‘ଲଭ ଆଜ କଲ -୨’ରୁ ଆଉଟ ହେଲେ ସୈଫ


ବଲିଉଡର ଜଣା ଶୁଣା ଫିଲ୍ମ ନିର୍ମାତା ଇ୍ମତିଆଜ ଅଲି ସବୁ ବେଳେ ଭିନ୍ନ ଏକ କାହାଣୀ ନେଇ ପରଦାକୁ ଆସିଥାନ୍ତି । ଇ୍ମତିଆଜଙ୍କ ଫିଲ୍ମରେ ଅନେକ ଲଭ ଏବଂ ରୋମାନ୍ସ ସିନ ମଧ୍ୟ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଇ୍ମତିଆଜ ନିଜର ବହୁ ଚର୍ଚ୍ଚିତ ହିଟ ଫିଲ୍ମ ‘ଲଭ ଆଜ କଲ’ର ସିକ୍ୱେଲ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏହି ଫିଲ୍ମକୁ ନେଇ ଅନେକ ଦିନ ହେବ ଖବର ମଧ୍ୟ ଶୁଣିବାକୁ ମିଳୁଛି ।
ପୂର୍ବରୁ ‘ଲଭ ଆଜ କଲ’ରେ ଦୀପିକା ଏବଂ ସୈଫଙ୍କୁ ଏକାଠି ଦେଖିବାକୁ ମିଳିଥିବାବେଳେ ଆଗାମୀ ଦିନରେ ପ୍ରସ୍ତୁତ ହେବାକୁ ଯାଉଥିବା ‘ଲଭ ଆଜ କଲ -୨’ରେ ସୈଫଙ୍କ ପତା କଟିଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ଇ୍ମତିଆଜ ଏହି ଫିଲ୍ମର ଦ୍ୱିତୀୟ ପାର୍ଟରେ କାର୍ତିକ ଆୟନଙ୍କ ନାମରେ ମୋହର ମାରିଛନ୍ତି ।
କାର୍ତ୍ତିକ ମଧ୍ୟ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ଖୁବ ଖୁସି ଥିବାର ଜଣା ମଧ୍ୟ ପଡୁଛି । କାର୍ତ୍ତିକ ପୂର୍ବରୁ ‘ସୋନେ କେ ଟିଟୁ କି ସ୍ୱିଟି ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ଅଭିନୟ ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସିଥିଲା । ଯେଉଁଥିପାଇଁ କାର୍ତ୍ତିକଙ୍କ କାମକୁ ଦେଖି ଇ୍ମତିଆଜ ତାଙ୍କ ଆଗାମୀ ଫିଲ୍ମ ପାଇଁ ଆପ୍ରୋଚ କରିଥିଲେ ।
ପୂର୍ବରୁ ଇ୍ମତିଆଜଙ୍କ ଫିଲ୍ମ ‘ଲେଲା ମଜନୁ ’ ଏବଂ ‘ହ୍ୟାରି ମେଟ ସେଜଲ’ ବକ୍ସ ଅଫିସରେ ଫ୍ଲପ ହୋଇଥିବାବେଳେ ଏବେ ଦେଖିବାକୁ ବାକି ରହିଛି ତାଙ୍କର ଆଗାମୀ ଫିଲ୍ମ ବକ୍ସ ଅଫିସରେ କ’ଣ ପ୍ରଦର୍ଶନ କରୁଛି ।


Share It

Comments are closed.