ପଟିଆରେ ନୂଆ ସାମସଙ୍ଗ ସ୍ମାର୍ଟ କାଫେ ଉଦ୍‌ଘାଟିତ

ସାମସଙ୍ଗର ସବୁ ଉତ୍ପାଦ ଯଥା ସ୍ମାର୍ଟଫୋନ, ଟାବଲେଟ, ଲାପଟପ, ଘଂଟା, ଆକ୍‌ସେସୋରି ଆଦି ଗୋଟିଏ ସ୍ଥାନରେ ଉପଲବ୍ଧ


ଭୁବନେଶ୍ୱର : ସେଲନେଟ ଟେଲିଲିଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ପଟିଆଠାରେ ଶୁକ୍ରବାର ସାମସଙ୍ଗ ସ୍ମାର୍ଟ କାଫେର ଭବ୍ୟ ଉଦଘାଟନ କରାଯାଇଛି, ଯାହା ଗ୍ରାହକଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଅସାଧାରଣ ସେବା ପ୍ରଦାନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହୋଇଛି । ଏହି କ୍ୟାଫେର ଉଦଘାଟନୀ ଉତ୍ସବରେ ସାମସଙ୍ଗ ଡିଷ୍ଟ୍ରିବ୍ୟୁଟର ପପୁ ହଂସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାମସଙ୍ଗ ମୋବାଇଲର ଜୋନାଲ ସେଲ୍ ମ୍ୟାନେଜର ଅବିନେଶ ଶରଣ ସିହ୍ନା, ସାମସଙ୍ଗ ମୋବାଇଲର ଏରିଆ ବିଜନେସ୍ ମ୍ୟାନେଜର ଅମିତ କୁମାର ଶ\’ ଓ ଫ୍ରାଂଚାଇଜ୍ ପାର୍ଟନର (ସେଲନେଟ ଟେଲିଲିଙ୍କ୍‌) ଲୋକନାଥ ପାଢ଼ୀ ଉପସ୍ଥିତ ଥିଲେ ।
ଭୁବନେଶ୍ୱର ପଟିଆସ୍ଥିତ କିଟ୍ ଛକରେ ଥିବା ସାମସଙ୍ଗ ସ୍ମାର୍ଟ କାଫେ ସମସ୍ତ ଟେକ୍ ଆବଶ୍ୟକତା ପାଇଁ ୱାନ୍ ଷ୍ଟପ୍ ସପିଂ ଡେଷ୍ଟିନେସନ୍ ଭାବେ କାର୍ଯ୍ୟ କରିବ । ଏହି ଷ୍ଟୋର ଏହାର ବିଭିନ୍ନ ଉନ୍ନତ ଉତ୍ପାଦ ସହିତ ଗ୍ରାହକମାନଙ୍କୁ ରୋମାଂଚିତ କରି ସେମାନଙ୍କ ପାଇଁ ସାମଗ୍ରିକ ସପିଂ ଅଭିଜ୍ଞତାରେ ଉନ୍ନତି ଆଣିବ ।
ଏଥିରେ ସାମସଙ୍ଗର ସମସ୍ତ ପ୍ରକାର ସ୍ମାର୍ଟଫୋନ୍‌, ଟ୍ୟାବଲେଟ୍‌, ଘଂଟା, ମୋବାଇଲ୍ ଆକ୍ସେସରିଜ୍‌, ଗାଲାକ୍ସି ବୁକ୍ ଲାପଟପ୍‌, ୱେରେବଲ୍ସ ଆଦି ଅଭିନବ ଉତ୍ପାଦ ପ୍ରଦର୍ଶିତ ହୋଇଛି । ବୈଷୟିକ ଜ୍ଞାନକୌଶଳରେ ଅତ୍ୟାଧୁନିକ ଉନ୍ନତିକୁ ଗ୍ରାହକମାନେ ଅନୁଭବ କରିବା ସହ ସର୍ଭିସ୍ ଟିମ୍ ସହ କଥାବାର୍ତା କରିବା ଏବଂ ବିଶେଷଜ୍ଞଙ୍କ ପରାମର୍ଶରେ ସୂଚନା ଆଧାରରେ କିଣିବା ନିଷ୍ପତି ଗ୍ରହଣ କରିବାର ସୁଯୋଗ ପାଇବେ ।
