ଆଖିକୁ ସତେଜ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ


ବର୍ତ୍ତମାନ ଅନେକ ବ୍ୟକ୍ତି କମ୍ପ୍ୟୁଟର ଓ ସ୍ମାର୍ଟଫୋନ୍ ସହ ସମୟ ବିତାଉଥିବା ଦେଖାଯାଉଛି । ଲୋକେ ଘଣ୍ଟା ଘଣ୍ଟା ଧରି ଫୋନ ପଛରେ ଲାଗି ରହୁଛନ୍ତି । ଏହାଦ୍ୱାରା ଆଖି ଉପରେ ଗଭୀର ପ୍ରଭାବ ପଡ଼ୁଛି । ଏହାଯୋଗୁଁ ଆଖିରେ ଥକାପଣ ଅନୁଭବ ହେବା, ଆଖି ପୋଡ଼ିବା, ଆଖିରୁ ପାଣି ବାହାରିବା ଆହୁରି ଅନେକ ସମସ୍ୟା ଉପୁଜୁଛି । କିନ୍ତୁ କେତୋଟି କୌଶଳକୁ ଉପଯୋଗ କରି ଆପଣ ଆପଣଙ୍କ ଆଖିକୁ ସୁସ୍ଥ ରଖିପାରିବେ ।
• କାମ କରିବା ସମୟରେ ଆଖି ଥକା ଲାଗୁଥିଲେ ପ୍ରଥମେ ଦୁଇ ପାପୁଲିକୁ ଘଷନ୍ତୁ ଓ ଏହାକୁ ଆଖି ଉପରେ ରଖନ୍ତୁ । କିଛି ସମୟ ପରେ ଆଖିରୁ ପାପୁଲି ହଟାଇ ଧିରେ ଧିରେ ଆଖି ଖୋଲନ୍ତୁ । ଏହାଦ୍ୱାରା ଆଖିକୁ ଆରାମ ମିଳିଥାଏ ।
• ୧୦-୧୨ ଥର ଆଖିପତାକୁ ପକାନ୍ତୁ ଓ ଏହା ପରେ ଅଖିକୁ ବନ୍ଦ କରନ୍ତୁ । ଆଖି ଉପରେ ପାପୁଲି ରଖି ଡୋଳାକୁ ବାମରୁ ଡାହଣକୁ ବୁଲାନ୍ତୁ । ୪-୫ ଥର ଏହିପରି କଲା ପରେ ଆଖିକୁ ସ୍ଥିର ରଖନ୍ତୁ । ସେହିପରି ଆଖିକୁ ଉପର-ତଳ କରି ସ୍ୱଭାବିକ ରଖନ୍ତୁ ଏବଂ କ୍ଲକ-ଆଣ୍ଟିକ୍ଲକ୍ ୱାଇଜ୍ ବୁଲାନ୍ତୁ । ଏହାଦ୍ୱାରା ଆଖିର ଥକାପଣ ଦୂର ହୋଇଥାଏ ।
• ସିଧା ବସି ଏକ ପଏଣ୍ଟ ଉପରେ ଆପଣଙ୍କ ଧ୍ୟନ କେନ୍ଦ୍ରିତ କରନ୍ତୁ । ଯେତେ ସମୟ ପଏଣ୍ଟକୁ ଦୃଷ୍ଟି କେନ୍ଦ୍ରିତ କରିବେ ଆଖି ପତା ପକାନ୍ତୁ ନାହିଁ । ଏହି ସମୟରେ ଶ୍ୱାସପ୍ରଶ୍ୱାସ ସ୍ୱଭାବିକ ରଖନ୍ତୁ ଓ ଶରୀରକୁ ସ୍ଥିର ରଖନ୍ତୁ । ଏହା ଦୃଷ୍ଟିଶକ୍ତିକୁ ମଜଭୁତ କରିଥାଏ ଓ ଏହାଦ୍ୱାରା ମନର ଏକାଗ୍ରତା ମଧ୍ୟ ବୃଦ୍ଧି ପାଇଥାଏ ।
• ଶବାସନ ଉଭୟ ଆଖି ଓ ଶରୀରକୁ ଆରାମ ପ୍ରଦାନ କରିଥାଏ । ଏହାକୁ କରିବା ପାଇଁ ପ୍ରଥମେ ପିଠିକୁ ତଳେ ଲଗାଇ ଲମ୍ବ ହୋଇ ଶୋଇଯାଆନ୍ତୁ । ଏହି ସମୟରେ ହାତ ଓ ଗୋଡ଼କୁ ଢିଲା ଛାଡ଼ନ୍ତୁ ଓ ଶରୀରକୁ ସ୍ଥିର ରଖନ୍ତୁ । ଏପରି କଲେ ଆଖିକୁ ଆରାମ ମିଳିବା ସହ ଶରୀର ସତେଜ ରହିଥାଏ ।


Share It

Comments are closed.