ଦିନେ ବାପା ମାରିଦେବାକୁ କହିଥିଲେ, ଜାଣନ୍ତୁ ଓ୍ୱେଷ୍ଟଇଣ୍ଡିଜର ଅଧିନାୟକ ପାଓ୍ୱେଲଙ୍କ ସଂଘର୍ଷମୟ ଜୀବନର କାହାଣୀ


ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ। ତ୍ରିନିଦାଦର ବ୍ରାଏନ୍ ଲାରା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଉଭୟ ଦଳ ଏକ ବିଜୟ ଆରମ୍ଭ କରିବାକୁ ଚାହୁଁଛନ୍ତି। ଏହାପୂର୍ବରୁ ୨ଟି ଟେଷ୍ଟ ସିରିଜରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୧-୦ରେ ପରାସ୍ତ କରିଛି। ଏଥି ସହିତ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ସେମାନେ ୨-୧ରେ ପରାସ୍ତ ହୋଇଥିଲେ। ଟି-୨୦ ସିରିଜରେ ୱେଷ୍ଟଇଣ୍ଡିଜ ଦଳର କମାଣ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରୋଭମାନ ପାୱେଲଙ୍କ ହାତରେ। ପାୱେଲଙ୍କ ପିଲାଦିନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା ଏବଂ ସେ ଦାରିଦ୍ରରେ ସମୟ ବିତାଇଥିଲେ।

ଜାମାଇକାରେ ଜନ୍ମିତ ତାରକା ବ୍ୟାଟ୍ସମ୍ୟାନ୍ ହୁଏତ ଆଜି ବିଳାସମୟପୂର୍ଣ୍ଣ ଜୀବନ ବିତାଉଛନ୍ତି। କିନ୍ତୁ ତାଙ୍କର ପିଲାଦିନ ଅତ୍ୟନ୍ତ ଗରିବୀ ତଥା ସଂଘର୍ଷରେ ଅତିବାହିତ ହୋଇଥିଲା। ଯିଏ ବି ତାଙ୍କ କାହାଣୀ ଶୁଣିଛି ସିଏ ବେଶ ଚକିତ ହୋଇଛି। ଥରେ ୧୧ କି ୧୨ ବର୍ଷ ବୟସରେ ପାୱେଲ ତାଙ୍କ ମାତାଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ ତାଙ୍କୁ ଏବଂ ସାନ ଭଉଣୀକୁ ଦାରିଦ୍ର୍ୟରୁ ମୁକ୍ତ କରିବେ, ଏବଂ ଆଜି ପାଓ୍ୱେଲ ତାହା କରିଦେଖାଇଛନ୍ତି। ଏକ ସାକ୍ଷାତକାର ସମୟରେ ତାଙ୍କ ମା କହିଛନ୍ତି ଯେ ତାଙ୍କ ପିତା ନିଜେ ପୱେଲଙ୍କୁ ଗର୍ଭରେ ହତ୍ୟା କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସେ ପୱେଲଙ୍କୁ ଜନ୍ମ ଦେବାକୁ ସ୍ଥିର କଲେ। ପାୱେଲ ଜାମାଇକାରେ ଜନ୍ମଗ୍ରହଣ କରିଥିଲେ। ସେ ବହୁତ ଗରିବ ପରିବାରର ଥିଲେ। ଜାମାଇକର ସେଣ୍ଟ କ୍ୟାଥାରାଇନ୍ସରେ ଜନ୍ମ ହୋଇଥିବା ରୋଭମାନ ପାୱେଲ ତାଙ୍କ ପିତାଙ୍କ ଭଲପାଇବା କେବେ ପାଇନାହାନ୍ତି। ସେ ଆଜି ପର୍ଯ୍ୟନ୍ତ ତାଙ୍କ ପିତା ଏବଂ ତାଙ୍କର ନିକଟ ସମ୍ପର୍କୀୟଙ୍କଠାରୁ ଦୂରତା ରଖିଛନ୍ତି।

ରୋଭମାନ ପାୱାରଙ୍କୁ ଥରେ ତାଙ୍କ ପିତାଙ୍କ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ମୁଁ ତାଙ୍କୁ କେବେବି ଭେଟି ନାହିଁ କିନ୍ତୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି ଯେ ସେ ମୋତେ ଦୁନିଆକୁ ଆସିବାକୁ ଦେଇଛନ୍ତି। ମୋର ପିଲାଦିନ ବହୁତ କଷ୍ଟସାଧ୍ୟ ହୋଇଛି। କିନ୍ତୁ ମୁଁ ସବୁବେଳେ ଭଗବାନଙ୍କ ଉପରେ ଭରସା କରେ। ମୁଁ ସେହି ପିଲାମାନଙ୍କୁ କହିବାକୁ ଚାହେଁ ଯାହାର ପିତା ସେମାନଙ୍କ ସହିତ ନାହାଁନ୍ତି। କୌଣସି ଅସୁବିଧା ନାହିଁ, ପିତା ନାହାଁନ୍ତି, ତୁମ ସହିତ ଭଗବାନ ଅଛନ୍ତି।

ୱେଷ୍ଟଇଣ୍ଡିଜ୍ ଫାଷ୍ଟ ବୋଲର ଇୟାନ୍ ବିଶପ୍ ଏକ ସାକ୍ଷାତକାର ବେଳେ କହିଥିଲେ ଯେ ପାଓ୍ୱାଲ୍ ଆଇପିଏଲ୍ ଖେଳୁଥିବା ଦେଖି ସେ ବହୁତ ଖୁସି ଅଛନ୍ତି। ୱେଷ୍ଟଇଣ୍ଡିଜ୍ ଫାଷ୍ଟ ବୋଲର କହିଥିଲେ, “ଯଦି କାହାର ପାଖରେ ୧୦ ମିନିଟ୍ ସମୟ ଅଛି, ତେବେ ୟୁଟ୍ୟୁବରେ ରୋଭମାନ ପାଓ୍ୱେଲଙ୍କ ଜୀବନ କାହାଣୀ ଦେଖନ୍ତୁ। ତେବେ ଆପଣ ଜାଣିବେ ଯେ ମୋ ଭଳି ଅନେକ ଲୋକ ତାଙ୍କୁ ଖେଳିବା ଦେଖି ବହୁତ ଖୁସି କାହିଁକି।” ଯେତେବେଳେ ସେ ମଧ୍ୟମ ବିଦ୍ୟାଳୟରେ ପଢୁଥିଲେ ସେତେବେଳେ ସେ ତାଙ୍କ ମାତାଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ ତାଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବେ। ଆଉ ଆଜି ସେ ଏକ ବିଳାସମୟ ସ୍ଥିତିରେ ଜୀବନ ଅତିବାହିତ କରୁଛନ୍ତି।


Share It

Comments are closed.