ମହାକାଶରେ କିପରି କଟାଯାଇଥାଏ କେଶ? ଭିଡିଓ ସେୟାର କରି ଜଣାଇଲେ ମହାକାଶଚାରୀ


ମହାକାଶଚାରୀଙ୍କୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ମହାକାଶଚାରୀମାନେ କ’ଣ ଖାଆନ୍ତି? କେମିତି ଗାଧୋଇଥାନ୍ତି? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଠୁଛି। ଏବେ ଇତି ମଧ୍ୟରେ ଜଣେ ମହାକାଶଚାରୀ ମହାକାଶରେ କେଶ କେମିତି କେଶ କଟାଯାଏ ତାହା କହିଛନ୍ତି। ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ମହାକାଶଚାରୀ ସୁଲତାନ ଆଲନେୟାଦି ପ୍ରାୟ ୪ ମାସ ଧରି ମହାକାଶରେ ଅଛନ୍ତି। ଯେତେବେଳେ ସେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ୟୁଏଇର ଲୋକଙ୍କ ସହ କଥାବାର୍ତ୍ତା କରୁଥିଲେ, ସେତେବେଳେ ତାଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା । ମହାକାଶରେ ରହିବାର ଅନୁଭୂତି ବିଷୟରେ ମଧ୍ୟ ସେମାନଙ୍କୁ ପଚରାଉଚରା କରାଯାଇଥିଲା।

ମହାକାଶରେ ରହିବା ପୃଥିବୀରେ ରହିବା ଠାରୁ ବହୁତ ଭିନ୍ନ । ମହାକାଶରେ ସେ କିପରି ରହୁଛନ୍ତି ତାହାର ଅନୁଭୂତି ସେ ଲୋକଙ୍କ ସହ ସେୟାର କରିଛନ୍ତି। ଏହାକୁ ନେଇ ସେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ କେଶ ଓ ଦାଢ଼ି କାଟିବା ବିଷୟରେ ସୂଚନା ଦେଇଛନ୍ତି।

ମହାକାଶଚାରୀ ସୁଲତାନ ଆଲନେୟାଦିଙ୍କ ବୟସ ୪୨ ବର୍ଷ । ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ସମସ୍ତ ମହାକାଶଚାରୀଙ୍କର ନିଜସ୍ୱ ସ୍ୱଚ୍ଛତା କିଟ୍ ଅଛି । ସେ ଲେଖିଛନ୍ତି ଯେ ମହାକାଶରେ କେଶ କିପରି କାଟିବେ ବୋଲି ଅନେକ ଲୋକ ପ୍ରଶ୍ନ କରିଛନ୍ତି। ଏଠାରେ କୌଣସି ସେଲୁନ୍ ନାହିଁ।

ସେ ସୋସିଆଲ ମିଡିଆରେ ୬ ମିନିଟର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କେଶ ଏବଂ ଦାଢିକୁ ଟ୍ରିମର ରେ କଟାଉଥିବାର ନଜର ଆସିଛନ୍ତି । ଏହି ଟ୍ରିମରରେ ଏକ ସକ୍ସନ ଡିଭାଇସ ରହିଛି ଯାହା କେଶକୁ ଟାଣି ନେଉଥିଲା ।

କେଶ କୁ କିପରି ଧୋଇବେ

ପୃଥିବୀରେ ଗାଧୋଇବା ସମୟରେ କେଶ ଧୋଇହେବ, କିନ୍ତୁ ମହାକାଶରେ ପଦ୍ଧତି ଅଲଗା । ମହାକାଶଚାରୀମାନେ ମହାକାଶରେ କେଶ ଧୋଇବା ପାଇଁ ପୃଥିବୀର ସାମ୍ପୁ ବ୍ୟବହାର କରନ୍ତି ନାହିଁ । ସେଠାରେ କେଶକୁ ଅତି ହାଲୁକା ପାଣିରେ ଧୋଇ ଦିଆଯାଏ। ପ୍ୟାକେଟରୁ ପାଣି ବାହାର କରିବା ସମୟରେ ତୁରନ୍ତ ତାକୁ ଧରିବା ଏବଂ ତା’ପରେ ମୁଣ୍ଡକୁ ଗାମୁଛାରେ ପୋଛିବା ଜରୁରୀ । ସ୍ପେସ୍ ଷ୍ଟେସନର ଏୟାର କଣ୍ଡିସନର ଉଭୟ ଗାମୁଛା ଓ କେଶକୁ ଶୁଖାଇ ଦେଇଥାଏ।

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ମାଧ୍ୟାକର୍ଷଣ ନଗଣ୍ୟ । ଏହି କାରଣରୁ ଏଠାରେ ମହାକାଶଚାରୀ ଓ ଅନ୍ୟାନ୍ୟ ଜିନିଷ ସ୍ଥିର ବାୟୁରେ ଝୁଲୁଥାଏ। ନାସା ଅନୁଯାୟୀ, ଯଦି କେଶକୁ ବିନା ସକ୍ସନରେ କାଟି ଦିଆଯାଏ ତେବେ ଏହା ମହାକାଶ ଷ୍ଟେସନର ଉପକରଣରେ ଫସି ଯାଇପାରେ । ଏହାବ୍ୟତୀତ ଏୟାର ଫିଲ୍ଟରରେ କେଶ ଜମା ହୋଇ ମହାକାଶଚାରୀଙ୍କ ଆଖିକୁ ମଧ୍ୟ ଯାଇପାରେ। ୨୦୧୬ରେ ମହାକାଶରେ ୬ ମାସ ରହୁଥିବା ୧୦ ଜଣ ମହାକାଶଚାରୀଙ୍କ କେଶ ଉପରେ ଗବେଷଣା କରାଯାଇଥିଲା।


Share It

Comments are closed.