ରାଶି ଅନୁଯାୟୀ ଏହି ରଙ୍ଗରେ ଖେଳନ୍ତୁ ହୋଲି ଶୁଭମୟ ହେବ ଦିନ


ଚଳିତ ବର୍ଷ ୨୦୨୪ର ହୋଲିକୁ ଆଉ ଅଳ୍ପ ଦିନ ବାକି ରହିଛି। ହୋଲି ରଙ୍ଗର ପର୍ବ। ଏହି ଦିନ ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଓ ଶୁଭ କାମନା ଜଣାଇ ଥାଆନ୍ତି। ହୋଲିରେ ରାଶି ଅନୁଯାୟୀ ଆପଣଙ୍କ ପାଇଁ ଶୁଭ ରଙ୍ଗ କ’ଣ ଜାଣନ୍ତୁ। ରାଶି ଅନୁଯାୟୀ ରଙ୍ଗ ଖେଳିବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ।
ମେଷ – ମେଷ ରାଶିର ବ୍ୟକ୍ତି ବିଶେଷ ଗୋଲାପି, ନାରଙ୍ଗୀ ଓ ଲାଲ ରଙ୍ଗ ଲଗାଇବା ଶୁଭଙ୍କର।

ବୃଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ରଙ୍ଗ କ୍ରିମ୍‌‌ ଓ ଧଳା ରଙ୍ଗ। ମାତ୍ର ଲାଲ ଓ ସବୁଜ ରଙ୍ଗରେ ହୋଲି ଖେଳନ୍ତୁ ନାହିଁ।

ମିଥୁନ – ଏହି ରାଶିର ସ୍ୱାମୀ ବୁଧ। କମଳା କିମ୍ବା ସବୁଜ ରଙ୍ଗରେ ହୋଲି ଖେଳନ୍ତୁ। ଏହା ଆପଣଙ୍କ ପାଇଁ ଶୁଭଙ୍କର।

କର୍କଟ – ହୋଲିରେ ଧଳା କିମ୍ବା କ୍ରିମ୍‌‌ ରଙ୍ଗର ବ୍ୟବହାର କରନ୍ତୁ। ଏହି ରାଶିର ସ୍ୱାମୀ ଚନ୍ଦ୍ରମା। ଏହି ରଙ୍ଗରେ ହୋଲି ଖେଳିବା ଦ୍ୱାରା ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

ସିଂହ – ଏହି ରାଶିର ସ୍ୱାମୀ ସୂର୍ଯ୍ୟ ଦେବତା। ଆପଣଙ୍କ ପାଇଁ ଶୁଭ ରଙ୍ଗ ନାରଙ୍ଗୀ। ଲାଲ ରଙ୍ଗରେ ମଧ୍ୟ ହୋଲି ଖେଳି ପାରିବେ। ଏହାଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ।

କନ୍ୟା – ଏହି ରାଶି ପାଇଁ ସବୁଜ ରଙ୍ଗ ଶୁଭଙ୍କର। କମଳା ରଙ୍ଗରେ ମଧ୍ୟ ହୋଲି ଖେଳି ପାରିବେ।

ତୁଳା – ହୋଲି ଦିନ ଏହି ରାଶିର ବ୍ୟକ୍ତି ବିଶେଷ ଧଳା, କ୍ରିମ, ମାଟିଆ ରଙ୍ଗର ବ୍ୟବହାର କରନ୍ତୁ। ଜୀବନରେ ହସଖୁସିର ବାତାବରଣ ରହିଥାଏ।

ବିଛା – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ରଙ୍ଗ ଲାଲ, ଗୋଲାପି ଓ ନାରଙ୍ଗୀ। ହୋଲି ଦିନ ଏହି ରଙ୍ଗରେ ହୋଲି ଖେଳିବା ଦ୍ୱାରା ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ।

ଧନୁ – ଏହି ରାଶିର ସ୍ୱାମୀ ଗୁରୁ ଗ୍ରହ। ଆପଣଙ୍କ ପାଇଁ ଶୁଭ ରଙ୍ଗ ହଳଦିଆ, ସୁନେଲି।

ମକର – ଏହି ରାଶିଙ୍କ ସ୍ୱାମୀ ଶନିଦେବତା। ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ରଙ୍ଗ ମାଟିଆ ଓ ହାଲକା ଧଳା।

କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମାଟିଆ କିମ୍ବା ହାଲକା ଧଳା ରଙ୍ଗ ଶୁଭଙ୍କର।

ମୀନ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ରଙ୍ଗ ସୁନେଲି ଓ ହଳଦିଆ ରଙ୍ଗ । ଦେବ ଗୁରୁ ବୃହସ୍ପତିଙ୍କ କୃପାରୁ କାର୍ଯ୍ୟରେ ସଫଳତା ମିଳିବ।


Share It

Comments are closed.