ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ କିୱି, ଜାଣନ୍ତୁ ଏହାର ଚମତ୍କାର ଫାଇଦା


କିୱି ଫଳ ଏହାର ଭିନ୍ନ ସ୍ୱାଦ ପାଇଁ ଲୋକଙ୍କର ପସନ୍ଦ। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। କିୱିରେ ଭିଟାମିନ୍ ସି, କେ, ଇ, ଫୋଲେଟ୍ ଏବଂ ପୋଟାସିୟମ୍ ରହିଥାଏ। ଏହା ବ୍ୟତୀତ ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ। କିୱିରେ ଥିବା କଳା ମଞ୍ଜି ଏବଂ ଏହାର ଚୋପା ମଧ୍ୟ ଖାଇବା ଯୋଗ୍ୟ। ଆସନ୍ତୁ ଜାଣିବା ଏହାର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ।

ଶ୍ୱାସ ରୋଗରୁ ମୁକ୍ତି :

କିୱିରେ ଥିବା ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଆଜମା ରୋଗରେ ପୀଡିତ ଲୋକମାନଙ୍କ ପାଇଁ ଲାଭଦାୟକ ହୋଇଥାଏ। ସତେଜ କିୱି ଖାଇବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଉଥିବା ପିଲାମାନଙ୍କର ଉନ୍ନତି ହୋଇଥାଏ।

ଇମ୍ୟୁନିଟି ସିଷ୍ଟମ ମଜବୁତ :

କିୱି ପୋଷକ ତତ୍ତ୍ୱରେ ଭରପୂର ଏକ ଫଳ। ଏଥିରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଥାଏ। ଆମେ ଆବଶ୍ୟକ କରୁଥିବା ଭିଟାମିନ୍ ସି କୁ ପ୍ରତିଦିନ ଅଧା କପ୍ କିୱିରୁ ପାଇପାରିବା।

କୋଲେଷ୍ଟ୍ରୋଲ ନିୟନ୍ତ୍ରଣ :

କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବାରେ କିୱି ଅତ୍ୟନ୍ତ ସାହାଯ୍ୟକାରୀ। ଏହାର ନିୟମିତ ବ୍ୟବହାର ଶରୀରରେ ଗୁଡ୍ କୋଲେଷ୍ଟ୍ରଲ ପରିମାଣକୁ ବଢାଇଥାଏ। ଏହା ହୃଦୟ ସହିତ ଜଡିତ ଅନେକ ରୋଗରେ ବିଶେଷ ଲାଭଦାୟକ ହୋଇଥାଏ।


Share It

Comments are closed.