର ଯତ୍ନ ନେବା ସହିତ ଭଲ ଖାଦ୍ୟ ମଧ୍ୟ ଖାଇବା ଆବଶ୍ୟକ । ଆସନ୍ତୁ ଜାଣିବା ଏହି ସମୟରେ କିପରି ନେବା ଓଠର ଯତ୍ନ ।
୧. ସମସ୍ତ ପ୍ରକାର ଲିପଷ୍ଟିକ ତଥା ଲିପବାମ ସମସ୍ତଙ୍କ ଓଠକୁ ସୁଟ କରିନଥାଏ । କିନ୍ତୁ ନଡିଆ ତେଲ ଓଠରେ ବ୍ୟବହାର କରିବା ଦ୍ୱାରା ଏହା ଓଠକୁ ନମନୀୟ କରିଥାଏ ଏବଂ ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ନାହିଁ ।
୨. ଓଠକୁ ବାରମ୍ବାର ଚାଟିବା ମଧ୍ୟ ଅନୁଚିତ । ବାରମ୍ବାର ଓଠକୁ ଚାଟିବା ଦ୍ୱାରା ଏହାର ପ୍ରାକୃତିକ ଆର୍ଦ୍ରତା ଶେଷ ହୋଇଥାଏ । ଓଠରେ ସାଲାଇଭା ଲଗାଇବା ଦ୍ୱାରା ଏହା ଏଠକୁ ଶୁଷ୍କ କରି ଫଟାଇଥାଏ ।
୩. କ୍ୟାମ୍ଫର, ଇଉକାଲିପଟାସ୍ ଏବଂ ମିଥାନଲ ଯୁକ୍ତ ଲିପବାମର ବ୍ୟବହାରକୁ ବନ୍ଦ କରନ୍ତୁ । ଏହି ସମସ୍ତ ଉତ୍ପାଦ ଓଠକୁ ନମନୀୟ କରିବା ପରିବର୍ତ୍ତେ ଶୁଷ୍କ କରି ଏହାକୁ ନଷ୍ଟ କରିଥାଏ । ଏହା ବ୍ୟତୀତ ଆପଣ ଆର‌୍ୟୁବେଦିକ ଲିପବାମ ମଧ୍ୟ ବ୍ୟବହାର କରିପାରିବେ ।
୪. କିଛି ଜଣ ନିଜର ଓଠକୁ ବ୍ରଶ କରି ଶୁଷ୍କତା ଦୂର କରିବାକୁ ଚେଷ୍ଟା କରିଥାନ୍ତି କିନ୍ତୁ ଏହା କରିବା ଅନୁଚିତ । ଏହା ଦ୍ୱାରା ଓଠ ଅଧିକ ଶୁଷ୍କ ହୋଇ ପାଟିଥାଏ ଏବଂ ସଂକ୍ରମଣ ହେବାର ସମ୍ଭାବନା ଥାଏ ।
୫. ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଭଲ ଲିପବାମ ଏବଂ ଆପଣଙ୍କ ତ୍ୱଚାକୁ ସୁଟ କରୁଥିବା ଲିପବାମର ବ୍ୟବହାର କରିପାରିବେ । କିନ୍ତୁ ଶୋଇବା ପୂର୍ବରୁ ଲଗାଇବା ଦ୍ୱାରା ରାତିସାରା ଏହା ଓଠର ଶୁଷ୍କତା ଦୂର କରି ଏହାର ଆର୍ଦ୍ରତା ସଠିକ କରିଥାଏ ।


Share It

Comments are closed.