ଆମ୍ବ କିଣିବା ସମୟରେ ଏହା ମିଠା ନା ଖଟା କିପରି ଜାଣିବେ ? ଆସନ୍ତୁ ଜାଣିବା


ଫଳର ରାଜା ଆମ୍ୱ ସ୍ୱାଦରେ ମିଠା ଓ ବେଳେବେଳେ ଖଟା ହୋଇଥାଏ । ଯଦିଓ ସମସ୍ତେ କଞ୍ଚା ଆମ୍ବ ର ଖଟାକୁ ପସନ୍ଦ କରନ୍ତି, କିନ୍ତୁ ପାଚିଲା ଖଟା ଆମ୍ବ ସାଧାରଣତଃ ଭଲ ଲାଗେ ନାହିଁ ଓ ମନ ମଧ୍ୟ ଖରାପ ହୋଇଯାଏ । ଏପରି ପରିସ୍ଥିତିରେ ଆମ୍ବ କିଣିବାବେଳେ ଏହା ମନେ ରଖିବା ଆବଶ୍ୟକ ଯେ ଆପଣ କିଣୁଥିବା ଆମ୍ବକୁ କାଟିବା ପରେ ମଧ୍ୟ ସେଗୁଡ଼ିକ ସେଭଳି ରସଯୁକ୍ତ ଓ ମିଠା ବାହାରୁ । କିନ୍ତୁ, କ’ଣ ଆମ୍ବ କେବଳ ଦେଖିବା ଓ ଛୁଇଁବା ଦ୍ୱାରା ତାହା ଖଟା କିମ୍ବା ମିଠା କି ବୋଲି ଜଣେ କହିପାରିବ କି? ଏହାର ଜବାବ ହେଉଛି ହଁ । ଏପରି କିଛି ଟ୍ରିକ୍ ଅଛି ଯାହା ଆପଣଙ୍କୁ ସର୍ବୋତ୍ତମ ଆମ୍ବ ବାଛିବାରେ ସାହାଯ୍ୟ କରିପାରିବ ।

ଭଲ ଆମ୍ବ ଚିହ୍ନିବାର ଟ୍ରିକ୍ସ

୧. ଆମ୍ବକୁ ସ୍ପର୍ଶ କରି ଦେଖନ୍ତୁ । ପାଚିଲା ମିଠା ଆମ୍ବ ଛୁଇଁବା ପରେ ସ୍ଫୋଟ୍ ହୋଇଥାଏ, କିନ୍ତୁ ଏତେ ନରମ ନୁହେଁ କି ଏହାକୁ ଆପଣ ଖାଇ ପାରିବେ ନାହିଁ ।

୨. ଆମ୍ବକୁ ଶୁଙ୍ଘି ଦେଖନ୍ତୁ କି ଏଥିରେ କୌଣସି ପ୍ରକାରର ରାସାୟନିକ, ଅଲ୍କୋହଲ କିମ୍ବା ଔଷଧର ଗନ୍ଧ ଆସୁ ନାହିଁ ତ କାରଣ ଆମ୍ୱକୁ ରାସାୟନିକ ସାହାଯ୍ୟରେ ଉତ୍ପାଦନ ଓ ବଡ଼ କରାଯାଇଥାଏ । ସେଗୁଡ଼ିକ ପ୍ରାକୃତିକ ହୋଇ ନଥାଏ ।

୩. ଆମ୍ବକୁ ଅତି ନିକଟରୁ ଶୁଘନ୍ତୁ । ଯଦି ଆମ୍ବରୁ ମିଠା ସପୁରୀ ଓ ତରଭୁଜର ଗନ୍ଧ ଆସୁଛି, ତେବେ ଏହା ପାଚିଲା ଓ ମିଠା ହେବ ।

୪. ଫୁଟବଲ ପରି ଦେଖାଯାଉଥିବା ଆମ୍ବ ପ୍ରାୟତଃ ମିଠା ହୋଇଥାଏ । ଅତ୍ୟଧିକ ପତଳା ଓ ନରମ ହୋଇଯାଇଥିବା ଫ୍ଲାଟ ଆମ୍ବକୁ ନିଅନ୍ତୁ ନାହିଁ ।

୫.ଯେଉଁ ଆମ୍ୱରେ ଗାର ଓ ଶୁଖିଲା ଦେଖାଯାଉଥିବା ଆମ୍ବକୁ କିଣନ୍ତୁ ନାହିଁ ।

୬. ଆହୁରି ମଧ୍ୟ ବିଭିନ୍ନ ପ୍ରକାରର ଆମ୍ବ ବିଷୟରେ ଜାଣି ଥିଲେ ହିଁ କିଣନ୍ତୁ । ଉଦାହରଣ ସ୍ୱରୂପ, ଅତୋଲଫୋ ଆମ୍ବ (Ataulfo Mangoes) ସଂପୂର୍ଣ୍ଣ ଭାବେ ପାଚିବା ପୂର୍ବରୁ କୁଞ୍ଚିତ ଓ ନରମ ହୋଇଥାଏ ।

୭. ଫ୍ରାନ୍ସିସ୍ ଆମ୍ବ (Francis Mangoes) ପାଚିଲା ପରେ ମଧ୍ୟ ହାଲୁକା ସବୁଜ ଦେଖାଯାଏ ଓ ବର୍ଣ୍ଣମାଳା S ଆକାରରେ ଦେଖାଯାଏ । ଯେତେବେଳେ ସଂପୂର୍ଣ୍ଣ ବଢ଼଼ିଯାଏ ଏହା ହଳଦିଆ ସୁନେଲି ରଙ୍ଗ ହୋଇଯାଏ ।

୮. ହେଡେନ ଆମ୍ୱ (Haden Mangoes) ବିଭିନ୍ନ ପ୍ରକାରର ଅଛି । ଯେଉଁଥିରେ ହଳଦିଆ ରଙ୍ଗରେ ଛୋଟ ଧଳା ରଙ୍ଗର ପ୍ୟାଚ୍ ଦେଖାଯାଏ । ସେଗୁଡ଼ିକ ସାମାନ୍ୟ ଓଭାଲ୍ ଓ ଗୋଲାକାର ହୋଇଥାଏ । ପ୍ରାୟତଃ ଏପ୍ରିଲ୍ ଓ ମେ ମାସରେ ମିଳିଥାଏ ।

Disclaimer: ଏହା କେବଳ ଆପଣଙ୍କୁ ସାଧାରଣ ସୂଚନା ପ୍ରଦାନ କରେ । ଏହା କୌଣସି ଯୋଗ୍ୟ ପରାମର୍ଶର ବିକଳ୍ପ ନୁହେଁ । ଅଧିକ ବିବରଣୀ ପାଇଁ ସର୍ବଦା ଜଣେ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।


Share It

Comments are closed.