କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ କିଛି ଘରୋଇ ଉପଚାର


ବର୍ତ୍ତମାନ ବୟସ୍କ ହୁଅନ୍ତୁ କିମ୍ବା ଯୁବକ କୋଷ୍ଠ କାଠିନ୍ୟ ସମସ୍ୟା ସମସ୍ତଙ୍କ ପାଇଁ କଷ୍ଟଦାୟକ ଅଟେ । ତେଣୁ ଏଙି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମ୍ଭମାନଙ୍କୁ ପେଟକୁ ଭଲ ରଖିବାକୁ ପଡିଥାଏ । ଦିନକୁ ଅତିକମରେ ୩ରୁ ୪ଲିଟର ପାଣି ପିଇବା ଆବଶ୍ୟକ ଏବଂ ତେଲ ମସଲାଜାତୀୟ ଖାଦ୍ୟ ଖାଇବା କମ କରିବା ଆବଶ୍ୟକ । ଖାଦ୍ୟରେ ଫାଇବର ମାତ୍ରା ଅଧିକ ରହିବା ଆବଶ୍ୟକ । କିନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇଁ କିଛି ଘରୋଇ ଉପଚାର ମଧ୍ୟ ରହଛି ଆସନ୍ତୁ ଜାଣିବା କିଛି ଉପଚାର ସମ୍ପର୍କରେ –
୧. ତ୍ରିଫଳାର ପାଉଡର – ହରିଡା, ବାହାଡା ଏବଂ ଅଁଳାକୁ ଶୁଖାଇ ପାଉଡର ପ୍ରସ୍ତୁତ କରନ୍ତୁ । ଏବଂ ଏହାକୁ ରାତିରେ ଖାଇବା ପରେ ଦୁଇ ଚାମଚ ଉଷୁମ ପାଣି କିମ୍ବା ଉଷୁମ ଖିର ସହିତ ପିଅନ୍ତୁ ।
୨. କିସମିସ – କିସମିସରେ ଫାଇବର ଏଭଂ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଛି । ୫ରୁ ୬ଟି କିସମିସ ରାତିରେ ଭିଜାଇ ଦିଅନ୍ତୁ ଏଭଂ ସକାଳେ ଖାଲି ପେଟରେ ଖାଇ ସେହି ପାଣିକୁ ପିଅନ୍ତୁ ।
୩. ପିଜୁଳି – ପିଜୁଳିରେ ପ୍ରଚୁର ପରିମାଣର ଫାଇବର ରହିଛି । ଏହାକୁ ଆପଣ ଦିନରେ ଯେକୌଣସି ସମୟରେ ଫଳ ପରି ଖାଇପାରିବେ ।
୪. ଲେମ୍ବୁ ପାଣି – ଲେମ୍ବୁ ପାଣି ଆପଣଙ୍କ ଇନଟେଷ୍ଟଟାଇନକୁ ସଠିକ କରିବା ସହିତ ମଳଦ୍ୱାର କ୍ଲିୟର କରିଥାଏ । ଏହା ମଧ୍ୟ ଶରୀରରେ ଡିଟକ୍ସ ପରି କାମ କରିଥାଏ ।
୫. ଅଞ୍ଜିର – ଅଞ୍ଜିର ବଜାରରେ ଖୁବ ସହଜରେ ଉପଲବ୍ଧ ହୋଇଥାଏ । ଏହାକୁ ଆପଣ ଖିର ସହିତ ରାତିରେ ଶୋଇବା ପୂର୍ବରୁ ଖାଇପାରିବେ ।
୬. ପାଳଙ୍ଗ – ପାଳଙ୍ଗ ଶରୀରରେ ସୁପର ଫୁଡ ଭାବେ କାର୍ଯ୍ୟ କରିଥାଏ । ପାଳଙ୍ଗ ଶାଗରେ ଫାଇବର ପ୍ରଚୁର ପରିମାଣରେ ରହିଥାଏ । ଯାହା ପେଟକୁ ସଫା କରିବାରେ ସାହାଯ୍ୟ କରିଥାଏ । ଆପଣ ଏହାକୁ ଡାଲିରେ କିମ୍ବା ଶାଗ କରି କିମ୍ବା ଖାଲି ଜୁସ କରି ମଧ୍ୟ ପିଇପାରିବେ ।
୭. କମଳା – କମଳା ଭିଟାମିନ ସିରେ ଭରପୁର ହେବା ସହିତ ଫାଇବର ଉତ୍ତମ ସ୍ରୋତ ଅଟେ । ତେଣୁ ଆପଣ କମଳା ଜୁସ ପିଇପାରିବେ ।
୮. ଅଲସି – ଅଲସିରେ ଫାଇବର ପ୍ରଚୁର ପରିମାଣରେ ରହିଛି ଯାହା ପେଟର ସମସ୍ୟା ଦୂର କରିଥାଏ । ଆପଣ ଏଙହାକୁ ଗୁଣ୍ଡ କରି ଖାଇପାରିବେ କିମ୍ବା ଗୋଟା ଅଲସିକୁ ଚୋବାଇ ଖାଇପାରିବେ ।

 


Share It

Comments are closed.