ଜିସିପିଏଲ୍ ପକ୍ଷରୁ ୧୫ ଟଙ୍କିଆ ସାମ୍ପୁ କେଶ ରଙ୍ଗ ବ୍ରାଣ୍ଡ୍ “ଗୋଦରେଜ୍ ସେଲ୍‌ଫି’ ଉନ୍ମୋଚିତ, ସାମ୍ପୁ କେଶ ରଙ୍ଗ ବଜାରରେ ୬୮୦ କୋଟିର ବେପାର ସୁଯୋଗ


ଭୁବନେଶ୍ୱର: ଗୋଦରେଜ୍ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ୍‌) ପକ୍ଷରୁ ନୂଆ ୧୫ ଟଙ୍କିଆ ସାମ୍ପୁ କେଶ ରଙ୍ଗ କଲରକୁ ଉନ୍ମୋଚନ କରାଯାଇଛି ଯାହା ଭାରତର କେଶ ରଙ୍ଗ ବର୍ଗରେ ବିପ୍ଳବ ଆଣିବ । କଂପାନି ପକ୍ଷରୁ ଏକ ୫ ମିନିଟ୍ ଶୀଘ୍ର ସାମ୍ପୁ ହେୟାର କଲରକୁ ଗୋଦରେଜ୍ ସେଲ୍‌ଫି ବ୍ରାଣ୍ଡ୍ ନାମରେ ବିକ୍ରି କରାଯାଉଛି ଯାହା ସମସ୍ତଙ୍କ ପାଇଁ କେଶକୁ ରଙ୍ଗ କରିବା ସହଜ ଓ ସୁବିଧାଜନକ କରିବ ।
ଭାରତର ସାମ୍ପୁ ହେୟାର କଲର ବଜାର ମୂଲ୍ୟ ୬୮୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ଫର୍ମାଟ୍ ସାରା ଦେଶରେ ଲୋକପ୍ର୍ରିୟତା ହାସଲ କରିଛି । କେଶ ରଙ୍ଗ ପାଇଁ ପାଉଡର୍ ଏବଂ ମେହେନ୍ଦୀ ଆଦିକୁ ମିଶାଇଲେ ଏହି ବଜାର ୧୫୦୦ କୋଟି ଟଙ୍କାରୁ ଅଧିକ ବଡ଼ ହେବ । କେଶ ରଙ୍ଗ କ୍ଷେତ୍ରରେ ବହୁ ଦିନର ବିଶେଷତା ଥିବାରୁ ଜିସିପିଏଲ୍ ସେହି ଲାଭକୁ ବ୍ୟବହାର କରି ୧୫ ଟଙ୍କା ମୂଲ୍ୟରେ ଏକ ସାମ୍ପୁ ହେୟାର କଲର ବ୍ରାଣ୍ଡ୍ ଗୋଦରେଜ୍ ସେଲ୍‌ଫି ଆଣିଛି ।
ଏହି ଅବସରରେ ଗୋଦରେଜ୍ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ୍‌)ର କାଟେଗୋରି ମୁଖ୍ୟ-ହେୟାର କେୟାର ନିରଜ ସେନଗୁଟୁଭନ୍ କହିଛନ୍ତି ଯେ, “ସାମ୍ପୁ ହେୟାର କଲର ହେଉଛି ଏକ ସମ୍ପୂର୍ଣ୍ଣ ନିଜେ ରଙ୍ଗ କରିହେଉଥିବା ଫର୍ମାଟ୍ ଯେଉଁଥିରେ ଅତି ସହଜରେ ଏହି କାମ ସମସ୍ତେ କରିପାରିବେ । ତେଣୁ ଆମେ ଆମ ନୂଆ ସାମ୍ପୁ ହେୟାର କଲର ବ୍ରାଣ୍ଡ୍‌ର ନାମ ରଖିଛୁ “ଗୋଦରେଜ୍ ସେଲ୍‌ଫି’ । ଏହି ବ୍ରାଣ୍ଡ୍ ଭାରତରେ ହେୟାର କଲର ବଜାରକୁ ସମସ୍ତଙ୍କ ପାଖରେ ପହଂଚାଇ ଉଭୟ ଛୋଟ ଓ ଲମ୍ବା କେଶ ପ୍ୟାକ୍‌ର ବିକଳ୍ପ ପୁରୁଷ ଓ ମହିଳାମାନଙ୍କୁ ୧୫ ଟଙ୍କାରୁ ଆରମ୍ଭ ହେଉଥିବା ପ୍ୟାକ୍‌ରେ ପ୍ରଦାନ କରିବ ।’’
ଗ୍ରାହକମାନେ ଜୀବନର ପ୍ରତିଟି ଦିଗରେ ସୁବିଧାଜନକ ଓ ସୁଲଭ ସମାଧାନ ଚାହୁଥିବାରୁ ଜିସିପିଏଲ୍ ଏହାର ଗୋଦରେଜ୍ ସେଲ୍‌ଫି ଜରିଆରେ ହେୟାର କଲର ବଜାରରେ ପରିବର୍ତନ ଆଣିବାକୁ ଯାଉଛି ବୋଲି ନିରଜ କହିଛନ୍ତି ।
ଗୋଦରେଜ୍ ସେଲ୍‌ଫିରେ ଯେଉଁ ମିଶ୍ରଣ ରହିଛି ସେଥିରେ କୌଣସି ଆମୋନିଆ ନଥିବାରୁ କେଶ ନଷ୍ଟ ହେବନାହିଁ । ଏଥିରେ ଥିବା ଆଲୋ ଭିରା କେଶକୁ କୋମଳତା ପ୍ରଦାନ କରିବ । ଏହା ଦୁଇଟି ଆକାରରେ ୧୫ ଟଙ୍କିଆ ପ୍ୟାକ୍‌ରେ ଆସୁଛି । ଏହାର ପ୍ୟାକେଟ୍‌କୁ ଖୋଲି ଶୁଖିଲା କେଶରେ ବୋଳନ୍ତୁ ଓ ଭଲ ଭାବେ ମସାଜ କରନ୍ତୁ । ୫ ମିନିଟ୍ ପରେ ତାହାକୁ ଧୋଇଦିଅନ୍ତୁ । ସାଲୁନ ଯିବାକୁ କିମ୍ବା ପାରମ୍ପରିକ କେଶ ରଙ୍ଗ ପଦ୍ଧତି ଆପଣେଇବାକୁ ଯେଉଁମାନଙ୍କ ପାଖରେ ସମୟ ନାହିଁ ସେମାନଙ୍କ ପାଇଁ ଏହା ଏକ ଉପଯୁକ୍ତ ହେୟାର କଲର ଉତ୍ପାଦ ।


Share It

Comments are closed.