ଇପ୍ୟାକ୍ ଡ୍ୟୁରେବଲ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ


ଭୁବନେଶ୍ୱର: ଇପ୍ୟାକ୍ ଡ୍ୟୁରେବଲ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାପ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । ଏଫ୍‌ଆଣ୍ଡ୍‌ଏସ୍ ରିପୋର୍ଟ ଅନୁସାରେ କଂପାନି ହେଉଛି ୨୦୨୦ରୁ ୨୦୨୩ ଆର୍ଥିକ ବର୍ଷ ମଧ୍ୟରେ ପରିମାଣ ଉତ୍ପାଦନ ଦୃଷ୍ଟିରୁ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଘରେ ବ୍ୟବହାର ହେଉଥିବା ଏୟାର କଣ୍ଡିସନରର ଅସଲି ଡିଜାଇନ୍ ନିର୍ମାତା (ଓଡିଏମ୍‌) ।
କଂପାନି ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ ପାଣ୍ଠି ହାସଲ କରିବାକୁ ଯୋଜନା ରଖିଛି । ଏହି ଅଫରରେ ୪୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୧୩,୦୬୭, ୮୯୦ ଇକ୍ୱିଟି ସେୟାର ବିକ୍ରି କରିବେ ।
ଯେଉଁ ପାଣ୍ଠି ସଂଗ୍ରହ ହେବ ତାହାକୁ ୧. ସମ୍ପ୍ରସାରଣ/ ଉତ୍ପାଦନ କାରଖାନା ସ୍ଥାପନରେ ପୁଞ୍ଜି ବ୍ୟୟ ଆକାରରେ, ୨. କଂପାନିର କେତେକ ବକେୟା ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ/ ଆଗୁଆ ପରିଶୋଧ କରିବା ଏବଂ ୩. ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଅଫର ଫର ସେଲ୍‌ରେ ବଜରଙ୍ଗ ବୋଥ୍ରାଙ୍କ ୧,୧୭୨,୯୭୬ ଇକ୍ୱିଟି ସେୟାର, ଲକ୍ଷ୍ମୀ ପତ୍ ବୋଥ୍ରାଙ୍କ ୬୬୬,୭୯୮ ଇକ୍ୱିଟି ସେୟାର, ସଞ୍ଜୟ ସିଂଘାଣିଆଙ୍କ ୭୪୮,୭୨୧ ଇକ୍ୱିଟି ସେୟାର, ଅଜୟ ଡିଡି ସିଂଘାଣିଆଙ୍କ ୭୪୮,୭୨୧ ଇକ୍ୱିଟି ସେୟାର, ପିଙ୍କି ସିଂଘାଣିଆଙ୍କ ୨୮୬,୩୫୧ ଇକ୍ୱିଟି ସେୟାର, ପ୍ରୀତି ସିଂଘାଣିଆଙ୍କ ୨୮୬,୩୫୧ ଇକ୍ୱିଟି ସେୟାର, ନିଖିଲ ବୋଥ୍ରାଙ୍କ ୪୪୨,୯୦୫ ଇକ୍ୱିଟି ସେୟାର, ନିତୀନ ବୋଥ୍ରାଙ୍କ ୪୪୨,୯୦୫ ଇକ୍ୱିଟି ସେୟାର, ରଜତ କୁମାର ବୋଥ୍ରାଙ୍କ ୩୭୯,୬୩୩ ଇକ୍ୱିଟି ସେୟାର, ଇଣ୍ଡିଆ ଆଡଭାଟେଂଜ୍ ଫଣ୍ଡ୍ ଏସ୍‌୪ ୧ର ୭୨,୬୧,୧୨୭ ଇକ୍ୱିଟି ସେୟାର ଏବଂ ଡାଇନାମିକ୍ ଇଣ୍ଡିଆ ଫଣ୍ଡ୍ ଏସ୍‌୪ ୟୁଏସ୍ ୧ର ୬,୩୧,୪୦୨ ଇକ୍ୱିଟି ସେୟାର ସାମିଲ ରହିଛି ।
ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ ଜରିଆରେ ଯେଉଁ ଇକ୍ୱିଟି ସେୟାର ଉପଲବ୍ଧ କରାଯିବ ତାହାକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଂଜ୍ ଅଫ୍ ଇଣ୍ଡିଆ ଲିମିଟେଡ୍‌ରେ ତାଲିକାଭୁକ୍ତ କରାଯିବ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍‌, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ।


Share It

Comments are closed.