ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଏହି ୩ ଖେଳାଳୀଙ୍କୁ ମିଳିପାରେ ବିଶ୍ରାମ


ଆଇସିସି ବିଶ୍ୱକପରେ (World cup 2023) ଭାରତ ପରବର୍ତ୍ତୀ ମ୍ୟାଚ୍ ନେଦରଲ୍ୟାଣ୍ଡ (IND Vs NED )ବିପକ୍ଷରେ ଖେଳିବାକୁ ଯାଉଛି। ୧୨ ନଭେମ୍ବରରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ (Bangalore Chinnaswamy Stadium) ଖେଳାଯିବ। ଟିମ୍ ଇଣ୍ତିଆ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବିଜୟ କିମ୍ବା ପରାଜୟ ଭାରତର ପଏଣ୍ଟ ଟେବୁଲ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କିନ୍ତୁ ଏହି ମ୍ୟାଚ୍‌ରେ ଟିମ୍ ଇଣ୍ତିଆର (Team India) ପ୍ଲେଇଙ୍ଗ ଇଲେଭେନରେ ବଡ଼ ପରିବର୍ତ୍ତନ ହେବା ନେଇ କୁହାଯାଉଛି । ଏହି ମ୍ୟାଚରେ ତିନି ଜଣ ଷ୍ଟାର ଖେଳାଳିଙ୍କୁ ବାଦ ଦିଆଯିବା ନେଇ ଜଣାପଡ଼ିଛି । ନେଦରଲ୍ୟାଣ୍ଡ ବିପକ୍ଷରେ (India vs Netherlands) ଭାରତ ଖେଳିବାକୁ ଥିବା ଏହି ମ୍ୟାଚ୍ କେବଳ ଔପଚାରିକତା ଅଟେ। ଏଭଳି ସ୍ଥିତିରେ ଅଧିନାୟକ ରୋହିତ ଶର୍ମା ଦଳର କିଛି ଷ୍ଟାର ଖେଳାଳିଙ୍କୁ ବିଶ୍ରାମ ଦେଇ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି। ନେଦରଲ୍ୟାଣ୍ଡ ସହ ମ୍ୟାଚ୍ ପରେ ଭାରତ ସିଧାସଳଖ ସେମିଫାଇନାଲ ଖେଳିବାକୁ ଯାଉଛି। ସମସ୍ତ ଖେଳାଳିଙ୍କ ପାଇଁ ଏହି ମ୍ୟାଚରେ ଫିଟ୍ ରହିବା ଅତ୍ୟନ୍ତ ଜରୁରୀ, କିନ୍ତୁ ଯଦି କେହି ଆହତ ହୁଅନ୍ତି, ତେବେ ରୋହିତ ଶର୍ମାଙ୍କୁ (Rohit Sharma) ଏନେଇ ପୂର୍ବରୁ ବ୍ୟାକଅପ୍ ରଖିବାକୁ ପଡ଼ିବ। ଏନେଇ ରୋହିତ ଆଗାମୀ ମ୍ୟାଚରେ ଦଳରେ ଅଦଳ ବଦଳ କରି ନୂଆ ଖେଳାଳିଙ୍କୁ ସୁଯୋଗ ଦେବେ ବୋଲି ଅନୁମାନ କରାଯାଉଛି। ଅଧିନାୟକ ରୋହିତ ଶର୍ମା ପ୍ଲେଇଙ୍ଗ ଇଲେଭେନରେ (Team India playing 11) ୩ଟି ପରିବର୍ତ୍ତନ କରିପାରନ୍ତି ବୋଲି କୁହାଯାଉଛି। ସର୍ବପ୍ରଥମେ, ଫର୍ମରେ ଥିବା ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କ (Jasprit Bumrah) ସ୍ଥାନରେ ପ୍ରସିଦ୍ଧ କୃଷ୍ଣଙ୍କୁ (Prasidh Krishna) ସୁଯୋଗ ଦିଆଯାଇପାରେ । ସ୍ପିନ୍ ଓ ବ୍ୟାଟିଂରେ ଧୂରନ୍ଦର ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ରବିଚନ୍ଦ୍ର ଅଶ୍ୱିନଙ୍କୁ ସୁଯୋଗ ଦିଆଯାଇପାରେ । ସେହିପରି ଉପ-ଅଧିନାୟକ କେ.ଏଲ୍ (K L Rahul) ରାହୁଲଙ୍କ ସ୍ଥାନରେ ଇଶାନ କିଶାନଙ୍କୁ (Ishan kishan) ଦଳରେ ସାମଲ କରାଯିବ ବୋଲି ଅନୁମାନ କରାଯାଉଛି । ଏହି ତିନି ଖେଳାଳି ଭାରତୀୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ବିଶ୍ରାମ ଦେଇ ପାଇଁ ଆଗମୀ ମ୍ୟାଚ୍ ରେ ବାଦ ଦିଆଯାଇପାରେ ।


Share It

Comments are closed.