ହାୟର ଇଣ୍ଡିଆ ପକ୍ଷରୁ “ଇଜି କନେକ୍ଟ” ଏଲ୍ଇଡି ଟେଲିଭିଜନ୍ ରେଞ୍ଜର ଶୁଭାରମ୍ଭ


ଘରୋଇ ଉପକରଣ ଓ କଞ୍ଜୁମର ଇଲେକ୍ଟ୍ରୋନିକ୍ସରେ ବିଶ୍ୱର ଅଗ୍ରଣୀ ବ୍ରାଣ୍ଡ ହାୟର, ଏହି ପାର୍ବଣ ଋତୁରେ ଭାରତରେ ନୂତନ ରେଞ୍ଜର ସହଜରେ ସଂଯୋଗ ହୋଇପାରୁଥିବା ଏଲ୍ଇଡି ଟେଲିଭିଜନ୍ଗୁଡ଼ିକର ଶୁଭାରମ୍ଭ ଘୋଷଣା କରିଛି । ସ୍ମାର୍ଟ ସେୟାର ବୈଶିଷ୍ଟ୍ୟ ସହିତ ଏହି ଦୁଇଟି ନୂତନ ଏଲ୍ଇଡି ଟିଭି ମଡେଲ୍ ଏଲ୍ଇ୪୩ବି୯୨୦୦ଡବ୍ଲ୍ୟୁବି (୧୦୮ସେମି ଫୁଲ୍ ଏଚ୍ଡି) ଓ ଏଲ୍ଇ୩୨ବି୯୨୦୦ଡବ୍ଲ୍ୟୁବି (୮୦ସେମି-ଏଚ୍ଡି) ଗ୍ରାହକମାନଙ୍କୁ ଏକ ପ୍ରକୃତ ସ୍ମାର୍ଟ ଭ୍ୟୁୟିଂ ଅନୁଭୂତି ପ୍ରଦାନ କରୁଛନ୍ତି ।
ଏହି ନୂତନ ରେଞ୍ଜ ସ୍ମାର୍ଟ ସେୟାର ବୈଶିଷ୍ଟ୍ୟ ସହିତ ଆସୁଛି, ଯାହା ଆଣ୍ଡ୍ରଏଡ଼ ମୋବାଇଲ୍ ବ୍ୟବହାରକାରୀଙ୍କୁ ସ୍କ୍ରିନିଂର ଆଧୁନିକ ମାର୍ଗରେ ଆଧୁନିକ ଶୈଳୀରେ ସେମାନଙ୍କ ମୋବାଇଲ୍ କଣ୍ଟେଣ୍ଟ୍ଗୁଡ଼ିକୁ ଏଲ୍ଇଡ଼ି ଟିଭିର ବୃହତ ପରଦା ଉପରେ ଚଳାଇପାରିବେ । ଏଥିରେ ସେମାନଙ୍କୁ ୱାଇଫାଇ ତଥା ବ୍ଲୁଟୁଥ୍ ଭଳି ଇଣ୍ଟରନେଟ୍ କନେକ୍ସନ୍ଗୁଡ଼ିକର ଆବଶ୍ୟକତା ପଡ଼ିବ ନାହିଁ । ବ୍ୟବହାରକାରୀମାନେ ସରଳଭାବେ ପ୍ରି-ଲୋଡେଡ଼ ଆପ୍, ଯେପରିକି- ସେମାନଙ୍କ ଆଣ୍ଡ୍ରଏଡ଼ ମୋବାଇଲ୍ ଉପରେ ସ୍ମାର୍ଟଭ୍ୟୁ କିମ୍ବା ସ୍କ୍ରିନ୍ ମନିଟରିଂ ପ୍ରକ୍ରିୟାକୁ ଅନୁସରଣ କରିପାରିବେ । ହାୟର ଏଲ୍ଇ୪୩ବି୯୨୦୦ଡବ୍ଲ୍ୟୁବି ଏଲ୍ଇଡି ଟିଭି ୧୯୨୦ଞ୍ଚ୧୦୮୦ପି ଫୁଲ୍ ଏଚ୍ଡି ରିଜୋଲ୍ୟୁସନ୍ ସହିତ ଆସୁଛି, ଯାହା ଏକ ଚମତ୍କାର ପିକଚର୍ ଗୁଣବତ୍ତା ପ୍ରଦାନ କରୁଛି । ଏହି ନୂତନ ଟିଭି ୧୬:୯ ଅନୁପାତ, ଉତ୍ତମ ବ୍ରାଇଟ୍ନେସ୍, କଣ୍ଟ୍ରାଷ୍ଟ ସହିତ ଉତ୍ତମ ମାନର ଫୁଲ୍ ଏଚ୍ଡି ଭିଡିଓ କଣ୍ଟେଣ୍ଟ୍ ଦେଖିବାରେ ସହାୟକ ହେଉଛି । ସେହିପରି ହାୟର ଏଲ୍ଇ୩୨ବି୯୨୦୦ଡବ୍ଲ୍ୟୁବି ଏଲ୍ଇଡ଼ି ଟିଭି ୧୩୬୬ଞ୍ଚ୭୬୮ପି ଏଚ୍ଡି ରିଜୋଲ୍ୟୁସନ୍ ସହିତ ବୈଶିଷ୍ଟ୍ୟ ଓ ସୌନ୍ଦର୍ଯ୍ୟତାର ଏକ ଉପଯୁକ୍ତ ମିଶ୍ରଣ ଆଣୁଛି, ଯାହା ଚମତ୍କାର ପିକ୍ଚର ଗୁଣବତ୍ତା ପ୍ରଦାନ କରୁଛି । ଏହି ନୂତନ ହାୟର ଏଲ୍ଇ୩୨ବି୯୨୦୦ଡବ୍ଲ୍ୟୁବି ୮୦ସେମି ଏବଂ ଏଲ୍ଇ୪୩ବି୯୨୦୦ଡବ୍ଲ୍ୟୁବି ୧୦୮ସେମିର ଏହି ଏଲଇଡି ଟି.ଭି ସାରା ଭାରତରେ ଯଥାକ୍ରମେ ଟ ୨୨,୯୯୦ ଏବଂ ଟ ୪୦,୯୯୦ରେ ଉପଲବ୍ଧ ହେଉଛି ।
ଏହି ଶୁଭାରମ୍ଭ ଅବସରରେ ହାୟର ଇଣ୍ଡିଆର ସଭାପତି ଶ୍ରୀ ଏରିକ ବ୍ରାଗାଞ୍ଜା, କହିଛନ୍ତି ଯେ, “ଭାରତ ଆମ ପାଇଁ ଏକ ରଣନୈତିକ ରୂପରେ ମହତ୍ତ୍ୱପୂର୍ଣ୍ଣ ବଜାର ଅଟେ ଏବଂ ଆମେ ଗ୍ରାହକଙ୍କ-ପ୍ରେରିତ ଅଭିନବୀକରଣ ଉପରେ ବିଶ୍ୱାସ ରଖିଥାଉ । ଏହି ପାର୍ବଣ ରୂତୁରେ ଆନନ୍ଦକୁ ଜାହିର କରିବାକୁ ଯାଇ ଆମେ ଆମ ଗ୍ରାହକଙ୍କ ଖୁସିକୁ ଆଖି ଆଗରେ ରଖି ବି୯୨୦୦ଡବ୍ଲ୍ୟୁବି ଏଲଇଡି ଟିଭିର ଏହି ନୂତନ ସୃଙ୍ଖଳକୁ ଶୁଭାରମ୍ଭର ଘୋଷଣା କରାଇ ବହୁତ ଖୁସି ଅନୁଭବ କରୁଛୁ । ଏହି ନୂତନ ହାୟର ଇଜି କଣ୍ଟାକ୍ଟ ଏଲଇଡି ଟିଭି ଗ୍ରାହକଙ୍କୁ ବିନା କୌଣସି ଅସୁବିଧାରେ ନିଜ ମନ ପସନ୍ଦର କଣ୍ଟେଣ୍ଟର ଅନୁଭବ ପ୍ରଦାନ କରାଇବା ପାଇଁ ପ୍ରସ୍ତୁତ ହୋଇଛି । ଏହି ନୂତନ ରେଞ୍ଜର ଏଲଇଡି ଟି.ଭି ଗ୍ରାହକଙ୍କୁ ଅତି ଆକର୍ଷଣୀୟ ମୂଲ୍ୟରେ ସର୍ବଉତ୍ତମ ଭାବରେ ଦେଖିବାର କ୍ଷମତା ପ୍ରଦାନ କରିବ । ”


Share It

Comments are closed.