ଭାରତୀ ଏକ୍ସା ଜୀବନ ବୀମା ଏଚ୧ ବ୍ୟବସାୟର ନୂତନ ରେକର୍ଡ଼


ଭାରତର ଅଗ୍ରଣୀ ଭାରତୀ ଏକ୍ସା ଜୀବନ ବୀମା ପକ୍ଷରୁ ବିତ୍ତୀୟ ବର୍ଷ ୨୦୧୮-୧୯ର ପ୍ରଥମାର୍ଦ୍ଧରେ ୫୨ ପ୍ରତିଶତ ଅର୍ଥାତ୍ ୩୯୮ କୋଟିରେ ପହଞ୍ଚିଛିବୋଲି ଘୋଷଣା କରିଛି । ଯାହାକି ପୂର୍ବ ବିତ୍ତୀୟ ବର୍ଷରେ ୨୬୨ କୋଟି ରହିଥିଲା । ସେହିପରିଭାବରେ ବାର୍ଷିକ ନୂତନ ବ୍ୟବସାୟ ଏପ୍ରିଲ-ସେପ୍ଟେମ୍ବର ସମୟ ଅବଧିରେ ପ୍ରିମିୟମ ରେକର୍ଡ଼ ୬୫ ପ୍ରତିଶତରୁ ୨୬୯ କୋଟିରେ ପହଞ୍ଚିଛି ଯାହାକି ୨୦୧୭-୧୮ ବିତ୍ତୀୟ ବର୍ଷର ପ୍ରଥମ ଛଅ ମାସରେ ୧୬୩ କୋଟି ରହିଥିଲା ।
ସେପ୍ଟେମ୍ବର ୩୦, ୨୦୧୮ ଅଧା ବର୍ଷ ଶେଷରେ କମ୍ପାନୀର ନବୀକରଣ ପ୍ରିମିୟମରେ ୨୧ ପ୍ରତିଶତ ଅଭିବୃଦ୍ଧିରୁ ୪୫୩ କୋଟି ହୋଇଥିବାବେଳେ ତୁଳନାତ୍ମକଭାବେ ୨୦୧୭-୧୮ ଏହି ସମାନ ସମୟରେ ୩୭୪ କୋଟି ରହିଥିଲା । ବର୍ତ୍ତମାନ ଫିସକଲର ପ୍ରଥମ ଛଅ ମାସରେ ସମୂଦାୟ ପ୍ରିମିୟମ୍ ୩୪ ପ୍ରତିଶତକୁ ରୁ ୮୫୧ କୋଟିକୁ ବୃଦ୍ଧିହୋଇଥିବାବେଳେ ଗତ ବିତ୍ତୀୟ ବର୍ଷର ପ୍ରଥମାର୍ଦ୍ଧରେ ୬୩୬ କୋଟି ରହିଥିଲା ।
ପରିଚାଳନା ଅଧିନରେଥିବା ମୂଲ୍ୟବାନ ସମ୍ପତି ସେପ୍ଟେମ୍ବର ୨୦୧୮ରେ ୨୧ ପ୍ରତିଶତରୁ ବୃଦ୍ଧିପାଇ ୪,୯୨୮ କୋଟିରେ ପହଞ୍ଚିଛି, ଯାହାକି ତୁଳନାତ୍ମକଭାବେ ସେପ୍ଟେମ୍ବର ୩୦, ୨୦୧୭ରେ ୪,୦୮୭ କୋଟି ରହିଥିଲା ।
କମ୍ପାନୀର ଏହି ସୁଦୃଢ ବ୍ୟବସାୟ ପ୍ରଦର୍ଶନ ସମ୍ପର୍କରେ ଭାରତୀ ଏକ୍ସା ଜୀବନ ବୀମା ପକ୍ଷରୁ ଏହାର ମୂଖ୍ୟ ପରିଚାଳନା ନିର୍ଦ୍ଦେଶକ ଏବଂ ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ ବିକାଶ ସେଠ୍ କହିଛନ୍ତିଯେ, “ଆମ୍ଭେମାନେ ୨୦୧୮-୧୯ ବର୍ଷରେ ଉଦ୍ୟୋଗଠାରୁ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛୁ ଏବଂ ଚଳିତ ବର୍ଷର ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଏହି ଅଭିବୃଦ୍ଧି ବଜାୟ ରହିବବୋଲି ଆମ୍ଭେମାନେ ନିଶ୍ଚିନ୍ତ । ଆମର ମୂଖ୍ୟ ଲକ୍ଷ୍ୟ ପାରମ୍ପରିକ ଉତ୍ପାଦ, ମୂଲ୍ୟ ପରିଚାଳନା, ଗ୍ରାହକ କୈନ୍ଦ୍ରିକ ଏବଂ ଡ଼ିଜିଟାଇଜେସନ୍ ହୋଇଥିବାବେଳେ ଏହା ଉନ୍ନତି ପଥରେ ଗୁଣଯୁକ୍ତ ପ୍ରଦର୍ଶନ କରିବାରେ ସହାୟକ ହୋଇପାରିବ ।”
ସେ ଆହୁରୀ ମଧ୍ୟ କହିଛନ୍ତିଯେ, “ ଆମ୍ଭେମାନେ ଚଳିତ ବିତ୍ତୀୟ ବର୍ଷର ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ୩୦ଟି ନୂତନ ଶାଖା ସଂଯୋଗକରି ବର୍ତ୍ତମାନ ୨୧୬ଟି ସଂଖ୍ୟାରେ ପହଞ୍ଚିଛୁ । ୨୦୧୮-୧୯ର ଦ୍ୱିତୀୟାର୍ଦ୍ଧରେ ଆମ୍ଭେମାନେ ଆହୁରୀ ୨୦ଟି ନୂତନ ଶାଖା ଖୋଲିବାକୁ ଯୋଜନା କରିଛୁ, ଯାହା ପାଇଁ କମ୍ପାନୀ ଆଇଆରଡ଼ିଏଆଇ ଠାରୁ ସ୍ୱିକୃତି ମଧ୍ୟ ପାଇସାରିଛି ।”


Share It

Comments are closed.