ସକାଳୁ ଖାଲି ପେଟରେ ଖାଆନ୍ତୁ ଏହିସବୁ ଜିନିଷ, ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା

ସକାଳେ ଉଠିବା ପରେ ଲୋକମାନେ ବିଭିନ୍ନ ପ୍ରକାର ଜିନିଷ ଖାଇବାକୁ ଚିନ୍ତା କରିଥାଆନ୍ତି । ସେହିପରି ଅନେକ ଲୋକ ଚା ତ ଆଉ କେତେକ ଲୋକେ ଫାଷ୍ଟଫୁଡ୍ ଖାଇ ନିଜର ଦିନ ଆରମ୍ଭ କରିଥାଆନ୍ତି । କିନ୍ତୁ ଏପରି କରିବା ସ୍ବାସ୍ଥ୍ୟ ପକ୍ଷେ ହାନୀକାରକ ହୋଇଥାଏ । ପ୍ରାୟତଃ ଲୋକମାନେ ଭାବନ୍ତି ଯେ, ସକାଳୁ ବ୍ରଶ କରିବା ପରେ ଖାଲି ପେଟରେ କଣ ଖାଇବା ଦରକାର । ଯାହା ଦ୍ବାରା ଦିନସାରା ସତେଜ ଲାଗିବା ସହ ଭୋକ ମଧ୍ଯ ହେବନାହିଁ । ଆମେ ଆଜି ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ ।

ମହୁ ଓ ଲେମ୍ବୁ ପାଣି

ସକାଳୁ ଖାଲି ପେଟରେ ଉଷୁମ ପାଣି ସହ ମହୁ ଓ ଲେମ୍ବୁ ମିଶାଇ ପିଇବା ଉଚିତ୍ । ଏହା ପିଇବା ଦ୍ବାରା ପେଟ ପରିଷ୍କାର ରହିଥାଏ । ମହୁରେ ଥିବା ଫ୍ଲାଭୋନାଏଡ଼ ଓ ଏନଜାଇମ୍ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଯଦି ଆପଣ ପ୍ରତିଦିନ ସକାଳୁ ଗରମ ପାଣିରେ ମହୁ ଓ ଲେମ୍ବୁ ମିଶାଇ ପିଉଛନ୍ତି ତାହାଲେ ଏହା ଆପଣଙ୍କ ମେଟାବୋଲିଜିମକୁ କମ୍ କରିଥାଏ ।

ଭଣ୍ତା ଓ ତରଭୁଜ

ସକାଳୁ ବ୍ରଶ କରିବା ପରେ ଖାଲି ପେଟରେ ଭଣ୍ତା ଓ ତରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏହି ଉଭୟ ଫଳକୁ ସୁପରଫୁଡ୍ ବୋଲି କୁହାଯାଏ । ସକାଳୁ ସକାଳୁ ଏହାକୁ ଖାଲି ପେଟରେ ଏହି ଦୁଇ ଫଳକୁ ଖାଇବା ଦ୍ବାରା ହଜମ ପ୍ରକ୍ରିୟାରେ ବୃଦ୍ଧି ହୋଇଥାଏ । ଆପଣ ଜଳଖିଆରେ ମଧ୍ଯ ଏହାକୁ ଖାଇପାରିବେ । ତରଭୁଜ ଇଲେକ୍ଟ୍ରୋଲାଇଟରେ ଭରପୂର ଥିବାରୁ ଏହା ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ । ସେହିପରି ଏଥିରେ ଥିବା ଲାଇକୋନ୍ ଆପଣଙ୍କ ଆଖି ଓ ହୃଦୟ ପାଇଁ ମଧ୍ଯ ସହାୟକ ହୋଇଥାଏ ।

ଡ୍ରାଏ ଫ୍ରୁଡ଼ସ୍

ରାତିରେ ଶୋଇବା ପୂର୍ବରୁ ବାଦାମକୁ ପାଣିରେ ବତୁରାଇ ରଖନ୍ତୁ । ଏହାକୁ ସକାଳୁ ଦାନ୍ତ ଘଷିବା ପରେ ଖାଲି ପେଟରେ ଖାଆନ୍ତୁ । ଏହାଛଡ଼ା ସକାଳେ ଆପଣ କୌଣସି ବି ଡ୍ରାଏ ଫୁଟସ ଖାଇପାରିବେ । ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ଉନ୍ନତ କରିବା ସହ ପେଟର ପିଏଚ ସ୍ତରକୁ ମଧ୍ୟ ସ୍ୱାଭାବିକ କରିଥାଏ । ଏହା ବ୍ୟତୀତ, ରାତିରେ ଭିଜାଇଥିବା ବାଦାମ ସକାଳେ ଖାଇବା ସ୍ବାସ୍ଥ୍ୟ ପକ୍ଷେ ବେଶ ଲାଭଦାୟୀ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଦିନ ସାରା ସତେଜ ଅନୁଭୂତ ହୋଇଥାଏ ।

Share It

Comments are closed.