କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଲେ ଏହି ଭାରତୀୟ ଖେଳାଳୀ


ପଞ୍ଜାବର ୩୩ ବର୍ଷୀୟ ଅଲରାଉଣ୍ଡର ଗୁରକିରାତ୍ ସିଂ (Gurkeerat Singh Mann) ମନ ଶୁକ୍ରବାର କ୍ରିକେଟ୍ ର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏନେଇ ସୂଚନା ଦେଇଛନ୍ତି। ୨୦୧୧ ମସିହାରେ ଏହି ଖେଳାଳି ଲାଇମଲାଇଟ୍ ଆସିଥିଲେ। ଏହା ପରେ, ୨୦୧୫ରେ ସେ ଭାରତୀୟ ଦଳରେ ସାମିଲ ହେବା ନେଇ ସୁଯୋଗ ପାଇଥିଲେ। ଆଇପିଏଲରେ (IPL) ମଧ୍ଯ ଗୁରକିରାତଙ୍କ ଧୂଆଁଧାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

୨୦୧୫ରେ ଭାରତୀୟ ଦଳରେ ପାଇଥିଲେ ସ୍ଥାନ

୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍ ପାଇଁ ସେ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଥିଲେ ସୁଦ୍ଧା ପେଲିଙ୍ଗ ଇଲେଭେନରେ ଖେଳିବା ନେଇ ସୁଯୋଗ ପାଇ ନଥିଲେ। ୨୦୧୬ରେ ମେଲବର୍ଣ୍ଣରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସେ ଦିନିକିଆରେ ଡେବ୍ୟୁ କରିଥିଲେ ।

ଏହି ଆଇପିଏଲ୍ ଦଳ ପାଇଁ ଖେଳିଥିଲେ ଗୁରକିରାତ୍ ସିଂ ମନ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ରେ ଗୁରକିରାତ୍ ଘରୋଇ ଦଳ ପଞ୍ଜାବ କିଙ୍ଗସ୍ (Punjab kings) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) ପାଇଁ ଖେଳିଥିଲେ। ୨୦୨୧ ମସିହାରେ, ସେ ଆହତ ରିଙ୍କୁ ସିଂଙ୍କ (Rinku Singh) ବଦଳରେ କୋଲକାତା ନାଇଟ୍ ରାଇଡର୍ସ (kolkata knight riders) ଦ୍ୱାରା ମନୋନୀତ ହୋଇଥିଲେ । ୨୦୨୨ରେ ଗୁଜୁରାଟ ଟାଇଟନ୍ ଟାଇଟେଲ ଜିତିବା ବେଳେ ସେ ଦଳରେ ସାମିଲ ରହିଥିଲେ । ଆଇପିଏଲରେ ୪୧ଟି ମ୍ୟାଚ୍ ଖେଳିଥିବା ଗୁରକିରାତ୍ ୫୧୧ ରନ୍ ହାସଲ କରିଛନ୍ତି ।


Share It

Comments are closed.