କିଷାନ୍ କ୍ରେଡିଟ୍ କାର୍ଡ ଓ ଏମ୍‌ଏସ୍‌ଏମ୍‌ଇ ଋଣ ପାଇଁ ଆକ୍ସିସ୍ ବ୍ୟାଙ୍କ୍ ଓ ଆର୍‌ବିଆଇ ଇନୋଭେସନ ହବ୍ ମଧ୍ୟରେ ସହଯୋଗିତା


ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ପବ୍ଲିକ୍ ଟେକ୍ ପ୍ଲାଟଫର୍ମ ଫର ଫ୍ରିକ୍ସନଲେସ୍ କ୍ରେଡିଟ୍ (ପିଟିପିଏଫ୍‌ସି) ଜରିଆରେ ଦୁଇଟି ଋଣ ଉତ୍ପାଦକୁ ଉନ୍ମୋଚନ କରାଯାଇଛି । ପିଟିପିଏଫ୍‌ସି ହେଉଛି ଭରତୀୟ ରିଜର୍ଭ ବ୍ୟାଙ୍କ ଇନୋଭେସନ ହବ୍ (ଆର୍‌ବିଆଇଏଚ୍‌) ବିକାଶ କରିିଥିବା ଏକ ପ୍ଲାଟଫର୍ମ । ନିକଟରେ ଆର୍‌ବିଆଇ ପକ୍ଷରୁ ଏହାର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଥିଲା ।
ଏହି ପ୍ଲାଟଫର୍ମ ଜରିଆରେ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ କିଷାନ କ୍ରେଡିଟ୍ କାର୍ଡ (କେସିସି) ଓ କ୍ଷୁଦ୍ର ବ୍ୟବସାୟ ଗ୍ରାହକମାନଙ୍କୁ ଅସୁରକ୍ଷିତ ଏମ୍‌ଏସ୍‌ଏମ୍‌ଇ ଋଣ ପ୍ରଦାନ କରାଯିବ । ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ଉଭୟ ଉତ୍ପାଦ ପ୍ରଦାନ କରାଯିବ ଏବଂ ଏଥିପାଇଁ କୌଣସି କାଗଜପତ୍ର ଦାଖଲ କରିବାକୁ ପଡ଼ିବନି । ପରୀକ୍ଷାମୂଳକ ଭାବେ ମଧ୍ୟପ୍ରଦେଶ ଗ୍ରାହକଙ୍କୁ କିଷାନ କ୍ରେଡିଟ୍ କାର୍ଡ ଜାରି କରାଯିବ ଯେଉଁଥିରେ ସେମାନେ୧.୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇପାରିବେ । ସେହିପରି ଏମ୍‌ଏସ୍‌ଏମ୍‌ଇ ଋଣ ସାରା ଦେଶରେ ଉପଲବ୍ଧ ହେବ ଏବଂ ଏଥିରେ ଗ୍ରାହକଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ।
ଏହି ପରୀକ୍ଷଣର ଅଂଶ ଭାବେ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ସୁରକ୍ଷିତ ଓ ଅନୁମତି ଆଧାରରେ ଗ୍ରାହକଙ୍କ ତଥ୍ୟ ହାସଲ କରିବା ଲାଗି ପିଟିପିଏଫ୍‌ସିକୁ ବ୍ୟବହାର କରାଯିବ । ସେଥିରେ ସାମିଲ ରହିଛି ପାନ୍ ସ୍ୱୀକୃତି, ଆଧାର ଇକେୱାଇସି, ଆକାଉଂଟ୍ ଏଗ୍ରିଗେଟର ଡାଟା, ଜମି ରେକର୍ଡର ଯାଂଚ, ବ୍ୟାଙ୍କ ଖାତାର ସ୍ୱୀକୃତି ପାଇଁ ପେନି ଡ୍ରପ୍ ସୁବିଧା । ସ୍ୱୀକୃତିପ୍ରାପ୍ତ ଉତ୍ସରୁ ସିଧାସଳଖ ତଥ୍ୟ ଆଣାଯାଉଥିବାରୁ ବ୍ୟାଙ୍କ ଗ୍ରାହକମାନଙ୍କୁ ତ୍ୱରିତ ଓ ଉତମ ଋଣ ସେବା ପ୍ରଦାନ କରପାରିବେ ।
ପରୀକ୍ଷଣରୁ ଶିକ୍ଷା ଲାଭ କରି ବ୍ୟାଙ୍କ ଉତ୍ପାଦକୁ ବ୍ୟାପକ କରିବ ଏବଂ ନୂଆ ନୂଆ ଉତ୍ପାଦ ଉନ୍ମୋଚନ କରିବ । ସେଲ୍‌ଫ ସର୍ଭିସ୍ ଓ ଆସିଷ୍ଟେଡ୍ ମୋଡ୍‌ରେ ଏହି ଉତ୍ପାଦ ଉପଲବ୍ଧ ହେବା ସହ ଗ୍ରାହକଙ୍କ ପାଖରେ ବ୍ୟାପକ ଭାବେ ପହଂଚିପାରିବ ।
ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ଉପ ପରିଚାଳନା ନିର୍ଦ୍ଦେଶକ ରାଜୀବ ଆନନ୍ଦ କହିଛନ୍ତି ଯେ, “”ଖୋଲା ବ୍ୟାଙ୍କିଙ୍ଗ’ର ଶକ୍ତି ଉପରେ ଆକ୍ସିସ୍ ବ୍ୟାଙ୍କର ବିଶ୍ୱାସ ରହିଛି ଏବଂ ଆମେ ନିରନ୍ତର ଭାବେ ଡିଜିଟାଲ ପ୍ରଥମ ଉତ୍ପାଦରେ ନିବେଶ ଜାରି ରଖିଛୁ ଯାହା ଗ୍ରାହକ ଉପସ୍ଥାପନାରେ ପରିବର୍ତନ ଆଣିପାରିଛି । ଆମେ ୟୁପିଆଇ, ଆକାଉଂଟ୍ ଏଗ୍ରିଗେଟର ପ୍ଲାଟଫର୍ମ, ଭିଡିଓ କେୱାଇସି ଭଳି ବହୁ ଅଭିନବ ପ୍ରଯୁକ୍ତିକୁ ଆଗୁଆ ଗ୍ରହଣ କରିଛୁ ଏବଂ ରିଜର୍ଭ ବ୍ୟାଙ୍କ ଇନୋଭେସନ ହବ୍‌ର ପବ୍ଲିକ୍ ଟେକ୍ ପ୍ଲାଟଫର୍ମ ଫର ଫ୍ରିକ୍ସନ୍‌ଲେସ୍ କ୍ରେଡିଟ୍ ଅଭିଯାନରେ ଅଂଶଗ୍ରହଣ କରି କିସାନ କ୍ରେଡିଟ୍ କାର୍ଡ ଓ ଏମଏସ୍‌ଏମ୍‌ଇ ଋଣ ଶୁଭାରମ୍ଭ କରିବା ଲାଗି ଆମେ ବେଶ ଉତ୍ସାହିତ ରହିଛୁ । ଖର୍ଚରେ ହ୍ରାସ, ତ୍ୱରିତ ଆବଂଟନ ଓ ବ୍ୟାପକତା ଆଦି ଦୃଷ୍ଟିରୁ ଏହି ପ୍ଳାଟଫର୍ମ ଋଣ ପ୍ରଦାନର ଦକ୍ଷତାକୁ ବଢ଼ାଇବ । ଅଧିକ ଲୋକଙ୍କ ପାଖରେ ଋଣ ପହଂଚାଇ ଭାରତରେ ଅର୍ଥପୂର୍ଣ୍ଣ ଅଭିବୃଦ୍ଧି ହାସଲ କରିହେବ ଏବଂ କୋଟି କୋଟି ଭାରତୀୟଙ୍କ ଆର୍ଥିକ ସ୍ୱପ୍ନ ଓ ଅଭିଳାଷକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଆମେ ବହୁତ ଖୁସି ।’’
ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ସଭାପତି ଓ ଡିଜିଟାଲ୍ ବ୍ୟାଙ୍କିଙ୍ଗ ତଥା ରୂପାନ୍ତର ମୁଖ୍ୟ ସମୀର ସେଟ୍ଟି କହିଛନ୍ତି ଯେ, “ଆରବିଆଇଏଚ୍ ପକ୍ଷରୁ ପିଟିପିଏଫ୍‌ସିର ଶୁଭାରମ୍ଭ ଏକ ମାଇଲଖୁଂଟ କାର୍ଯ୍ୟକ୍ରମ ଏବଂ ଭାରତରେ ଉପଲବ୍ଧ ସମୃଦ୍ଧ ସର୍ବଜନୀନ ଭିତିଭୂମିକୁ ଏହା ଆହୁରି ସୁଦୃଢ଼ କରିବ । ପିଟିପିଏଫ୍‌ସି ଜରିଆରେ ଆମେ ସମ୍ପୂର୍ଣ୍ଣ ଗ୍ରାହକ ଅନୁମତି ଓ ସୁରକ୍ଷିତ ଢଙ୍ଗରେ ସ୍ୱୀକୃତିପ୍ରାପ୍ତ ଉତ୍ସରୁ ଅଣ୍ଡରରାଇଟିଂ ପାଇଁ ଦରକାର ବିଭିନ୍ନ ପ୍ରକାର ଡାଟା ସିଧାସଳଖ ହାସଲ କରିପାରିବୁ । ଆରବିଆଇ ଓ ଆରବିଆଇଏଚ୍‌ର ଏହି ଅଭିଯାନ ଋଣକୁ ସମସ୍ତଙ୍କ ପାଖରେ ପହଂଚାଇବାର ଏକ ନୂଆ ଯୁଗ ଆରମ୍ଭ କରିବ ଏବଂ ବର୍ତମାନ ଯେଉଁମାନେ ଋଣରୁ ବଂଚିତ ସେମାନଙ୍କ ପାଇଁ ଋଣ ଖର୍ଚ ହ୍ରାସ କରିବା ସହ ଉତମ ଋଚ୍ଚର ମାନ ବଜାୟ ରଖିବ । ଏହି ପ୍ଲାଟଫର୍ମକୁ ବ୍ୟବହାର କରି ଉତ୍ପାଦ ଉପସ୍ଥାପନ କରିଥିବା ଅନ୍ୟତମ ପ୍ରଥମ ବ୍ୟାଙ୍କ ହୋଇଥିବାରୁ ଆକ୍ସିସ୍ ବ୍ୟାଙ୍କରେ ଆମେ କୃତଜ୍ଞ ଏବଂ ଏହାର ସମ୍ଭାବନାକୁ ନେଇ ଆମେ ବେଶ ଆଶାବାଦୀ ।’’


Share It

Comments are closed.