ଆଜି ଦୋଳ ପୂର୍ଣ୍ଣିମା : ଗାଁଠୁ ସହର ଉତ୍ସବ ମୁଖର


ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ପର୍ବ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଝୁଲଣ ମଣ୍ଡପରେ ଦୋଳିରେ ବିଜେ କରିବା ସହ ସୁସଜ୍ଜିତ ବିମାନରେ ମଧ୍ୟ ଗ୍ରାମ ପରିକ୍ରମା କରୁଛନ୍ତି। ଗାଁଠୁ ସହର ଚାରିଆଡେ ଉତ୍ସବ ମୁଖର ପରିବେଶ ସୃଷ୍ଟି ହୋଇଛି।
ପବିତ୍ର ଦୋଳ ଓ ହୋଲି ଉତ୍ସବ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ
ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ।


Share It

Comments are closed.