ବର୍ଷା ଦିନେ କିପରି ବଢାଇବେ ନିଜର ରୋଗ ପ୍ରତିରୋଧକ ଶକ୍ତି


ରୋଗ ପ୍ରତିରୋଧକ ଶକ୍ତି ଦ୍ୱାରା ମନୁଷ୍ୟ ଶରୀରକୁ ବିଭିନ୍ନ ବାହ୍ୟ ରୋଗ ସହିତ ଲଢିବାକୁ ସାହାଯ୍ୟ କରିଥାଏ ଏବଂ ବିଭିନ୍ନ ରୋଗରୁ ସୁରକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି କମ ହେବା ଦ୍ୱାରା ଶରୀରକୁ କୌଣସି ରୋଗ ହେବା ଦ୍ୱାରା ଶୀଘ୍ର ଭଲ ହୋଇନଥାଏ ଏବଂ ଶରୀର ଦୁର୍ବଳ ହୋଇଯାଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ପେୟ ସହିତ ବିଭିନ୍ନ ନିତିଦିନିଆ ଅଭ୍ୟାସ ଆପଣାଇବା ମଧ୍ୟ ଆବଶ୍ୟକ । ବର୍ଷାଦିନେ ରୋଗ ପ୍ରତିରୋଧକ ଶକ୍ତି ଆପଣ କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରି ବୃଦ୍ଧି କରିପାରିବେ । ଆସନ୍ତୁ ଜାଣିବା କିପରି କରିବେ ନିଜର ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି .. . . .
୧. ବର୍ଷାଦିନେ ଆପଣ ପ୍ରତିଦିନ କିଛି ସମୟ ପାଇଁ ସୂର୍ୟ୍ୟ କିରଣରେ ବସନ୍ତୁ । ଏହା ଦ୍ୱାରା ଶରୀରରେ ଭିମାଟିନ ଡିର ପରିମାଣ ବୃଦ୍ଧି ପାଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
୨. ପ୍ରତଦିନ ଗୋଟିଏ ସାଇଟ୍ରସ ଫଳ ତଥା କମଳା, ଲେମ୍ବୁ କିମ୍ବା ମୌସମ୍ବୀ ଖାଆନ୍ତୁ ।
୩. ବର୍ଷାଦିନେ ପ୍ରତିଦିନ ୧୦ମିନିଟ ପାଇଁ ପ୍ରାଣାୟମ ଏବଂ ଯୋଗ କରନ୍ତୁ ।
୪. ବର୍ଷାଦିନେ ପ୍ରତିଦିନ ୩୦ମିନିଟ ପର୍ୟ୍ୟନ୍ତ ଯୋଗ ବ୍ୟାୟାମ କରନ୍ତୁ ।
୫. ଆପଣ ପ୍ରତିଦିନ ପର୍ୟ୍ୟାପ୍ତ ପରିମାଣର ପାଣି ପିଅନ୍ତୁ । ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ପେଟ ମଧ୍ୟ ସଫା ହୋଇଥାଏ ।
୬. ପ୍ରତିଦିନ ଆପଣ ଗୋଟିଏ ଗ୍ଲାସ ହଳଦୀ ମିଶା ଦୁଗ୍ଧ ପିଅନ୍ତୁ । ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ଥଣ୍ଡା କାଶ ଇତ୍ୟାଦି ସମସ୍ୟାରୁ ମୁକ୍ତି ମିଳିଥାଏ ।


Share It

Comments are closed.