ଶୁଷ୍କ ହାତରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ବିଭିନ୍ନ ସରଳ ଘରୋଇ ଉପଚାର


ହାତକୁ ବାରମ୍ବାର ଧୋଇବା କିମ୍ବା ବୟସ ଅନୁସାରେ ହାତର ଆଦ୍ରତା କମ ହୋଇ ହାତ ପାପୁଲି ଏବଂ ଆଙ୍ଗୁଠି ଗୁଡିକ ଶୁଖିଯାଇଥାଏ । ବର୍ତ୍ତମାନ କୋଭିଡ ପରଠାରୁ ସମସ୍ତଙ୍କର ସାନିଟାଇଜର ବ୍ୟବହାର କରିବାର ଅଭ୍ୟାସ ପାଇଁ ମଧ୍ୟ ହାତର ଆଦ୍ରତା କମମ ହୋଇଥାଏ ଏବଂ ହାତ ଶୁଷ୍କ ହୋଇଯାଇଥାଏ । ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ କିଛି ଉପାଦାନ ବ୍ୟବହାର କରି ହାତର ଶୁଷ୍କତାକୁ କମ କରିପାରିବେ । ଆସନ୍ତୁ ଜାଣିବା ହାତପାପୁଲିର ଆଦ୍ରତାକୁ ବଢାଇବା ପାଇଁ କିଛି ଘରୋଇ ଉପଚାର . . . .
୧. କଦଳୀ – ଶୁଷ୍କ ହାତ କିମ୍ବା ତ୍ୱଚା ପାଇଁ କଦଳୀର ଚୋପା ଏବଂ କଦଳୀ ଖୁବ ଉପକାରୀ । ଆପଣଙ୍କ ହାତ ଶୁଷ୍କ ହେଉଥିଲେ ଆପଣ ହାତରେ ଦିନକୁ ଦୁଇ ଥର କଦଳୀର ଚୋପା କିମ୍ବା କଦଳୀର ପେଷ୍ଟ ଲଗାଇପାରିବେ ।
୨. ମହୁ – ହାତର ଶୁଷ୍କତା କିମ୍ବା ରିଙ୍କଲକୁ କମ କରିବା ପାଇଁ ମହୁ ଖୁବ ଉପକାରୀ ହୋଇଥାଏ । ମହୁର ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ହାତର ବିଭିନ୍ନ ଚିହ୍ନ ଏବଂ କ୍ରାକକୁ କମ କରିଥାଏ । ହାତରେ ମହୁକୁ ଲଗାଇ ୧୦ମିନିଟ ରଖନ୍ତୁ ଏହା ପରେ ଭଲଭାବେ ସଫା ପାଣିରେ ଧୋଇଦିଅନ୍ତୁ ।
୩. ଆଲୋଭେରା – ଆଲୋଭେରା ଜେଲ କ୍ରାକ ଥିବା ହାତ କିମ୍ବା ଫଟା ହାତର ସମସ୍ୟାରୁ ଖୁବ ଶୀଘ୍ର ମୁକ୍ତି ପ୍ରଦାନ କରିଥାଏ । ଆପଣଙ୍କ ହାତରେ ଆପଣ ଯେକୌଣସି ସମୟରେ ଆଲୋଭେରା ଲଗାଇପାରିବେ । ଏହା ହାତର ସ୍କିନକୁ ହାଇଡ୍ରେଟ କରିବା ସହିତ ମଶ୍ଚରାଇଜ ରଖିଥାଏ । ଆପଣ ଏହାକୁ ଏକ ଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ।
୪. ନଡିଆ ତେଲ – ନଡିଆ ତେଲରେ ଥିବା ଫ୍ୟାଟି ଏସିଡ ରଫ ହାତର ନିର୍ମାଣରେ ସାହାଯ୍ୟ କରିଥାଏ । ଆପଣ ଶୋଇବାକୁ ଯିବା ପୂର୍ବରୁ ଆପଣ ନଡିଆ ତେଲକୁ ହାତରେ ଲଗାଇ ଶୋଇପାରିବେ । ଏହା ଦ୍ୱାରା ହାତର ଶୁଷ୍କତା କମ ହୋଇଥାଏ ।
୫. ଲେମ୍ବୁ ରସ – ଲେମ୍ବୁ ରସ ପ୍ରାକୃତିକ କ୍ଲିନଜର ଭାବେ କାର୍ଯ୍ୟ କରିଥାଏ । ଆପଣ ଲେମ୍ବୁ ରସକୁ ହାତରେ ଲଗାଇ କିଛି ସମୟ ପାଇଁ ରଖିପାରିବେ ଏବଂ ଏହାକୁ ହାଲକା ଉଷୁମ ଜଳରେ ଧୋଇପାରିବେ । ଲେମ୍ବୁ ସହିତ ଆପଣ ମହୁ କିମ୍ବା ବେକିଂ ସୋଢା ମଧ୍ୟ ମିଶାଇପାରିବେ । ଏହି ପ୍ରକିୟା ଆପଣ ସପ୍ତାହକୁ ଦୁଇ ଥର କରିପାରିବେ ।

 


Share It

Comments are closed.