ହୋମ ଟାଉନରେ ଆକର୍ଷଣୀୟ ଇୟର ଏଣ୍ଡ୍ ସେଲ୍ ଅଫର


ଭାରତର ଲୋକପ୍ରିୟ ହୋମ ଟାଉନର ଲୋକପ୍ରିୟ “ଇୟର ଏଣ୍ଡ୍ ସେଲ୍” ପୁଣିଥରେ ଭୁବନେଶ୍ୱର, ସତ୍ୟନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ସାମ୍ନାରେ ଥିବା ଏହାର ଷ୍ଟୋରକୁ ବଡ ଧମାକା ସହ ଫେରିଆସିଛି । ଏହି ହୋମ୍ ଟାଉନ୍ ଷ୍ଟୋର୍ ଭାରତରେ କମ୍ପାନୀର ସର୍ବବୃହତ୍ ଷ୍ଟୋର୍ ମଧ୍ୟରୁ ଅନ୍ୟତ୍ତମ; ଏହି ଷ୍ଟୋରଟି ୩୫,୦୦୦ ବର୍ଗଫୁଟ୍ ପରିମିତ ଅଂଚଳରେ ବ୍ୟାପି ରହିଥିବାବେଳେ ଏଠାରେ ଆଧୁନିକ ଆସବାବପତ୍ର, ହୋମଓୟାର, ଇଲେକ୍ଟ୍ରୋନିକ୍ସ, ମଡ୍ୟୁଲାର କିଚେନ୍ ଓ ମଡ୍ୟୁଲାର ୱାରଡ୍ରବସ ଆଦିରେ ଟ୍ରେଣ୍ଡି ଡିଜାଇନର ବ୍ୟାପକ ସଂଗ୍ରହ ଗୋଟିଏ ଛାତ ତଳେ ମହଜୁଦ୍ ରହିଛି । ଏହି ଷ୍ଟୋର ଆହୁରି ମଧ୍ୟ ସ୍ୱତନ୍ତ୍ର ଏଣ୍ଡ-ଟୁ-ଏଣ୍ଡ ଇଂଟେରିୟର ଡିଜାଇନ୍, ପ୍ରୋଜେକ୍ଟ ଏକ୍ଜିକ୍ୟୁସନ୍ ସର୍ଭିସ୍ ଡିଜାଇନ୍ ଓ ବିଲ୍ଡ ଆଦିର ସୁବିଧା ପ୍ରଦାନ କରୁଛି ; ଯାହାଫଳରେ ଗ୍ରାହକମାନେ ନିଜ ଘର ଡିଜାଇନ୍ କରିବା ପାଇଁ ଏହାର ଲାଭ ଉଠାଇପାରିବେ ।

ଆସବାବପତ୍ର କଲେକ୍ସନରେ ଅତୁଳନୀୟ ଅଫର୍ ସହ ଏହି ହୋମ୍ଟାଉନ୍ ଷ୍ଟୋରରେ ପାରମ୍ପରିକଠାରୁ ଆରମ୍ଭ କରି ଆଧୁନିକ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଡିଜାଇନ୍କୁ ସୁଟ୍ କରୁଥିବା ଲିଭିଙ୍ଗ୍ ରୁମ୍, ଡାଇନିଂ ରୁମ୍, ବେଡ୍ରୁମ୍ ଫର୍ଣ୍ଣିଚରର ବ୍ୟାପକ ତଥା ବହୁମୁଖୀ ରେଞ୍ଜ ଉପଲବ୍ଧ ରହିଛି । ଏହି ଷ୍ଟୋର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ମଧ୍ୟ ଫର୍ଣ୍ଣିଚର୍ର ଏକ ବ୍ୟାପକ କଲେକ୍ସନ ଉପଲବ୍ଧ କରୁଛି ।

କମ୍ ଅର୍ଥ ପଇଠ କରନ୍ତୁ ଏବଂ ହୋମ ଟାଉନର ଅତୁଳନୀୟ ହୋମ୍ୱେୟାର କଲେକ୍ସନରେ ଅଧିକ କିଛି ପାଆନ୍ତୁ, ଯାହାକି ଆନ୍ତର୍ଜାତୀୟ ଟ୍ରେଣ୍ଡ୍ର ଆଧୁନିକ ଡେକର୍, ଫର୍ଣ୍ଣିସିଙ୍ଗ୍, ଟେବୁଲଓୟାର, ଗ୍ଲାସ୍ଓୟାର, କୁକ୍ଓୟାର ଓ କିଚେନ୍ ଏସେନ୍ସିଆଲ୍ସ ପ୍ରଦାନ କରୁଛି । ଡେକୋର୍ ଓ ହୋମ୍ ଫ୍ୟାସନରେ ୫୦୦୦ରୁ ଅଧିକ ଡିଜାଇନ୍ ସହ ଏହି ଷ୍ଟୋର ଘରର ପ୍ରତ୍ୟେକଟି କୋଣ ଅନୁକୋଣ ପାଇଁ କିଛି ସ୍ୱତନ୍ତ୍ର ସାମଗ୍ରୀ ଉପଲବ୍ଧ ରଖିଛି ।

