କେଶ ଝଡା ସମସ୍ୟାରୁ ମୁକ୍ତି ପାଇଁ ଘରେ କରନ୍ତୁ ହେୟାର ସ୍ପା


ହେୟାର ସ୍ପା ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ଲୋକପ୍ରିୟ ହୋଇଯାଇଛି । ନିୟମିତ ବ୍ୟବଧାନରେ ହେୟାର ସ୍ପା କରିବା ଦ୍ୱାରା ମଧ୍ୟ କେଶ ଝଡା ସମସ୍ୟାରୁ ମୁକ୍ତି ମିଳିଥାଏ । ତେଣୁ ଆପଣ ପାର୍ଲରରେ ଯାଇ ହେୟାର ସ୍ପା କରିପାରିବେ । କିନ୍ତୁ ପାର୍ଲରରେ ହେୟାର ସ୍ପା କରିବା ପାଇଁ ସମୟ ବାହାର କରିବା ସହିତ ବହୁ ମୂଲ୍ୟ ମଧ୍ୟ ଖର୍ଚ୍ଚ ହୋଇଥାଏ । ତେଣୁ ଆପଣ ସହଜରେ ଘରେ ହେୟାର ସ୍ପା କରିପାରିବେ । ହେୟାର ସ୍ପା କରିବା ଖୁବ ସହଜ ଏବଂ ସରଳ ଅଟେ । ହେୟାର ସ୍ପା କରିବା ଦ୍ୱାରା କେଶ ଝଡିବା କମ ହେବା ସହିତ କେଶର ମୂଳ ମଜବୁତ ହୋଇଥାଏ ଏବଂ କେଶର ଉଜ୍ଜ୍ୱଳତା ଫେରିଆସିଥାଏ । ଏବଂ କେଶ ମଶ୍ଚରାଇଜ ହୋଇଥାଏ । ଜାଣନ୍ତୁ କେପରି କରିବେ ହେୟାର ସ୍ପା ।
୧. କେଶରେ ତେଲ ଲଗାଇବା – କେଶରେ ପ୍ରଥମେ ଭଲଭାବେ ତେଲ ମସାଜ କରନ୍ତୁ । କେଶର ମୂଳକୁ ଭଲଭାବେ ତେଲ ଦେଇ ମସାଜ କରନ୍ତୁ । ଏହା ଦ୍ୱାରା ପ୍ରାକୃତିକଭାବେ କେଶ ମଶ୍ଚରାଇଜ ହୋଇଥାଏ ଏବଂ କେଶ ଝଡା, ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଦ୍ୱାରା କେଶ ମଧ୍ୟ ଶୁଷ୍କତାରୁ ମୁକ୍ତି ପାଇଥାଏ । ଆପଣ ଆପଣଙ୍କ ପସନ୍ଦ ଅନୁଯାୟୀ ତେଲ ତଥା ନଡିଆ ତେଲ, ସୋରିଷ ତେଲ ଇତ୍ୟାଦି ଲଗାଇପାରିବେ ।
୨. କେଶକୁ ଷ୍ଟିମ ଦେବା – ତେଲ ଲଗାଇବା ପରେ ଏହା ଷ୍ଟିମ ଦେବା ନିହାତି ଆବଶ୍ୟକ । କେଶରେ ଷ୍ଟିମ ଦେବା ଦ୍ୱାରା ମୂଳ ଭଲଭାବେ ତେଲକୁ ଶୋଷିଥାଏ । ଗୋଟିଏ ଟାଉଓଲକୁ ନେଇ ଗରମ ପାଣିରେ ବୁଡାଇ ଦିଅନ୍ତୁ । ଏହା ପରେ ସେହି କପଡାକୁ କେଶରେ କିଛି ସମୟ ଗୁଡାଇ ରଖନ୍ତୁ । ଏହି ପରି ଉପାୟ ୩ରୁ ୪ଥର କରନ୍ତୁ ।
୩. କେଶ ଧୋଇବା ଏବଂ କଣ୍ଡିସନର କରିବା – କେଶକୁ ଆପଣଙ୍କ ପସନ୍ଦ ଅନୁଯାୟୀ ସାମ୍ପ୍ୟୁ ବ୍ୟବହାର କରି ଧୋଇନିଅନ୍ତୁ । ଏହା ପରେ ଭଲ ଭାବେ କଣ୍ଡିସନର ଲଗାନ୍ତୁ । ହେୟାର ସାମ୍ପ୍ୟୁ କରିବା ଦ୍ୱାରା କେଶରେ ଯେତେ ପ୍ରକାରର ମଇଳା ଏବଂ ରୂପି ଦୂର ହୋଇଥାଏ ।
୪. ହେୟାର ମାସ୍କ – ଏହା ପରେ ଶେଷରେ ହେୟାର ମାସ୍କ ବ୍ୟବହାର କରିବା ଉଚିତ । ଆପଣ ବଜାରରେ ଉପଲବ୍ଧ ହେଉଥିବା ହେୟାର ମାସ୍କ କିମ୍ବା ଆପଣ ନିଜେ ଘରେ ହୋୟାର ମାସ୍କ ପ୍ରସ୍ତୁତ କରି ଲଗାଇପାରିବେ । ଏହା ଦ୍ୱାରା କେଶରେ ପ୍ରାକୃତିକ ତୈଳ ଫେରିଆସିଥାଏ । ଏବଂ କେଶ ମଶ୍ଚରାଇଜ ହୋଇଥାଏ । ଆପଣ ପସନ୍ଦ ମୁତାବକ ଆୟୁର୍ବେଦ ମାସ୍କର ବ୍ୟବହାର କରିପାରିବେ । ଆଲୋଭେରା, ମହୁ ଏବଂ ନଡିଆ ରସ, ଅଁଳା, ରିଠା ଏବଂ ସିକାକାଇର ମଧ୍ୟ ଏକ ପ୍ୟାକ ପ୍ରସ୍ତୁତ କରି ନେଇପାରିବେ ।


Share It

Comments are closed.