ଋଷି ସୁନକଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଉଦ୍ୟମ


ବ୍ରିଟେନର ରାଜନୈତିକ ବାତାବରଣ ସରଗରମ ହୋଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତୀୟ ମୂଳର ଗୃହମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନ୍‌ଙ୍କୁ ବରଖାସ୍ତ କରିଛନ୍ତି, ଯାହାପରେ ଏବେ ଖୋଦ୍‌ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା ବଢ଼ିଯାଇଛି। ବ୍ରାଭରମ୍ୟାନ୍‌ଙ୍କୁ ହଟାଇବାର ସୁନକଙ୍କ ନିଷ୍ପତ୍ତିକୁ ତାଙ୍କ ଦଳ ଭିତରେ ହିଁ ବିରୋଧ କରାଯାଉଛି। ବ୍ରିଟେନର ରାଜନୈତିକ ବାତାବରଣ ସରଗରମ ହୋଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତୀୟ ମୂଳର ଗୃହମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନ୍‌ଙ୍କୁ ବରଖାସ୍ତ କରିଛନ୍ତି, ଯାହାପରେ ଏବେ ଖୋଦ୍‌ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା ବଢ଼ିଯାଇଛି। ବ୍ରାଭରମ୍ୟାନ୍‌ଙ୍କୁ ହଟାଇବାର ସୁନକଙ୍କ ନିଷ୍ପତ୍ତିକୁ ତାଙ୍କ ଦଳ ଭିତରେ ହିଁ ବିରୋଧ କରାଯାଉଛି।

ପିଏମ୍‌ ଋଷି ସୁନକଙ୍କ କଞ୍ଜର୍ଭେଟିଭ୍‌ ପାର୍ଟିର ସାଂସଦ ଆଣ୍ଡ୍ରେୟା ଜେନକିନ୍ସ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ଆଣ୍ଡ୍ରେୟା ଜେନକିନ୍ସ ନିଜ ଅଫିସିଆଲ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ରେ କହିଛନ୍ତି ଯେ ସେ ଅବିଶ୍ୱାସ ପତ୍ର ୧୯୨୨ କମିଟିର ଚେୟାରମ୍ୟାନଙ୍କୁ ହସ୍ତାନ୍ତର କରିଛନ୍ତି। ଏବେ ସୁନକ ଯିବା ଏବଂ ତାଙ୍କ ଜାଗାରେ ଜଣେ ପ୍ରକୃତ କଞ୍ଜର୍ଭେଟିଭ୍‌ ପାର୍ଟିର ନେତାଙ୍କୁ ଆଣିବାର ସମୟ ଆସିଛି।

ସେ ଆହୁରି ଲେଖିଛନ୍ତି ଯେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଆମର ନେତା ବୋରିସ୍ ଜନସନଙ୍କଠାରୁ ମୁକ୍ତି ପାଇବା ପାଇଁ ଋଷି ସୁନକ କୂଟନୈତିକ ଉଦ୍ୟମ କରିଛନ୍ତି। ଏତିକି ନୁହେଁ, ସେ କହିଛନ୍ତି କି, ଜନ୍‌ସନଙ୍କୁ ବାହାର କରିବା କ୍ଷମାଯୋଗ୍ୟ ନ ଥିଲା, କିନ୍ତୁ ବର୍ତ୍ତମାନ ସୁଏଲାଙ୍କୁ କ୍ୟାବିନେଟରୁ ବହିଷ୍କାର କରିବା ଅତ୍ୟନ୍ତ ଖରାପ।


Share It

Comments are closed.