ପୂର୍ବତ୍ତନ ସାଂସଦ ବୈଷ୍ଣବ ପରିଡାଙ୍କ ଦେହାନ୍ତ


ଆଜି ସକାଳେ ପୂର୍ବତ୍ତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡାଙ୍କ ପରଲୋକ ଘଟିଛି । ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରନ୍ତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା ।
ଶ୍ରୀ ବୈଷ୍ଣବ ୧୯୪୧ ମସିହା ଫେବୃଆରୀ ୧୫ରେ ଯାଜପୁରର ଶ୍ରୀରାମ ପୁରରେ ଜନ୍ମ ଗ୍ରହଣ କରିଥିଲେ । ସେ ଏକା ଧାରାରେ ଜଣେ ରାଜନୈତିଜ୍ଞ ହେବା ସହ ସାମଜ ସେବୀ ଏବଂ ବିଶିଷ୍ଟ ଲେଖକ ମଧ୍ୟ ଥିଲେ । ସେ ଉପର ମହଲାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ଭାଷା ସାହିତ୍ୟ ଆନ୍ଦୋଳନର ମୁଖ୍ୟ ଶ୍ରଷ୍ଠା ଭାବେ ସେ ଶ୍ରୀ ବୈଷ୍ଣବ ଓଡିଆ ଭାଷାର ବିକାଶ ଏବଂ ପ୍ରଚଳନକୁ ସାର୍ବଜନୀନ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ସେ ୧୯୬୦ ମସିହାରୁ ୧୯୯୨ ମସିହା ଯାଏଁ ଦୀର୍ଘ ୩୨ ବର୍ଷ ଧରି ଜଣେ ବାମ ପନ୍ଥୀ ନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଥିଲେ । ୧୯୯୩ରେ କଂଗ୍ରେସ ଦଳରେ ସାମିଲ ହୋଇଥିବାବେଳେ ୧୯୯୮ରେ ସେ ସମାଜପାର୍ଟି ରାଜ୍ୟ ସଭାପତି ଭାବେ ଦାୟିତ୍ୱ ମଧ୍ୟ ନେଇଥିଲେ । ଏହା ପରେ ସେ ବିଜୁ ଜନତା ଦଳରେ ସାମିଲ ହେଲେ ଏବଂ ବିଜେଡିରୁ ରାଜ୍ୟସଭା ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ ।


Share It

Comments are closed.