ଆଇପିଏଲ ବେଟିଂ ମାମଲାରେ ପୂର୍ବତ୍ତନ ରଣଜୀ କ୍ରିକେଟର ଗିରଫ


ଆଇପିଏଲ ମ୍ୟାଚରେ ବେଟିଂ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ବତନ କ୍ରିକେଟର ରବିନ ମୋରିସ ଭର୍ସୋଭା ପୁଲିସ ତାଙ୍କୁ ଗତ ସପ୍ତାହରେ ଗିରଫ କରିଥିଲା । ୪୪ ବର୍ଷୀୟ ମୋରିସ ଉଭୟ ମୁମ୍ବାଇ ଓ ଓଡ଼ିଶା ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିଥିଲେ ।

ପୁଲିସର ସୂଚନା ଅନୁସାରେ, ୟାରି ରୋଡ୍‌ (ଭର୍ସୋଭା)ର ଏକ ଘରେ ଆଇପିଏଲ ମ୍ୟାଚ୍‌କୁ ନେଇ ବେଟିଂ ଚାଲିଥିବା ଖବର ପାଇ ଆମେ ଚଢ଼ଉ କରିଥିଲୁ । ସେଠାରୁ ମୋରିସଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିଲା।’ ଘରୋଇ କ୍ରିକେଟରେ ମୋଟ୍‌ ୪୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୧୩୫୮ ରନ୍‌ କରିଥିଲେ ମୋରିସ । ସେହିପରି ୫୧ଟି ଲିଷ୍ଟ୍‌ ଏ’ ମ୍ୟାଚ୍‌ ଖେଳି ୧୩୯୭ ରନ୍‌ କରିଥିଲେ । ୨ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ମଧ୍ୟ ଖେଳିଥିଲେ।


Share It

Comments are closed.