ଡ଼ାଟସନ୍ ଇଣ୍ଡିଆ ପକ୍ଷରୁ ଗୋ ଏବଂ ଗୋ + ରିମିକ୍ସ ସ୍ୱତନ୍ତ୍ର ସଂସ୍କରଣ


ଭୁବନେଶ୍ୱର – ଡ଼ାଟସନ୍ ଇଣ୍ଡିଆ ପକ୍ଷରୁ ଡ଼ାଟସନ୍ ଗୋ ଏବଂ ଗୋ +ର ସିମୀତ ସଂସ୍କରଣର ଶୁଭାରମ୍ଭ କରାଯାଇଛି, ଯାହାର ମୂଲ୍ୟ ଯଥାକ୍ରମେ ୪,୨୧,୦୦୦ ଏବଂ ୪,୯୯,୦୦୦ ଟଙ୍କା ରହିଛି । ନୁତନ ହୁଡ଼୍ ଏବଂ ରୁଫ୍ ୱାର୍ପସ ସହିତ, ସମ୍ପୁର୍ଣ୍ଣ ନୂତନ ଗଳା ରଙ୍ଗର ଆଭ୍ୟନ୍ତର ଏବଂ ନୂତନ ଡ଼ୁଆଲ ଟୋନ୍ ରଙ୍ଗର ସମ୍ମିଶ୍ରଣ ଭାରତର ସମସ୍ତ ନିସାନ୍ ଏବଂ ଡ଼ାଟସନ୍ ଡ଼ିଲରସିପ୍ରେ ଆଜିଠାରୁ ଉପଲବ୍ଧ ହେବାକୁ ଯାଉଛି ।
ଏହି ଅବସରରେ ନିସାନ୍ ମୋଟର ଇଣ୍ଡିଆ ପ୍ରାଇଭେଟ୍ ଲିଃ.ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଜର୍ମ ସାଇଗଟ୍ କହିଛନ୍ତିଯେ, “ଡ଼ାଟସନ୍ ଉଭୟ ଜାପାନିଜ୍ ଜ୍ଞାନକୌଶଳ ଏବଂ ଆଧୁନିକ ଡ଼ିଜାଇନକୁ ଏକତ୍ର ଆଣିପାରିଛି, ଯାହାକି ଆମର ଲକ୍ଷ୍ୟରେଥିବା ଗ୍ରାହକ ମାନଙ୍କର ଆବଶ୍ୟତାକୁ ପୂରଣ କରିପାରିବ । ରିମିକ୍ସ ସଂସ୍କରଣ ହେଉଛି ଡ଼ାଟସନ୍ ଶୃଙ୍ଖଳାରେ ଏକ ଉନ୍ନତ ଯୋଗଦାନ ଏବଂ ଆମ୍ଭେମାନେ ଏହି ସ୍ୱତନ୍ତ୍ର ଓନିକ୍ସ କଳା ରଙ୍ଗ ବିକଳ୍ପରେ ଡ଼ାଟସନ୍ ଗୋ ମଡ଼େଲକୁ ଯୋଗାଇଦେଉଥିବାରୁ ଅତ୍ୟନ୍ତ ଆନନ୍ଦିତ । ଆମ୍ଭେମାନେ ନିଶ୍ଚିନ୍ତକି ଗୋ ଏବଂ ଗୋ+ ର ରିମିକ୍ସ ସିମୀତ ସଂସ୍କରଣ ରାସ୍ଥାରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟିକରିପାରିବ ।”

ଆଧୁନିକ ବାହ୍ୟାନ୍ତର ଷ୍ଟାଇଲରେ ତିଆରି, ଡ଼ାଟସନ୍ ଗୋ ରିମିକ୍ସ ଏକ ସ୍ୱତନ୍ତ୍ର ଓନିକ୍ସ କଳା ରଙ୍ଗ ସହିତ ଆକର୍ଷଣୀୟ କମଳା ରଙ୍ଗ ସହିତ ପୁନଃମିଶ୍ରିତ ହୋଇଛି । ଆହୁରି ମଧ୍ୟ ଡ଼ାଟସନ୍ ଗୋ + ରିମିକ୍ସ ଏକ ଡ଼ୁଆଲ ଟୋନ୍ ଷ୍ଟର୍ମ ଧଳା ରଙ୍ଗ ଷ୍ଟାଇଲ ସହିତ ଆକର୍ଷଣୀୟ କମଳା ରଙ୍ଗ ଏବଂ ବ୍ଲାକ୍ ଡ଼େକାଲସ ସହିତ ଆସିଛି । ଡ଼ାଟସନ୍ ଗୋ ଏବଂ ଗୋ+ ରିମିକ୍ସ ଗୁଡ଼ିକ ଆହୁରି ମଧ୍ୟ ଯଥାକ୍ରମେ ଷ୍ଟର୍ମ ହ୍ୱାଇଟ୍ ଏବଂ ଡ଼ୁଆଲଟୋନ୍ ସିଲଭର ରଙ୍ଗରେ ଉପଲବ୍ଧ ।
ରିମିକ୍ସଡ଼୍ ଇନସାଇଡ଼୍ ଆଉଟ୍, ସିମୀତ ସଂସ୍କରଣ ମଡ଼େଲ ନଅଟି ପ୍ରମୁଖ ଫିଚର ଯେପରିକି, ରିମୋଟ କିଲେସ୍ ଏଣ୍ଟ୍ରି, ହ୍ୟାଣ୍ଡସ୍ ଫ୍ରି ବ୍ଲୁଟୁଥ୍ ଅଡ଼ିଓ, ଆଧୁନିକ ସିଟ୍ କଭର, ସମ୍ପୁର୍ଣ୍ଣ ନୂତନ କଳା ସମ୍ମୁଖ ଗ୍ରିଲ୍, ଷ୍ଟାଇଲିସ୍ କଳା ହୁୟିଲ୍ କଭର, ପିଆନୋ କଳା ରଙ୍ଗ ଆଭ୍ୟନ୍ତର, ରିୟର ସ୍ପୋର୍ଟି ସ୍ପୟେଲର, ଷ୍ଟାଇଲିସ୍ କ୍ରୋମ୍ ଏକ୍ସଷ୍ଟ ଫିନିଶର୍ ଏବଂ କ୍ରୋମ୍ ବମ୍ପର ବେଜେଲ୍ ପ୍ରଭୁତି ପ୍ରମୁଖ ।


Share It

Comments are closed.