ଏଥିସହିତ ହୋମ ଟାଉନର ମଡ୍ୟୁଲାର୍ ସର୍ଭିସ୍ କିଚେନ୍ ଓ ୱାରଡ୍ରବସ ପାଇଁ କଷ୍ଟମାଇଜ୍ଡ ମଡ୍ୟୁଲାର ସଲ୍ୟୁସନ୍ସ ପ୍ରଦାନ କରୁଛି, ଯେଉଁଠାରେ ଗ୍ରାହକମାନେ ଇନ୍-ହାଉସ୍ ଡିଜାଇନର୍ଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ୧୦୦୦ରୁ ଅଧିକ ଷ୍ଟାଇଲ୍ ଓ ଡିଜାଇନ୍ରୁ ଚୟନ କରିପାରିବେ । ହୋମ ଟାଉନର ମଡ୍ୟୁଲାର କିଚେନର ଇନ୍-ହାଉସ୍ ବ୍ରାଣ୍ଡ୍ ଓ ଡ୍ୟୁରାକ୍ୟୁସିନ୍ ଆଦିରେ ୫ ବର୍ଷର ସର୍ବନିମ୍ନ ୱାରେଂଟି ସହ ମାଗଣା ସର୍ଭିସ୍ କ୍ୟାମ୍ପ ସୁବିଧା ପ୍ରଦାନ କରୁଛି । ହୋମ ଟାଉନ ଦେଶବ୍ୟାପୀ ବର୍ତ୍ତମାନସୁଦ୍ଧା ସଫଳତାର ସହ ୫୦,୦୦୦ରୁ ଅଧିକ କିଚେନ୍ ଡିଜାଇନ୍ କରିଛି । ଏହି ବ୍ରାଣ୍ଡ ଡିଜାଇନ୍ ଓ ବିଲ୍ଡ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସେବା ମଧ୍ୟ ପ୍ରଦାନ କରୁଛି ଯେଉଁଥିରେ ଘରଗୁଡିକ ପାଇଁ ଏଣ୍ଡ-ଟୁ-ଏଣ୍ଡ୍ କଷ୍ଟମାଇଜ୍ଡ ଇଂଟେରିୟର ଡିଜାଇନ୍ ଓ ଏକ୍ଜିକ୍ୟୁସନ୍ ସଲ୍ୟୁସନ୍ସ ଆଦି ସାମିଲ ରହିଛି । ଗ୍ରାହକମାନେ ହୋମ୍ଟାଉନ୍ର ଏକ ସମ୍ପୂର୍ଣ୍ଣ ପ୍ରକଳ୍ପ ପରିଚାଳନା ଟିମ୍ ସହ ଇନ୍-ହାଉସ୍ ଇଂଟେରିୟର ଡିଜାଇନର୍ଙ୍କଠାରୁ ପର୍ସନାଲାଇଜ୍ଡ ଡିଜାଇନ୍ ସଲ୍ୟୁସନ୍ ସୁବିଧା ପାଇପାରିବେ ।

ଫ୍ୟୁଚର ଗୃପର ଏକ ଅଂଶଭାବେ ହୋମ ଟାଉନର ଭାରତରେ ୨୩ଟି ସହରରେ ୫୧ଟି ଷ୍ଟୋର୍ ରହିଛି ଏବଂ ଦେଶବ୍ୟାପୀ ୭୦ ଲକ୍ଷରୁ ଅଧିକ ଗ୍ରାହକ ଷ୍ଟୋର୍ର ଏହି ଆକର୍ଷଣୀୟ ଅଫର୍ର ଲାଭ ଉଠାଇପାରିବେ । ଏହି ବ୍ରାଣ୍ଡ ନିଜର ବେଷ୍ଟ ଇନ୍ କ୍ଲାସ୍ ଗ୍ରାହକ ଅଭିଜ୍ଞତା ଏବଂ ମାଗଣା ଡେଲିଭରି, ସେମ୍ ଡେ ଇନ୍ଷ୍ଟଲେସନ୍, ମାଗଣା ସର୍ଭିସ୍ କ୍ୟାମ୍ପ, ଫର୍ଣ୍ଣିଚରର ଜୀବନବ୍ୟାପୀ ରକ୍ଷଣାବେକ୍ଷଣ ଓ ଅନ୍ ଟାଇମ୍ ଡେଲିଭରି ଭଳି ବିକ୍ରି ପରବର୍ତ୍ତୀ ସେବା ପାଇଁ ଜଣାଶୁଣା ।


Share It

Comments are closed.