କାହିଁକି ମଲାଇକାଙ୍କୁ ୧୫ କୋଟି ଦେଲେ ଅରବାଜ୍? ଜାଣନ୍ତୁ


ବଲିଉଡ଼ ଅଭିନେତା ଅରବାଜ୍ ଖାନ୍(Arbaaz Khan) । ସେ ଏକାଧାରରେ ଜଣେ ଅଭିନେତା, ସିନେ ନିର୍ଦ୍ଦେଶକ ଓ ନିର୍ମାତା । ଆଜି ଏହି ଅଭିନେତାଙ୍କ ଜନ୍ମଦିନ । ସେ ଆଜି ତାଙ୍କର ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି । ଅରବାଜ୍ ଆଜିକା ଦିନରେ, ୧୯୬୭ରେ ମହାରାଷ୍ଟ୍ରର ପୁଣେରେ ଜନ୍ମଗ୍ରହଣ କରିଥିଲେ। ପିଲାଟିବେଳୁ ଅଭିନୟ ପ୍ରତି ରୁଚି ରଖୁଥିବା ଅରବାଜ୍ ଆଜି ବଲିଉଡରେ ଜଣେ ପ୍ରତିଷ୍ଠିତ କଳାକାର। ହିନ୍ଦୀ ଫିଲ୍ମ ବ୍ୟତୀତ ଅରବାଜ ଉର୍ଦ୍ଦୁ, ତେଲୁଗୁ, ମାଲାୟାଲମ୍ ଏବଂ କିଛି ଟିଭି ଧାରାବାହିକରେ ମଧ୍ୟ କାମ କରିଛନ୍ତି। ଅରବାଜ ଖାନ ଫିଲ୍ମ ‘ଡାରାର'(Daraar)ରେ ବଲିଉଡରେ ଡେବ୍ୟୁ କରିଥିଲେ। ଯେଉଁଥିପାଇଁ ସେ ଫିଲ୍ମଫେୟାର ବେଷ୍ଟ ଭିଲେନ ପୁରସ୍କାର ପାଇଥିଲେ। ଏହା ପରେ ସେ ‘ପ୍ୟାର କିୟା ତୋ ଡରନା କ୍ୟାୟ’,(Garv: Pride and Honour) ‘ଗର୍ବ ପ୍ରାଇଡ୍ ଆଣ୍ତ ଅନର’, ‘ହେଲୋ ବ୍ରଦର୍ସ’, ‘ଦବଙ୍ଗ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଆଉ କିଛି ଖାସ୍ କଥା। ତେବେ,ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ୧୯୯୬ ମସିହାରେ ଅରବାଜ ଖାନ ବଲିଉଡରେ ଏଣ୍ଟ୍ରି କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ଡାରାର'(Daraar)। ଏହି ଫିଲ୍ମରେ ଅରବାଜଙ୍କ ବ୍ୟତୀତ ସ୍ୱର୍ଗତ ଅଭିନେତା ଋଷି କପୁର ଏବଂ ଜୁହି ଚାୱଲାଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମ ‘ପ୍ୟାର କିୟା ତୋ ଡର୍ନା କାୟା’ରେ ଅରବାଜ ଖାନଙ୍କ ଅଭିନୟକୁ ଖୁବ ତାରିଫ୍ କରିଥିଲେ ଫ୍ୟାନ୍ସ । ଏଥିରେ ସେ କାଜୋଲଙ୍କ ଭାଇ ଭୂମିକାରେ ଅଭିନୟ କରିଥିଲେ। ଅରବାଜ ତାଙ୍କ ଭାଇ ସଲମାନ ଖାନଙ୍କ ପରି ଏତେ ନାଁ କମେଇ ନଥିଲେ ମଧ୍ୟ ସେ ଆଜି ଜଣେ ଜଣାଶୁଣା ଫିଲ୍ମ ନିର୍ମାତା ହୋଇପାରିଛନ୍ତି। ସେ ଦବାଙ୍ଗ ୨, ଦବଙ୍ଗ ୩ ଏବଂ ଡଲି କି ଡୋଲି ଭଳି ଫିଲ୍ମ ନିର୍ମାଣ କରିଥିଲେ।
ବିଜ୍ଞାପନ ସୁଟିଂ ସମୟରେ ମଲାଇକାଙ୍କ ପ୍ରେମରେ ପଡିଥିଲେ: ତେବେ ସବୁଠୁ ବଡ କଥା ହେଲା,ମଲାଇକା ଓ ଅରବାଜଙ୍କ (Arbaaz Khan And Malaika Arora Khan) ବିବାହ ବିଚ୍ଛେଦକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ଏ-କ ବିଜ୍ଞାପନର ସୁଟିଂ ସମୟରେ ଅରବାଜଙ୍କ ସହ ପ୍ରଥମ ଥର ମଲାଇକାଙ୍କ ଦେଖା ହୋଇଥିଲା। ମଲାଇକାଙ୍କ ବୋଲ୍ଡନେସ୍ ଦେଖି ଅରବାଜ ତାଙ୍କୁ ଭଲ ପାଇବସିଥିଲେ। ଅନ୍ୟପଟେ ମଲାଇକା ମଧ୍ୟ ଅରବାଜଙ୍କ ଶାନ୍ତ ନମ୍ର ବ୍ୟବହାର ଦେଖି ପସନ୍ଦ କରୁଥିଲେ। ଦୁହେଁ ବନ୍ଧୁ ହେଲା ପରେ ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ପରେ ବିବାହ ପାଇଁ ମଲାଇକାଙ୍କୁ ପ୍ରସ୍ତାବ ଦେଇଥିଲେ ଅରବାଜ୍। ଆଉ ଏହି ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ ମଲାଇକା । ପରେ ଦୁହେଁ ଘରଲୋକଙ୍କ ସହମତି କ୍ରମେ, ୧୯୯୮ ମସିହା, ଡିସେମ୍ବର ୧୨ରେ ଖ୍ରୀଷ୍ଟିଆନ ଏବଂ ମୁସଲମାନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ।

