ରଣବୀର ସିଂଙ୍କୁ ନ୍ୟୁଡ ଫଟୋଗ୍ରାଫି ପଡିଲା ମହଙ୍ଗା, ଏନଜିଓ ପକ୍ଷରୁ ଏଫଆଇଆର ଦାଖଲ


କିଛି ଦିନ ହେବ ରଣବୀରଙ୍କ ନ୍ୟୁଡ ଫଟୋସୁଟ ସମ୍ପୂର୍ଣ୍ଣ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା । ରଣବୀରଙ୍କ ଫ୍ୟାନ ମାନେ ଏହାକୁ ଏକ ସକଭାବେ ମଧ୍ୟ ଗ୍ରହଣ କରିଥିଲେ । ଆକ୍ଟର ମଡେଲ ମିଲିନ୍ଦ ସୋମାନଙ୍କ ପରେ ରଣବୀର କରିଥିବା ଫଟୋସୁଟ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା ।
କିନ୍ତୁ ବର୍ତ୍ତମାନ ଏହି ଫଟୋସୁଟ ତାଙ୍କୁ ଖୁବ ମହଙ୍ଗା ପଡିପାରେ । ତାଙ୍କ ବିରୋଧରେ ଏକ ସାମାଜିକ କର୍ମୀ ଚେମ୍ବୁର ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି । ରଣବୀରଙ୍କ ବିରୁଦ୍ଧରେ ଆଇପିସି ଧାରା ୨୯୨, ୨୯୩ ଏବଂ ୫୦୯ରେ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି । ଏବଂ ରଣବୀରଙ୍କ ଗିରଫ ମଧ୍ୟ ଦାବି କରାଯାଇଛି । ଏହା ମହିଳାମାନଙ୍କ ଭାବନା ଏବଂ ସମ୍ବେଦନତାଙ୍କୁ ଅପମାନ ଦେଉଥିବାର ସେହି ଏଫଆଇଆରରେ ଉଲ୍ଲେଖ କରାଯାଇଛି ।
ଏହି ଫଟୋସୁଟ ପାଇଁ ରଣବୀରଙ୍କର କିଛି ଫ୍ୟାନ ଏବଂ ବଲିଉଡର ନିଦେ୍ର୍ଦଶକ ରାମ ଗୋପାଳ ବର୍ମା, ଅଭିନେତା ଅର୍ଜୁନ କପୁର ରଣବୀରଙ୍କ ସପକ୍ଷରେ ମଧ୍ୟ ବାହାରିଛନ୍ତି ।


Share It

Comments are closed.