ଇକୋସ୍ (ଇଣ୍ଡିଆ) ମୋବିଲିଟି ଆଣ୍ଡ୍ ହସ୍ପିଟାଲିଟି ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ


ଭୁବନେଶ୍ୱର: ଭାରତର କର୍ପୋରେଟ୍ ଜଗତ ପାଇଁ ଚାଳକ ପ୍ରଦାନ କରୁଥିବା ସର୍ବବୃହତ ଓ ସବୁଠୁ ଲାଭଦାୟକ କମ୍ପାନି ଇକୋସ୍ (ଇଣ୍ଡିଆ) ମୋବିଲିଟି ଆଣ୍ଡ୍ ହସ୍ପିଟାଲିଟି ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । କମ୍ପାନି ଇନିସିଆଲ୍ ପବ୍ଲିକ୍ ଅଫରରେ ୧,୮୦,୦୦,୦୦୦ ଇକ୍ୱିଟି ସେୟାର ଉପଲବ୍ଧ କରାଇବ ।
କମ୍ପାନିର ପ୍ରତିଷ୍ଠାତା ହେଉଛନ୍ତି ରାଜେଶ ଲୋମ୍ବା, ଆଦିତ୍ୟ ଲୋମ୍ବା ଓ ରାଜେଶ ଲୋମ୍ବା ପରିବାର ଟ୍ରଷ୍ଟ ଏବଂ ଆଦିତ୍ୟ ଲୋମ୍ବା ପରିବାର ଟ୍ରଷ୍ଟ ।
ଏହାର ଅଫର ଫର୍ ସେଲ୍‌ରେ ରାଜେଶ ଲାମ୍ବା ୯୯,୦୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଏବଂ ଆଦିତ୍ୟ ଲୋମ୍ବା ୮୧,୦୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରିବେ ।
କମ୍ପାନି ୨୫ ବର୍ଷରୁ ଅଧିକ ସମୟ ଧରି ଭାରତର ଫର୍ଚୁନ୍ ୫୦୦ କମ୍ପାନି ସମେତ କର୍ପୋରେଟ୍ ଗ୍ରାହକଙ୍କୁ ଚାଳକ କାର୍ ଭଡ଼ା ଏବଂ କର୍ମଚାରୀ ପରିବହନ ସେବା ପ୍ରଦାନ କରୁୁଛି । କଂପାନି ବିଳାସପୂର୍ଣ୍ଣ କାର, ମିନି ଭ୍ୟାନ୍ ଏବଂ ବିଳାସପୂର୍ଣ୍ଣ କୋଚ୍ ପାଇଁ ୯,୦୦୦ରୁ ଅଧିକ ଇକୋନୋମିର ଫ୍ଲିଟ୍ ଚଳାଉଛି ଯେଉଁଥିରେ ବିଳାସପୂର୍ଣ୍ଣ ଯାନ ଅଡି, ବିଏମ୍ଡବ୍ଲ୍ୟୁ ଏବଂ ମର୍ସିଡିଜ୍ ବେଞ୍ଜ ଭଳି ବ୍ରାଣ୍ଡ୍‌ର ଗାଡ଼ି, ଇକୋନୋମି ଯାନ, ପ୍ରିମିୟମ୍ ଯାନ ଏବଂ ବସ୍ / ଭ୍ୟାନ୍ ଭଳି ବିଭିନ୍ନ ବର୍ଗ ସାମିଲ ରହିଛି । ଏଥିରେ ସୁଲଭ ପରିବହନ ପାଇଁ ଲଗେଜ୍ ଭ୍ୟାନ୍‌, ଲିମୋଜିନ୍‌, ଭିଂଟେଜ୍ କାର୍ ଏବଂ ଭିନ୍ନକ୍ଷମଙ୍କ ପାଇଁ ଯାନ ଭଳି ସ୍ୱତନ୍ତ୍ର ଯାନ ମଧ୍ୟ ଉପଲବ୍ଧ ହେଉଛି ।
ଏଚ୍‌ସିଏଲ୍ କର୍ପୋରେସନ୍ ପ୍ରାଇଭେଟ୍ ଲିମିଟେଡ୍‌, ଏଚ୍‌ଡିଏଫ୍‌ସି ଲାଇଫ୍ ଇନସ୍ୟୁରାନ୍ସ ଲିମିଟେଡ୍‌, ଥୋମାସ୍ କୁକ୍‌, ଡବ୍ଲ୍ୟୁଏମ୍ ଗ୍ଲୋବାଲ୍ ଟେକ୍ନୋଲୋଜି ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଭିଆରବି କଞ୍ଜ୍ୟୁମର ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‌, ପିଙ୍କର୍ଟନ କର୍ପୋରେଟ୍ ରିସ୍କ ମ୍ୟାନେଜମେଂଟ ପ୍ରାଇଭେଟ୍ ଲିମିଟେଡ୍‌, ମେଡ୍ ଜେନୋମ୍ ଲ୍ୟାବ୍ସ୍ ଲିମିଟେଡ୍‌, ଡ୍ରିମ୍ଫୋକ୍ସ ସର୍ଭିସେସ୍ ଲିମିଟେଡ୍‌, ମର୍ସର୍ କନସଲ୍ଟିଂ, ଏଫ୍ ଏନ୍ ଏଫ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏକ୍ସଏଲ୍ ଝରକ୍ସଙ୍ଖସମର.ମକ୍ଟଜ୍ଞ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ଏବଂ ଭିଏ ଟେକ୍ ୱାବାଗ୍ ଲିମିଟେଡ୍ ସମେତ ବିଭିନ୍ନ ଶିଳ୍ପରେ କାର୍ଯ୍ୟ କରୁଥିବା ଗ୍ରାହକଙ୍କୁ କମ୍ପାନି ସେବା ପ୍ରଦାନ କରୁଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଇକ୍ୱିରସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ ।


Share It

Comments are closed.