ପରେ ୨୦୦୨ ମସିହାରେ, ସେମାନଙ୍କର ପୁଅ ଅରହାନ ଜନ୍ମ ହୋଇଥିଲେ, କିନ୍ତୁ ପ୍ରାୟ ୧୮ ବର୍ଷ ବିବାହ ପରେ ଦୁହେଁ ଅଲଗା ହୋଇଗଲେ। ଛାଡପତ୍ର ପରେ, ମଲାଇକାଙ୍କୁ ଅରବାଜ୍ ଖାନ୍ ଭରଣପୋଷଣ ବାବାଦକୁ ୧୫ କୋଟି ଟଙ୍କା ଦେଇଥିଲେ। ମଲାଇକାଙ୍କ ଠାରୁ ଅଲଗା ହେବାପରେ ଅରବାଜ ଜର୍ଜିଆ ଆଣ୍ଡ୍ରେନିଆଙ୍କୁ ଡେଟିଂ ଆରମ୍ଭ କରିଥିଲେ ଏବଂ ମଲାଇକା ମଧ୍ୟ ଅର୍ଜୁନ କପୁରଙ୍କୁ ଡେଟ କରୁଛନ୍ତି। ତେବେ, ମଲାଇକା ଓ ଅରବାଜଙ୍କ ବିବାହ ବିଚ୍ଛେଦ ପୂର୍ବରୁ ଅର୍ଜୁନ୍ କପୁର ମଲାଇକାଙ୍କ ଘରକୁ ଆସୁଥିଲେ। ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ପରେ ଏହି ବିବାଦ ବିଚ୍ଛେଦର ରୂପ ନେଇଥିଲା।


Share It

Comments are closed.