ଆଜି ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍, ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର


ଆଜି ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର କେନ୍ଦ୍ରୀୟ ତଥା ଉତ୍ତରରେ ଥିବା ୧୪ ଜିଲ୍ଲାର ମୋଟ ୯୩ ଆସନରେ ହେବ ମତଦାନ । ଡିସେମ୍ବର ୧ରେ ୮୯ ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହୋଇଥିଲା । ସେତେବେଳେ ୬୩.୩୧% ମତଦାନ ହୋଇଥିଲା । ଡିସେମ୍ବର ୮ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

ଗୁଜରାଟ ବିଧାନସଭାରେ ମୋଟ ୧୮୨ ଆସନ ରହିଛି । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ରାଜନୈତିକ ଦଳର ମୋଟ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ (ଘଟଲୋଡିଆ), ହାର୍ଦ୍ଦିକ ପଟେଲ (ବିରାମଗାମ) ଓ ଅଳ୍ପେଶ ଠାକୁର (ଦକ୍ଷିଣ ଗାନ୍ଧୀନଗର) ପ୍ରମୁଖ ଅଛନ୍ତି । ଏହି ପର୍ଯ୍ୟାୟରେ ଭୋଟ ଦେବା ପାଇଁ ମୋଟ ୨.୫୧ କୋଟି ମତଦାତା ରହିଛନ୍ତି । ଏମାନଙ୍କ ମଧ୍ୟରେ ୧.୨୯ କୋଟି ପୁରୁଷ ଏବଂ ୧.୨୨ କୋଟି ମହିଳା ଭୋଟର ଅଛନ୍ତି । ୧୮-୧୯ ବର୍ଷ ବର୍ଗରେ ୫.୯୬ ଲକ୍ଷ ଭୋଟର ରହିଥିବା ନିର୍ବାଚନ ଆୟୋଗ ରିପୋର୍ଟରୁ ଜଣାପଡ଼ିଛି ।


Share It

Comments are closed.