‘ରାଧାମାଧବ ଦାସ ସ୍ମୃତି କମିଟି’ ପକ୍ଷରୁ ବୃଦ୍ଧା ଆଶ୍ରମରେ ଖାଦ୍ୟ ବଣ୍ଟନ


ପୂର୍ବତ୍ତନ ଛାତ୍ରନେତା ତଥା ଆଇନଜୀବୀ ସ୍ୱର୍ଗତ ରାଧାମାଧବ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରେ ‘ରାଧାମାଧବ ଦାସ ସ୍ମୃତି କମିଟି’ର ଗଠନ କରାଯାଇଛି । ସମାଜ ସେବା ଉଦ୍ଦେଶ୍ୟରେ ଗଠନ କରାଯାଇଥିବା ଏହି କମିଟି ଦ୍ୱାରା ଗତ ୫ ତାରିଖରେ ଗରିବ ଏବଂ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବସ୍ତ୍ର ବଣ୍ଟନ କରାଯାଇଥିବାବେଳେ ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟ ଏବଂ ଖ୍ରୀଷ୍ଠ ମହାବିଦ୍ୟାଳୟ ସମେତ ଅନେକ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେହିଭଳି ଆଜି କମିଟି ପକ୍ଷରୁ ମଧ୍ୟ ବୃଦ୍ଧା ଆଶ୍ରମରେ ଶୁଖିଲା ଖାଦ୍ୟ ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା ।
କମିଟି ପକ୍ଷରୁ ଆଜି ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ସ୍ମୃତି ରଞ୍ଜନ ଦାସ, ମନୋଜ ମହାନ୍ତି, ରମେଶ ସେଠୀ, କାଳୀପ୍ରସାଦ ମୁଦୁଲି, ରୋହିତ ନାୟକ, ଅଭିନାଶ ସାହୁ, ଆକିବ ଅହମ୍ମଦ, ଦେବାଶିଷ ବେହେରା, ଅସିତ ରଞ୍ଜନ ଦାସ, ଗୌତମ ପରିଡା, ଅମର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


Share It

Comments are closed.