ଖାଲି ପେଟରେ କ’ଣ ଖାଇବା ଅନୁଚିତ


ଶରୀରକୁ ସୁସ୍ଥ ରଖିବା ପାଇଁ ଉତ୍ତମ ଖାଦ୍ୟ ଗ୍ରହଣର ଆବଶ୍ୟକତା ରହିଛି । କିନ୍ତୁ ଖାଦ୍ୟ ଗ୍ରହଣ କରିବା ଯେତେ ଜରୁରୀ ଠିକ୍ ସମୟରେ ତଥା ଠିକ୍ ଭାବରେ ଖାଦ୍ୟ ଖାଇବା ମଧ୍ୟ ସମ ପରିମାଣରେ ଜରୁରୀ । ଆପଣ ଜାଣନ୍ତି କି, ଖାଲି ପେଟରେ କିଛି ଖାଦ୍ୟ ଖାଇଲେ ଏହା ଶରୀର ନିମନ୍ତେ କ୍ଷତିକାରକ ହୋଇଥାଏ? ଅସନ୍ତୁ ଜାଣିବା ଏମିତି କିଛି ଖାଦ୍ୟ ସମ୍ବନ୍ଧରେ ।

• ଟମାଟୋରେ ଅଧିକ ମାତ୍ରାରେ ଏସିଡ୍ ରହିଥାଏ । ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଶରୀରରେ ଏକ ପ୍ରକାର ଜେଲ୍ ତିଆରି ହୋଇଥାଏ, ଯାହା ଦ୍ୱାରା ଷ୍ଟୋନ୍ ହେବାର ଆଶଙ୍କା ଥାଏ ।
• ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଅଟେ । କିନ୍ତୁ ଖାଲି ପେଟରେ ମଦ୍ୟ କିମ୍ବା ଥଣ୍ଡା ପାନୀୟ ପାନ କଲେ ପେଟରେ ଜ୍ୱଳନ ହୋଇଥାଏ ।
• ଖାଲି ପେଟରେ କଦଳୀ ଖାଇବା ଉଚିତ ନୁହେଁ । ଏହାଦ୍ୱାରା ଶରୀରରେ କ୍ୟାଲ୍ସିୟମ୍ ଓ ମ୍ୟାଗ୍ନେସିୟମ୍ର ସନ୍ତୁଳନତା ଠିକ୍ ରହି ନଥାଏ, ଯାହା ହୃଦ୍ରୋଗ ମଧ୍ୟ କରାଇଥାଏ ।
• ଲେମନ ସୋଡାରେ ଅଧିକ ମାତ୍ରାରେ କାର୍ବୋନେଟ୍ ଏସିଡ୍ ଥିବାରୁ ଏହାକୁ ଖାଲି ପେଟରେ ପିଇବା ଅନୁଚିତ୍ ।
• ଖାଲି ପେଟରେ ଚାହା କିମ୍ବା କଫି ପିଅନ୍ତୁ ନାହିଁ । କଫିରେ ଥିବା କ୍ୟାଫିନ୍ ଶରୀରକୁ କ୍ଷତି ପହଞ୍ଚାଇଥାଏ ।
• ଖାଲି ପେଟରେ ତେଲବାଜି କିମ୍ବା ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ମସଲା ଯୋଗୁଁ ପେଟରେ ଏସିଡ୍ର ମାତ୍ରା ବୃଦ୍ଧି ପାଇଥାଏ । ଖାଲି ପେଟରେ ଗରମ ଚାହା ଗ୍ୟାସ୍ର କାରଣ ହୋଇଥାଏ ।

Share It

Comments are closed.