ନିଜର ଟାଟୁ ପାଇଁ ଫାରିଆ ଅବ୍‌ଦୁଲ୍ଲାଙ୍କୁ ଦ ଜେଙ୍ଗାବୁରୁ କର୍ସରେ ମିଳିଥିଲା ମୁଖ୍ୟ ଭୂମିକା


ଭୁବନେଶ୍ୱର : ଅଗଷ୍ଟ ୯, ୨୦୨୩ରୁ ସୋନି ଲିଭ୍‌ରେ ଷ୍ଟ୍ରିମ୍ ହେଉଥିବା ଭାରତର ପ୍ରଥମ କ୍ଲାଇମେଟ୍‌-ଫିକ୍ସନ ଥ୍ରିଲର ଦ ଜେଙ୍ଗାବୁରୁ କର୍ସରେ ଫାରିଆ ଅବ୍‌ଦୁଲ୍ଲାଙ୍କୁ ମୁଖ୍ୟ ଭୂମିକା ପ୍ରିୟମ୍ବଦା ଦାସଙ୍କ ଚରିତ୍ରରେ ଦେଖିବାକୁ ମିଳୁଛି । ତେବେ ତାଙ୍କୁ ଏହି ମୁଖ୍ୟ ଭୂମିକା ତାଙ୍କର ଟାଟୁ ପାଇଁ ମିଳିପାରିଛି । ଭିନ୍ନ ଭିନ୍ନ ଅଭିନେତା ନିଜର ଶରୀରିକ ଗଠନ, ବ୍ୟକ୍ତିତ୍ୱ ଓ ସ୍ୱର ପାଇଁ ଏକ ଫିଲ୍ମ କିମ୍ବା ଶୋ’ରେ ନିର୍ଦ୍ଧିଷ୍ଟ ଭୂମିକା ହାସଲ କରୁଥିବା ବେଳେ ଫାରିଆଙ୍କୁ ଏହି ଭୂମିକା ତାଙ୍କର ଟାଟୁ ପାଇଁ ମିଳିପାରିଛି । ମୁଖ୍ୟତଃ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତରେ କାର୍ଯ୍ୟ କରୁଥିବା ଫାରିଆ ଅବ୍‌ଦୁଲ୍ଲାଙ୍କର ‘ଦ ଜେଙ୍ଗାବୁରୁ କର୍ସ’ ପ୍ରଥମ ହିନ୍ଦୀ ଓଟିଟି ଶୋ’ ଅଟେ । ନିଜ ଚରିତ୍ର ସମ୍ପର୍କରେ ବର୍ଣ୍ଣନା କରି ଫାରିଆ କହିଛନ୍ତି, ‘ଶୋ’ର ବର୍ଣ୍ଣନା ସମୟରେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ପ୍ରିୟମ୍ବଦାଙ୍କ ଚରିତ୍ରକୁ ବ୍ୟାଖ୍ୟା କରିଥିଲେ । ଉକ୍ତ ଚରିତ୍ରଙ୍କ ଗୋଡରେ ଏକ ସ୍ୱତନ୍ତ୍ର ଟାଟୁ ଡିଜାଇନ୍ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ମୋ ଗୋଡରେ ସମାନ ଟାଟୁ ଥିଲା ଯାହା ମୋର ଓ ମୋ ଚରିତ୍ର ମଧ୍ୟରେ ଅତୁଳନୀୟ ସମାନତା ସୃଷ୍ଟି କରିଥିଲା । ନୀଳମାଧବ ପଣ୍ଡା ମଧ୍ୟ ଏହି ଭୂମିକା ମୋ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଅନୁଭବ କରିଥିଲେ । କାଷ୍ଟିଙ୍ଗ ଡାଇରେକ୍ଟର ମୁକେଶ ଛାବ୍ରା ପରେ ମୋତେ ଏହି ଭୂମିକାର ଅଫର୍ ଦେଇଥିଲେ ଯାହାକୁ ମୁଁ ତତ୍‌କ୍ଷଣାତ୍ ଗ୍ରହଣ କରିଥିଲି । ମୁଁ ଏହି ଚରିତ୍ରଟି ଅସାଧାରଣ ଓ ଆହ୍ୱାନପୂର୍ଣ୍ଣ ଅନୁଭବ କରିଥିଲି । ଚରିତ୍ର ସହ ଗଭୀର ଅନୁରଣନ ଦ ଜେଙ୍ଗାବୁରୁ କର୍ସରେ ପ୍ରିୟମ୍ବଦା ଚରିତ୍ରକୁ ଚିତ୍ରଣ କରିବା ପାଇଁ ମୋର ଆଗ୍ରହ ଓ ସମର୍ପଣଭାବକୁ ପ୍ରୋତ୍ସାହିତ କରିଥିଲା ।’
ଷ୍ଟୁଡିଓ ନେକ୍ସଟ୍ ଦ୍ୱାରା ପ୍ରାୟୋଜିତ ଦ ଜେଙ୍ଗାବୁରୁ କର୍ସ ନୀଳମାଧବ ପଣ୍ଡାଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ଅଟେ । ମୟଙ୍କ ପୁରୀଙ୍କ ଦ୍ୱାରା ଲିଖିତ ଏହି ସିରିଜ୍‌ରେ ପାଓଲୋ ପେରେଜ୍ ଡିଓପି ଭାବେ କାର୍ଯ୍ୟ କରିଥିଲେ । ଆଳୋକାନନ୍ଦ ଦାସଗୁପ୍ତା ଓ ଦୂର୍ଗା ପ୍ରସାଦ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶନା ଓ ପ୍ରଡକ୍ସନ ଡିଜାଇନର୍ ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ଜବି ମର୍ଚ୍ଚାଂଟ୍ ଏହାର ସମ୍ପାଦନା କରିଥିବା ବେଳେ ଏହି ସିରିଜ୍‌ରେ ଫାରିଆ ଅବ୍‌ଦୁଲ୍ଲା, ନାସିର, ମକରନ୍ଦ ଦେଶପାଣ୍ଡେ, ସୁଦେବ ନାୟର, ଦୀପକ ସମ୍ପତ୍ ଓ ହିତେଶ ଦାବେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।


Share It

Comments are closed.