ମା’ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଏପରି ଭାବେ ତୁଳସୀ ଗଛରେ ଦିଅନ୍ତୁ ପାଣି


ତୁଳସୀ ଚଉରାରେ ସଠିକ୍ ନିୟମ ଅନୁସାରେ ଜଳ ଦେବାର ପଦ୍ଧତି ବିଷୟରେ ଧାର୍ମିକ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହି ନିୟମକୁ ଅନୁସରଣ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ତୁଳସୀକୁ ମାଆ ବୃନ୍ଦାବତି ଦେବୀଙ୍କ ପ୍ରତିକ ଭାବରେ ବିବେଚନା କରାଯାଏ । ତୁଳସୀକୁ ବିଷ୍ଣୁପ୍ରିୟା କୁହାଯାଏ । ବିନା ତୁଳସୀରେ ଭଗବାନ ବିଷ୍ଣୁଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ । ଏଥିସହ ତୁଳସୀ ହେଉଛି ଔଷଧୀୟ ଗୁଣରେ ଭରପୁର ଥିବା ଏକ ବୃକ୍ଷ । ତୁଳସୀ ଚଉରାରେ ପାଣି ଦେବା ପୂର୍ବରୁ ଖାଦ୍ୟ ଖାଇବା ଅନୁଚିତ । ଆପଣ ପ୍ରତ୍ୟକ ଦିନ ସକାଳୁ ତୁଳସୀ ଚଉରା ମୂଳରେ ପାଣି ଦେବା ପରେ ହିଁ ଭୋଜନ କରିବା ଉଚିତ । ସୂର୍ଯ୍ୟ ଉଦୟର ୨ରୁ ୩ ଘଣ୍ଟା ପରେ ଆପଣ ଚଉରା କିମ୍ୱା ତୁଳସୀ ଗଛ ମୂଳରେ ପାଣି ଦେବା ଉଚିତ । ତୁଳସୀ ଗଛ ମୂଳରେ ଅଧିକ ପାଣି ଢାଳନ୍ତୁ ନାହିଁ କାରଣ ତୁଳସୀ ଉଭିଦକୁ ଅଧିକ ପାଣିର ଆବଶ୍ୟକତା ନଥାଏ । ସପ୍ତାହର ରବିବାର ଓ ଏକାଦଶୀରେ ତିଥିରେ ତୁଳସୀ ଗଛରେ କଦାପି ପାଣି ଦିଅନ୍ତୁ ନାହିଁ । ଏହି ଦିନ ତୁଳସୀ ଗଛରୁ ପତ୍ର ଛିଡାଇବା ମଧ୍ୟ ଅନୁଚିତ । ବିନା କାରଣରେ ତୁଳସୀ ଗଛରୁ ପତ୍ର ଛିଡାନ୍ତୁ ନାହିଁ । ଏପରି କରିବା ଦ୍ୱାରା ଶୁଭ ବଦଳରେ ପାପ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଗାଧୋଇବା ପୂର୍ବରୁ କେବେ ବି ତୁଳସୀ ଗଛକୁ ଛୁଅଁନ୍ତୁ ନାହିଁ । ସପ୍ତାହର ପ୍ରତ୍ୟକ ଶୁକ୍ରବାର ଦିନ ତୁଳସୀ ଗଛରେ ପାଣି ବଦଳରେ ଅଳ୍ପ କ୍ଷୀର ଦିଅନ୍ତୁ । ଏପରି କରିବା ଦ୍ୱାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଆପଣଙ୍କ ଘରେ ଧନ ବୃଦ୍ଧି କରିବେ । ଯଦି ଆପଣ ନଖରେ ତୁଳସୀ ଛିଡାଉଛନ୍ତି କିମ୍ୱା କୌଣସି ଧାରୁଆ ଅସ୍ତ୍ର ବ୍ୟବହାର କରୁଛନ୍ତି ତେବେ ମନେ ରଖନ୍ତୁ ଏପରି କରିବା ଅନୁଚିତ । ଆପଣ ସବୁବେଳେ ଆଙ୍ଗୁଳି ଟିପ ସାହାଯ୍ୟରେ ତୁଳସୀ ପତ୍ର ଛିଡାନ୍ତୁ । ତୁଳସୀକୁ ଜଳ ଅର୍ପଣ ସମୟରେ ଶାସ୍ତ୍ରରେ ଉଲ୍ଲେଖ ମନ୍ତ୍ର ଜପ କରିବା ଦ୍ୱାରା ଭଲ ଫଳ ମିଳିଥାଏ । ତୁଳସୀ ଚଉରାରେ ପାଣି ଦେବା ସମୟରେ ସଫା ବସ୍ତ୍ର ପରିଧାନ କରିବା ଉଚିତ ବୋଲି କୁହାଯାଏ ।


Share It

Comments are closed.