ମାଗଣା ରାସନ ନେଉଥିବା ଲୋକଙ୍କ ପାଇଁ ସବୁଠାରୁ ଖରାପ ଖବର!


ଯଦି ଆପଣ ମାଗଣା ରାସନ (Free Ration) ଯୋଜନାର ଲାଭ ଉଠାଉଛନ୍ତି, ତେବେ ଏହି ଖବର ପଢ଼ିବା ପରେ ଆପଣଙ୍କୁ ଝଟକା ଲାଗିପାରେ । ଏପ୍ରିଲ୍ ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଚଳିତ ବର୍ଷ ଡିସେମ୍ବର ୩୧ରେ ଶେଷ ହୋଇଯିବ । ସେପ୍ଟେମ୍ବର ୨୮ରେ ଏହାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମୋଦି କ୍ୟାବିନେଟ୍ (Modi Cabinet) ନିଷ୍ପତ୍ତି ନେଇଥିଲେ । ଏହି ଯୋଜନା ଅଧୀନରେ ୮୦ କୋଟି ଲୋକଙ୍କୁ ୫ କିଲୋଗ୍ରାମ ପ୍ରତି ବ୍ୟକ୍ତି ହିସାବରେ ମାଗଣା ଖାଦ୍ୟ ଶସ୍ୟ ଦିଆଯାଉଛି । ଯୋଜନାର ସମୟ ଅବଧି ସମାପ୍ତ ହେବା ପରେ ମାଗଣା ରାସନର ସୁବିଧା ବନ୍ଦ ହୋଇଯିବ ।

କେନ୍ଦ୍ର ସରକାରଙ୍କ ତରଫରୁ ଏହି ଯୋଜନାକୁ ଆଗକୁ ବଢ଼ାଇ ଯିବାର ଆଶା ବହୁତ କମ୍ ରହିଛି । ଏହି ଆଶଙ୍କା ଆହୁରି ଦୃଢ଼ ହୋଇଛି କାରଣ NITI ଆୟୋଗ ସଦସ୍ୟ ରମେଶ ଚନ୍ଦ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ବନ୍ଦ କରିବା ବିଷୟରେ କହିଥିଲେ । ସେ କହିଥିଲେ ଯେ, ମାଗଣା ରାସନ ଯୋଜନା ପାଇଁ ଆବଣ୍ଟିତ ଖାଦ୍ୟ ଶସ୍ୟକୁ ସରକାର ଖୋଲା ବଜାରରେ ବିକ୍ରୟ କରିବା ଉଚିତ । ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଅର୍ଥନୈତିକ କାର୍ଯ୍ୟକଳାପ ସ୍ୱାଭାବିକ ଥିବାବେଳେ PMGKAY ଭଳି ଯୋଜନା ଜାରି ରଖିବାର କୌଣସି ଯଥାର୍ଥତା ନାହିଁ ।

ସେ କହିଛନ୍ତି ଯେ, ମାସିକ ଭିତ୍ତିରେ ଏହି ଯୋଜନା ପାଇଁ ଆବଣ୍ଟିତ ୪ ନିୟୁତ ଟନ୍ ଚାଉଳ-ଗହମର ବିକ୍ରି ମୁଦ୍ରାସ୍ଫୀତି ହ୍ରାସ ତଥା ଆରବିଆଇ ଉପରେ ଚାପ ହ୍ରାସ କରାଯାଇପାରିବ । ଆପଣଙ୍କୁ କହି ରଖୁଛୁ ଯେ, ଅକ୍ଟୋବରରେ ଖାଦ୍ୟ ଶସ୍ୟର ମୁଦ୍ରାସ୍ଫୀତି ୧୨.୮ ପ୍ରତିଶତ ଥିଲା, ଯାହା ନଭେମ୍ବରରେ ୧୧.୫୫ ପ୍ରତିଶତକୁ ଖସି ଆସିଥିଲା । ଅନ୍ୟପକ୍ଷରେ ଘରୋଇ ବଜାରରେ ଗହମର ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳୁଛି । ବିଶେଷଜ୍ଞମାନେ କହିଛନ୍ତି ଯେ ନୂତନ ଫସଲ ଆସିବା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ପାଇବ ।

ସୂଚନାଯୋଗ୍ୟ, COVID-19 କାରଣରୁ ଗରିବ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ସରକାର ମାଗଣା ରାସନ ଯୋଜନା ଆଣିଥିଲେ । ଏଥି ସହିତ ଗତ ଦୁଇ ବର୍ଷ ମଧ୍ୟରେ ଏହି ଯୋଜନା ଅଧୀନରେ ପ୍ରାୟ ୨.୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ମାର୍ଚ୍ଚରେ ଏହି ଯୋଜନା ୬ ମାସ ପାଇଁ ବୃଦ୍ଧି କରାଯାଇଥିଲା । ଏହି କାରଣରୁ ଏହି ଯୋଜନାରେ ଆଉ ୮୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । କୋଭିଡ-19 ମହାମାରୀ ଯୋଗୁ ଲାଗୁ ହୋଇଥିବା ଲକଡାଉନ୍ ସମୟରେ ଏହା ଗରିବ ପରିବାରକୁ ବହୁତ ସାହାଯ୍ୟ କରିଥିଲା ।​ NFSA ଅଧୀନରେ ଥିବା ସାଧାରଣ ଆବଣ୍ଟନଠାରୁ ଏହା ଅଧିକ । ଏହି ଯୋଜନା ଅନେକ ଥର ବୃଦ୍ଧି କରାଯାଇଛି ଓ ବର୍ତ୍ତମାନ ଡିସେମ୍ୱର ୩୧ ପର୍ଯ୍ୟନ୍ତ ବୈଧ ଅଛି । ରାସନ କାର୍ଡର ଲାଭ

ରାସନ କାର୍ଡ ମାଧ୍ୟମରେ ମାଗଣା ଓ ଶସ୍ତା ରାସନ ବ୍ୟତୀତ, ଆପଣ ଅନ୍ୟାନ୍ୟ ସୁବିଧା ପାଇପାରିବେ । ଆପଣ ଏହି କାର୍ଡକୁ ଏକ ଠିକଣା ପ୍ରମାଣ ଭାବରେ ବ୍ୟବହାର ମଧ୍ୟ କରିପାରିବେ । ଏହା ବ୍ୟତୀତ ଏହାକୁ ଏକ ପରିଚୟ ପତ୍ର ଭାବେ ମଧ୍ୟ ବ୍ୟବହାର କରାଯାଇହେବ । ଏହା ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ହେଉ କିମ୍ବା ଗ୍ୟାସ ସଂଯୋଗ ନେବା, ଆପଣ ଏହି କାର୍ଡକୁ ସବୁ ସ୍ଥାନରେ ବ୍ୟବହାର କରିପାରିବେ । ଭୋଟର ଆଇଡି କାର୍ଡ ତିଆରି କରିବା ବ୍ୟତୀତ ଏହା ଅନ୍ୟାନ୍ୟ ଆବଶ୍ୟକୀୟ ଦଲିଲ ତିଆରି କରିବାରେ ମଧ୍ୟ ବ୍ୟବହାର କରାଯାଇହେବ ।


Share It

Comments are closed.