ସ୍ବାସ୍ଥ୍ୟ ପାଇଁ ବରଦାନ ହୋଇଥାଏ ଜାମୁକୋଳି, ଜାଣନ୍ତୁ ଏହାର ଜବରଦସ୍ତ ଫାଇଦା


ଜାମୁକୋଳି ସମସ୍ତଙ୍କୁ ଭଲ ପସନ୍ଦ । ଏହା ଖାଇବାକୁ ସୁଆଦିଆ ଲାଗୁଥିବା ବେଳେ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ ହିତକର । ସାଧାରଣତଃ ଗ୍ରୀଷ୍ମ ସମୟରେ ଏହି କୋଳି ଅଧିକାଂଶ ସ୍ଥାନରେ ମିଳିଥାଏ। ଏଥିରେ ଭିଟାମିନ୍ସ ପ୍ରଚୁର ପରିମାଣରେ ରହିଥାଏ। ଜାମୁକୋଳି ଖାଇଲେ ଦୃଷ୍ଟି ଶକ୍ତି ବୃଦ୍ଧି ହେବା ସହ ଚର୍ମକୁ ସତେଜ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଗ୍ରୀଷ୍ମ ଋତୁରେ ଶରୀରକୁ ହାଇଡ୍ରେଡ୍ ରଖିବା ପାଇଁ ଏହା ସାହାର୍ଯ୍ୟ କରେ । ଏହା ସହ ଏଥିରେ ଆଣ୍ଟିଅକ୍ସିଡାଣ୍ଟ, କ୍ୟାଲସିୟମ୍, ଫସଫରସ୍ ଏବଂ ଫ୍ଲାଭୋନାଏଡ୍ର ଏକ ସମୃଦ୍ଧ ଉତ୍ସ ଅଟେ ଶରୀରକୁ ସୁଚାରୁରୂପେ କାର୍ଯ୍ୟ କରିବାରେ ଏହି ସମସ୍ତ ପୋଷକ ତତ୍ତ୍ୱ ଏଥିରେ ରହିଛି ।

ହେମୋଗ୍ଲୋବିନ ବୃଦ୍ଧିରେ ସାହାର୍ଯ୍ୟ କରିଥାଏ: ଅଧ୍ୟୟନରୁ ଜଣାପଡିଛି ଯେ ଜାମୁନରେ ଭିଟାମିନ୍-ସି ଏବଂ ଆଇରନ୍ ଭରପୂର ପରିମାଣରେ ରହିଛି । ତେଣୁ ଏହାର ବ୍ୟବହାର ହେମୋଗ୍ଲୋବିନ୍ ବୃଦ୍ଧି କରିବା ସହିତ ରକ୍ତକୁ ସଫା ରଖିବାରେ ସହାୟକ ହୋଇଥାଏ। ରକ୍ତ ମାଧ୍ୟମରେ ଅମ୍ଳଜାନକୁ ଅଙ୍ଗକୁ ଆଣିବାରେ ହେମୋଗ୍ଲୋବିନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି କୋଳିରେ ଆଇରନ ରକ୍ତକୁ ସଫା ରଖିବାରେ ସହୟକ ହୁଏ। ଯେଉଁମାନଙ୍କର ରକ୍ତହୀନତା ସମସ୍ୟା ଥାଏ। ସେମାନଙ୍କ ପାଇଁ ଜାମୁ କୋଳି ଖାଇବା ବିଶେଷ ଫାଇଦା ଦେଇଥାଏ ।

ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ : ଜାମୁରେ ମିଳୁଥିବା ପୋଷକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ ଟାଇପ୍-୨ ମଧୁମେହର ଜଟିଳତାକୁ ହ୍ରାସ କରିବାରେ ଏବଂ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇପାରେ । ଜାମୁନରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ (୨୫) ଥାଏ, ଯାହା ସାଧାରଣ ରକ୍ତରେ ଶର୍କରା ସ୍ତର ବଜାୟ ରଖିବାରେ ସାହାଯ୍ୟ କରିଥାଏ । କେତେକ ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁମାନେ ନିୟମିତ ଭାବରେ ଜାମୁ କୋଳି କିମ୍ବା ମଞ୍ଜି ଖାଉଛନ୍ତି,ସେମାନଙ୍କର ରକ୍ତରେ ଶର୍କରା ସ୍ତର ଠିକ୍ ରୁହେ।

ହୃଦରୋଗର ଆଶଙ୍କା ହ୍ରାସ : ବିଶ୍ବବ୍ୟାପି ହୃଦରୋଗ ଆଶଙ୍କା ବଢୁଥିବା ବେଳେ ଜାମୁ ଖାଇବା ମଧ୍ୟ ଏହି ବିପଦକୁ ହ୍ରାସ କରିବାରେ ବିଶେଷ ଲାଭଦାୟକ ହୋଇପାରେ । ଜାମୁରେ ପୋଟାସିୟମରେ ଭରପୂର ଅଟେ ଯାହା ଆପଣଙ୍କ ହୃଦୟକୁ ସୁସ୍ଥ ରଖିବା ପାଇଁ ସାହାର୍ଯ୍ୟ କରେ। ୧୦୦ ଗ୍ରାମ ଜାମୁ କୋଳିରେ ପ୍ରାୟ ୫୫ ମିଲିଗ୍ରାମ୍ ପୋଟାସିୟମ ଅଛି। ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଏବଂ ଷ୍ଟ୍ରୋକ୍ ଭଳି ସମସ୍ୟାକୁ ଟଳାଇ ଦେଇପାରିବ ।

ହଜମ ଶକ୍ତିକୁ ଠିକ୍ ରଖେ: ଜାମୁ କୋଳି ଖାଇବା ମଧ୍ୟ ହଜମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଜାମୁରେ ଭିଟାମିନ୍ ଏ ଏବଂ ସି ଭରପୂର ଅଟେ ଯାହା ଶରୀରକୁ ଡିଟକ୍ସାଇଫ୍ କରିବା ଏବଂ ହଜମ ପ୍ରକ୍ରିୟାକୁ ଭଲ କରିବାରେ ସାହାଯ୍ୟ କରିଥାଏ । ପେଟ ଫୁଲିବା, କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ଭଳି ସମସ୍ୟାକୁ ସମୁଳେ ନାଶ କରିଥାଏ ।


Share It

Comments are closed.