ସ୍ୱିଟ୍‌ମିଟ୍ ଓ ସ୍ନାକ୍ସ ଶିଳ୍ପ ଉପରେ ଗୁରୁତ୍ୱ ଦେବ ଆନ୍ତର୍ଜାତୀୟ ଫୁଡ୍‌ଟେକ୍ କୋଲ୍‌କାତା ୨୦୨୩


ଭୁବନେଶ୍ୱର : ଖାଦ୍ୟ ପ୍ରକ୍ରିୟାକରଣ, ବେକ୍‌ରି, ମିଠା ଓ ନମ୍‌କିନ୍ ଏବଂ ଆତିଥ୍ୟ ପାଇଁ ପୂର୍ବାଂଚଳ ଭାରତର ପ୍ରେମିୟର ବି୨ବି ପ୍ରଦର୍ଶନୀ ୨୦ତମ ଆନ୍ତର୍ଜାତୀୟ ଫୁଡ୍‌ଟେକ୍ କୋଲ୍‌କାତା ୨୦୨୩ ଆସନ୍ତା ଅଗଷ୍ଟ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ କୋଲକାତାର ବିଶ୍ୱ ବାଙ୍ଗ୍‌ଲା ମିଲାନ୍ ମେଲା କମ୍ପେ୍ଲକ୍ସଠାରେ (ସକାଳ ୮ଟାରୁ ସନ୍ଧ୍ୟା ୬ଟା) ଆୟୋଜିତ ହେବ । ଏହି ତିନିଦିନଆ ବିଶାଳ ପ୍ରଦର୍ଶନୀରେ ଖାଦ୍ୟ ଓ ଆତିଥ୍ୟ କ୍ଷେତ୍ରର ୧୮୦ରୁ ଅଧିକ ପ୍ରମୁଖ ଆନ୍ତର୍ଜାତୀୟ ଓ ଭାରତୀୟ କମ୍ପାନୀ ଏବଂ ଅଗ୍ରଣୀ ବ୍ରାଣ୍ଡଗୁଡିକ ସମେତ ହୋଟେଲ୍ ଆଣ୍ଡ ରେଷ୍ଟୁରାଂଟ୍ ଅଫ୍ ଇଷ୍ଟର୍ଣ୍ଣ ଇଣ୍ଡିଆ, ୱେଷ୍ଟ ବେଙ୍ଗଲ୍ ବେକ୍‌ରୀ ଆସୋସିଏଶନ, ଅଲ୍ ଇଣ୍ଡିଆ ଫୁଡ୍ ପ୍ରୋସେସର୍‌ସ ଆସୋସିଏଶନ, ୱେଷ୍ଟ୍ ବେଙ୍ଗଲ୍ ବେକର୍‌ସ କୋର୍ଡିନେଶନ କମିଟି, ପଶ୍ଚିମବଙ୍ଗ ମିଷ୍ଟି ଉଦ୍ୟୋଗ, ଫ୍ରାଗ୍ରାନ୍ସେସ୍ ଆଣ୍ଡ ଫ୍ଲେଭର୍ସ ଆସୋସିଏଶନ ଅଫ୍ ଇଣ୍ଡିଆଦି ଅଂଶଗ୍ରହଣ କରିବେ ।
୨୦ତମ ଆନ୍ତର୍ଜାତୀୟ ଫୁଡ୍‌ଟେକ୍ କୋଲ୍‌କାତା ୨୦୨୩ର ପରିଚାଳକ ଜାକିର୍ ହୁସୈନ୍ କହିଛନ୍ତି, ‘ ବିଶ୍ୱର ଚିନ୍ତାଜନକ ଖାଦ୍ୟ ସଙ୍କଟ ପରେ ଏହି ପ୍ରଦର୍ଶନୀ ଅନେକ ଗୁରୁତ୍ୱ ହାସଲ କରିଛି । ଖାଦ୍ୟ ସୁରକ୍ଷା ବିଶ୍ୱର ଏକ ଗମ୍ଭୀର ଚିନ୍ତାରେ ପରିଣତ ହେବା ସହିତ ଅତ୍ୟାଧୁନିକ ଖାଦ୍ୟ ଟେକ୍ନୋଲୋଜି ଓ ପ୍ରକ୍ରିୟାଗୁଡିର ଆବଶ୍ୟକତା ସୃଷ୍ଟି ହୋଇଛି । ଚଳିତ ବର୍ଷର ଏହି ବିଶାଳ ପ୍ରଦର୍ଶନୀ ଏଭଳି ଉଦୀୟମାନ ଟେକ୍ନୋଲୋଜି, ପଦ୍ଧତି ଓ ଅଭ୍ୟାସଗୁଡିକୁ ପ୍ରଦର୍ଶିତ କରିବ ଏବଂ ଗୋଟିଏ ଛାତ ତଳେ ଶୀର୍ଷ ସ୍ତରର ଖାଦ୍ୟ ପ୍ରକ୍ରିୟାକରଣ ଟେକ୍ନୋଲୋଜି, ଖାଦ୍ୟ ଉତ୍ପାଦନ ଓ ପ୍ୟାକେଜିଂ ଉପକରଣ, ସର୍ବୋତମ ପ୍ରକ୍ରିୟା ଓ ଅଭ୍ୟାସ ଏବଂ ଋଣ ସୁବିଧାକୁ ଏକତ୍ରିତ କରିବ । ଚଳିତ ବର୍ଷ ଏହି ପ୍ରଦର୍ଶନୀ ବେକ୍‌ରୀ, ମିଠା ଓ ନମ୍‌କିନ୍ ଶିଳ୍ପ ଉପରେ ଗୁରୁତ୍ୱ ଦେଇଛି । ଏଠାରେ କେକ୍ ପ୍ରସ୍ତୁତ କରିବା, ହାଇ-ଟେକ୍ ରସଗୋଲ୍ଲା ଉତ୍ପାଦନ ଓ କମ୍ ମାନବିକ ସ୍ପର୍ଶ ସହିତ ଖାଦ୍ୟ ପ୍ୟାକିଙ୍ଗ୍ ଆଦିର ଲାଇଭ୍ ଡେମା ଦିଆଯିବ ।” ଏହି ପ୍ରଦର୍ଶନୀ ସମଗ୍ର ଖାଦ୍ୟ ଶିଳ୍ପ ଏବଂ ଏହାସହ ଜଡିତ ସେବା ଯେପରିକି ଖାଦ୍ୟ ଓ ପାନୀୟ, ଖାଦ୍ୟ ପ୍ରକ୍ରିୟାକରଣ ଯନ୍ତ୍ରପାତି ଓ ଉପକରଣ, ଖାଦ୍ୟ ପ୍ୟାକେଜିଂ, ଶୀତଳ ଭଣ୍ଡାର ବ୍ୟବସ୍ଥା, ବର୍ଜ୍ୟ ପରିଚାଳନା ବ୍ୟବସ୍ଥା, ବେକ୍‌ରି ଓ କନ୍‌ଫେକ୍ସନାରୀ ଉପକରଣ, ଆଇସ୍‌କ୍ରିମ୍ ତିଆରି କରିବା ମେଶିନ୍ ଓ ପ୍ଲାଂଟ୍‌, ଏଡିବୁଲ ଅଏଲ୍‌, ସ୍ପାଇସ୍‌, ଏସେନ୍ସେସ୍‌, କଲରିଂ ଆଡିଟିଭ୍‌, ଇଣ୍ଡଷ୍ଟ୍ରିଆଲ ରେଫ୍ରିଜରେଶନ, ଇଣ୍ଡଷ୍ଟ୍ରିଆଲ କିଚେନ ଉପକରଣ, ଗ୍ଲାସ୍ ଓ ଗ୍ଲାସ୍‌ୱେୟାର, ଟେବୁଲ୍‌ୱେୟାର, ବିତୀୟ ସୁବିଧା ପ୍ରଦାନକାରୀ, ପ୍ରଦୂଷଣ ନିୟନ୍ତ୍ରଣକାରୀ ଆଦିକୁ କଭର୍ କରିବ ।

 


Share It

Comments are closed.