ଖରାଦିନେ ଫ୍ରିଜ ପାଣି ପିଉଥିଲେ ସାବଧାନ ! ଏହା ଆପଣଙ୍କୁ ପଡ଼ିପାରେ ମହଙ୍ଗା


ଫ୍ରିଜ୍ ପାଣି ଶରିର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ କାରଣ ଫ୍ରିଜରେ ପାଣି ସାଧାରଣ ତାପମାତ୍ରାରୁ କୃତ୍ରିମ ଉପାୟରେ ଥଣ୍ଡା ହୋଇଥାଏ । ଏହି ଥଣ୍ଡା ହୋଇଥିବା ପାଣିକୁ ଶରୀର ସହଜରେ ଗ୍ରହଣ କରି ପାରେନାହିଁ, । ଯାହାକି ଶରୀରକୁ ଗଲାପରେ କ୍ଷତି ପହଞ୍ଚାଇଥାଏ । ଥଣ୍ଡା ପାଣି ପିଇବା ଦ୍ଵାରା ଶରୀରରେ କୋଷ୍ଠକାଠିନ୍ୟ ଦେଖାଦେଇଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରର ପୁରା ସିଷ୍ଟମ ବିଗିଡି ଯାଇଥାଏ । ଆୟୁର୍ବେଦରେ କୋଷ୍ଠକାଠିନ୍ୟକୁ ସମସ୍ତ ରୋଗର ମୂଳ ବୋଲି କୁହାଯାଇଛି ।

ହଜମ ପ୍ରକ୍ରିୟାରେ ଅସୁବିଧା ଉପୁଜେ : ଅଧିକତର ଥଣ୍ଡାପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଅସୁବିଧା ଉପୁଜେ । ଏହା ଏପରି ହେବା କାରଣ ଥଣ୍ଡାପାଣି ଦ୍ୱାରା ରକ୍ତ କଣିକା ସଙ୍କୁଚିତ ହୋଇଯାଏ । ଏହି କାରଣରୁ ପେଟରେ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ପହଞ୍ଚିପାରେ ନାହିଁ । ଯାହାଦ୍ୱାରା ଖାଦ୍ୟ ହଜମ ହେବାକୁ ବହୁତ ସମୟ ଲାଗିଥାଏ ।

ଶରୀରରେ ପୋଷକ ତତ୍ତ୍ୱର ଅଭାବ : ଆମ ଶରୀରରେ ସାମାନ୍ୟ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ଥାଏ । ଏହି ସମୟରେ ଥଣ୍ଡାପାଣି ପିଇବା ଦ୍ୱାରା ଆମକୁ ତାପମାତ୍ରା ନିୟନ୍ତ୍ରଣ କରିବା ପାଇଁ ଅଧିକ ସମୟ ଲାଗିଥାଏ । ଏହାଦ୍ୱାରା ପୋଷକ ତତ୍ତ୍ୱରେ ଅଭାବ ଦେଖାଯାଏ ।

ଗଳା ଖରାପ ହୋଇପାରେ : ବେଳେବେଳେ ଦେଖାଯାଏ ଅଧିକ ଥଣ୍ଡାପାଣି ପିଇବା ଦ୍ୱାରା କଥାବାର୍ତ୍ତା କରିବାରେ ଅସୁବିଧା ଉପୁଜେ । ଏମିତି କି ଗଳା ବସିବା ସହ ଖରାପ ହେବାର ସମସ୍ୟା ମଧ୍ୟ ଦେଖାଯାଏ । ଯଦି ପ୍ରତିଦିନ ଆପଣ ଥଣ୍ଡା ପାଣି ପିଉଛନ୍ତି ତାହେଲେ ମନେ ରଖନ୍ତୁ ଏହାଦ୍ୱାରା ଆପଣଙ୍କର ଟନସିଲ୍ସ, ଫୁସଫୁସ୍ ଏବଂ ପାଚନ ତନ୍ତ୍ରରେ ରୋଗ ହେବା ବହୁତ୍ ସାଧାରଣ କଥା ଅଟେ ।


Share It

Comments are closed.