ଆରପାରିରେ ସଲମାନଙ୍କ ପ୍ରିୟ ପାଳିତ କୁକୁର “ମାଇ ଲଭ”


ଗୁରୁବାର ରାତି ସଲମାନ ଖାନଙ୍କ ପ୍ରିୟ ପାଳିତ କୁକୁର ମୃତ୍ୟୁ ଘଟିଛି । ସଲମାନ ତାକୁ ଅତି ସ୍ନେହରେ “ମାଇ ଲଭ” କହି ଡାକୁଥିଲେ । ସଲମାନ ତାଙ୍କର ଏହି ପାଳିତ କୁକୁରକୁ ବହୁତ ଭଲ ପାଉଥିଲେ ଏବଂ ସବୁବେଳେ ତା ସହ ହିଁ ଅଧିକାଂଶ ସମୟ ବିତାଇବା ପାଇଁ ପସନ୍ଦ କରୁଥିଲେ । କାରଣ ଅଧିକାଂଶ ସମୟରେ ସାଲମାନ ଏବଂ “ମାଇ ଲଭ”ର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମଧ୍ୟ ମିଳୁଥିଲା ।
ସଲମାନ ନିଜେ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟର ଏହା ସୂଚନା ମଧ୍ୟ ଦେଇଛନ୍ତି । ସେ ଏହା ମଧ୍ୟ ଲେଖିଛନ୍ତି ଯେ, “ମୋର ସବୁଠାରୁ ସୁନ୍ଦର କୁକୁର ଆଜି ଚାଲିଗଲା । ଭଗବାନ ତାହାର ଆତ୍ମାକୁ ଶାନ୍ତି ଦିଅନ୍ତୁ ।” ଏହା ସହ ସଲମାନ ନିଜ ଲଭ ସହ ଅନେକ ପୁରୁଣା ଫଟୋ ମଧ୍ୟ ସେୟାର କରିଛନ୍ତି ।
ସଲମାନଙ୍କ ଏହା ପୂର୍ବରୁ “ମାଇ ସନ” ଏବଂ “ମାଇ ଜାନ” ନାମକ ଦୁଇଟିି କୁକୁର ମଧ୍ୟ ଥିଲା । ଯାହାଙ୍କର ୨୦୧୬ ରୁୁ ମୃତ୍ୟୁ ହୋଇଯାଇଥିଲା ।
“ନେପୋଲିଏନ ମାଷ୍ଟିଫ”ର ଏହି ବ୍ରିଡ ସଲମାନଙ୍କ ଭାରି ପ୍ରିୟ ଥିଲା । ସେଥିପାଇଁ ତାର ମୃତ୍ୟୁ ପରେ ସଲମାନ ସୋସିଆଲ ମିଡିଆରେ ତାଙ୍କର ଦୁଃଖ ମଧ୍ୟ ଜାହିର କରିଛନ୍ତି । ନିକଟ ଅତୀତରେ ସଲମାନଙ୍କ ରିଲିଜ ହୋଇଥିବା “ରେସ -୩”ରେ ମଧ୍ୟ ସଲମାନଙ୍କର ମାଇ ଲଭ ସହ ଏକ ଫଟୋ ମଧ୍ୟ ଫୋଷ୍ଟ ହୋଇଥିଲା ।
ତାଙ୍କର ଏହି ପ୍ରିୟ ପାଳିତ କୁକୁର ମୃତ୍ୟୁ ଖବର ସଲମାନଙ୍କ ସୋସିଆଲ ମିଡିଆରେ ସେୟାର କରିବା ପରେ ତାଙ୍କ ପ୍ରସଂଶକଙ୍କ ଠାରୁ ଆରମ୍ଭ କରି ଅନେକ ଅଭିନେତା ମଧ୍ୟ ଏଥିପାଇଁ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି ।


Share It

Comments are closed.