ଏହି ଅବସରରେ ସାମସଙ୍ଗର ଡିଷ୍ଟ୍ରିବ୍ୟୁଟର ଶ୍ରୀ ପପୁ ହଂସ କହିଛନ୍ତି ଯେ, “ସାମସଙ୍ଗ ଅଭିଜ୍ଞତାକୁ ଭୁବନେଶ୍ୱରର ମୂଲ୍ୟବାନ ଗ୍ରାହକ ବିଶେଷ କରି ପଟିଆ ଅଂଚଳର ନିକଟତର କରିବା ପାଇଁ ଆମେ ଉତ୍ସାହିତ । ଏହି ନୂତନ ଷ୍ଟୋର୍ ସାମସଙ୍ଗର ସମସ୍ତ ଅତ୍ୟାଧୁନିକ ବୈଷୟିକ ଉଦ୍ଭାବନ ପ୍ରଦର୍ଶନ କରିବ ଏବଂ ଗୁଣବତା, ଉଦ୍ଭାବନ ଏବଂ ସେବା ଉତ୍କର୍ଷତା ପାଇଁ ଏହାର ମୂଲ୍ୟବୋଧ ପାଇଁ ବିଶ୍ୱସ୍ତରରେ ଜଣାଶୁଣା ବ୍ରାଣ୍ଡ ସାମସଙ୍ଗ ସହିତ ଗ୍ରାହକଙ୍କୁ ଯୋଡ଼ି ହେବାର ସୁଯୋଗ ପ୍ରଦାନ କରିବ ।’’
ଫ୍ରାଚାଂଇଜି ପାର୍ଟନର ତଥା ସେଲନେଟ୍ ଟେଲିଲିଙ୍କର ମାଲିକ ଲୋକନାଥ ପାଢ଼ୀ ଉତ୍ସାହ ପ୍ରକାଶ କରି କହିଛନ୍ତି, “ସେଲ୍ ନେଟ୍ ଟେଲିଲିଙ୍କ୍ ଓଡ଼ିଶାର ଏକ ପ୍ରସିଦ୍ଧ ମୋବାଇଲ ଷ୍ଟୋର, ଯେଉଁଥିରେ ସବୁ ପ୍ରକାର ବ୍ରାଣ୍ଡ୍ ରହିଛି ଏବଂ ୨୧ ବର୍ଷରୁ ଅଧିକ ସମୟ ଧରି ଏହା ଏହି ମୋବାଇଲ୍ ବ୍ୟବସାୟରେ ରହିଛି । ବାପୁଜୀ ନଗର, ସହିଦ ନଗର ଓ ଅଶୋକ ନଗରରେ ଆମର ଷ୍ଟୋର୍ ରହିଛି । ପଟିଆରେ ଆମର ନୂଆ ସାମସଙ୍ଗ ସ୍ମାର୍ଟକାଫେ ଷ୍ଟୋର ସହ ଆମେ ଟେକ୍ ସପିଂ ଅନୁଭୂତିକୁ ପୁନଃନିର୍ଦ୍ଧାରଣ କରିବାକୁ ଚାହୁଁଛୁ ।’’
ଗ୍ରାହକମାନେ ଅଭିଜ୍ଞତା, ଇଂଟରଆକ୍ଟିଭ୍ ଡିସପ୍ଲେ, ପ୍ରଡକ୍ଟ ଲାଇଭ୍ ଡେମୋ, ଆପ ଏବଂ ସର୍ଭିସ୍‌, ସାମସଙ୍ଗ ଷ୍ଟୁଡେଂଟ୍ ବେନିଫିଟ ଏବଂ ଲୟାଲିଟି ପଏଂଟ ଅର୍ଜନ କରିବାର ସୁଯୋଗ ମାଧ୍ୟମରେ ସାମସଙ୍ଗର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିଜକୁ ନିମଗ୍ନ କରିପାରିବେ ।


Share It

Comments are closed.