୧୦୦୦ ଟଙ୍କା ଶସ୍ତା ହେଲା ସୁନା, ବଢିଲା ରୁପାର ଦାମ୍


ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍ ବା ଏମସିଏକ୍ସରେ ଫେବ୍ରୁଆରୀରେ ସୁନାର ଭବିଷ୍ୟତ ଦର ୦.୦୨ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ୍ ପିଛା ୪୯,୨୫୦ ଟଙ୍କାରେ ପହଁଚିଛି । ତେବେ ରୁପାର ଦାମ୍ ୦.୨ ପ୍ରତିଶତ ବୃଦ୍ଧି ପାଇ ୬୩,୬୩୫ ଛୁଇଁଛି ।

ବୁଧବାର ସୁନାର ଭବିଷ୍ୟତ ଦର ୧.୮ ପ୍ରତିଶତ ଅର୍ଥାତ ୯୨୦ ଟଙ୍କା ହ୍ରାସ ପାଇଥିଲା । ସେହିପରି ରୁପା ୨.୭ ପ୍ରତିଶତ ଅର୍ଥାତ ୧୮୦୦ ଟଙ୍କା ଶସ୍ତା ହୋଇଥିଲା ଅର୍ଥାତ ଦୁଇଦିନରେ ସୁନାର ଭବିଷ୍ୟତ ଦର ପ୍ରାୟ ୧୮୦୦ ଟଙ୍କା ଶସ୍ତା ହୋଇଛି ।ଅନ୍ତରାଷ୍ଟ୍ରୀୟ ବଜାରରେ ଆମେରିକା ଡଲରରେ ସ୍ଥିରତା କାରଣରୁ ସୁନାର ଭବିଷ୍ୟତ ଦର ୦.୨ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୧୮୩୫.୧୧ ଡଲାର ରହିଛି । ରୁପା ମଧ୍ୟ ୦.୩ ପ୍ରତିଶତ ଖସି ଆଉନ୍ସ ପିଛା ୨୩.୮୫ ଡଲାର ହୋଇଯାଇଛି ।

ବୁଧବାର ଘରୋଇ ବଜାରରେ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୪୮,୩୦୦ ଟଙ୍କା ଥିବା ବେଳେ ରୁପାର ଦାମ୍ ରହିଛି ୬୪,୪୦୦ ଟଙ୍କା । ସୁନାକୁ ମୁଦ୍ରାସ୍ଫିତି ଓ ଟଙ୍କା ଦୁର୍ବଳରୁ ବର୍ତ୍ତିବା ପାଇଁ ବ୍ୟବହାର କରାଯାଏ । ଚଳିତ ବର୍ଷ କେନ୍ଦ୍ରୀୟ ବ୍ୟାଙ୍କ୍ ଦ୍ୱାରା ଘୋଷିତ ଅଦ୍ଭୁଦପୂର୍ବ ପ୍ରୋତ୍ସାହନ ମଧ୍ୟରେ ଏବେସୁଦ୍ଧା ସୁନାର ଦାମ୍ ୨୦ ପ୍ରତିଶତ ବୃଦ୍ଧି ପାଇଛି । ସୁନା ବ୍ୟବସାୟୀମାନେ ଗୁରୁବାର ୟୁରୋପୀୟ ସେଣ୍ଟ୍ରାଲ୍ ବ୍ୟାଙ୍କର ମୁଦ୍ରାନୀତି ଉପରେ ନଜର ରଖିଛନ୍ତି ।

ଆମେରିକୀୟ ଡଲାରରେ ଅସ୍ଥିରତା, କରୋନା ପ୍ରକୋପ ଓ ଏହାସହ ଜଡିତ ପ୍ରତିବନ୍ଧକ, ପ୍ରମୁଖ ଅର୍ଥବ୍ୟବସ୍ଥାର ମିଶ୍ରିତ ତଥ୍ୟ ଓ ଅତିରିକ୍ତ ପ୍ରୋତ୍ସାହନ ରାଶି ପାଇଁ ସୁନା-ରୁପା ଦାମ କମ୍ ବା ବେଶୀ ରହୁଛି । ଯାହା ଆଗକୁ କିଛି ମାସ ଯାଏଁ ଜାରି ରହିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।


Share It

Comments are closed.