ଓଡ଼ିଶା ସରକାରଙ୍କ କୋଭିଡ-୧୯ ହ୍ୱାଟସ୍‌ଆପ୍ ହେଲ୍ପ ଲାଇନରେ ବର୍ତମାନ ଟିକାକରଣ ସୂଚନା


ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହାର ଉତ୍ସର୍ଗୀକୃତ କୋଭିଡ-୧୯ ହ୍ୱାଟସ୍‌ଆପ୍ ହେଳ୍ପଡେସ୍କର ଆରମ୍ଭ କରାଯାଇଛି ।ଏହା ମାଧ୍ୟମରେ ବର୍ତମାନ ନାଗରିକ ମାନଙ୍କୁ ଆନୁଷ୍ଠାନିକ କୋଭିଡ-୧୯ ଅପଡେଟ, ଯାଂଚ ହୋଇଥିବା ସୂଚନା ଏବଂ ଟିକାକରଣ ସ୍ଲଟ ବୁକିଙ୍ଗ ଉପଲବ୍ଧ କରିବାରେ ସାହାଯ୍ୟ କରିବା ପାଇଁ ସୁବ୍ୟବସ୍ଥିତ ହୋଇଛି । ଏହି ହେଲ୍ପଡେସ୍କ ନାଗରିକ ମାନଙ୍କୁ ଟିକାକରଣ ପ୍ରକ୍ରିୟା ଜରିଆରେ କୋୱିନ ଆପରେ ପଞ୍ଜିକରଣ ଠାରୁ ଆରମ୍ଭ କରି ସେମାନଙ୍କ ସହରରେ ଟିକାକରଣ ସ୍ଲଟର ସନ୍ଧାନ ଏବଂ ଟିକାକରଣ ପ୍ରମାଣ ପତ୍ର ଡାଉନଲୋଡ ଼କରିବାରେ ମାର୍ଗଦର୍ଶନ ପ୍ରଦାନ କରିବ । ଏହା ମଧ୍ୟ ଟିକାକରଣ ସୁରକ୍ଷା ପ୍ରକ୍ରିୟା ସମ୍ବନ୍ଧିତ ଜଟିଳ ପ୍ରଶ୍ନ ଗୁଡ଼ିକର ଉତର ଦେଇଥାଏ ଏବଂ ଟିକା ସମ୍ବନ୍ଧିତ ଭୁଲ ତଥ୍ୟ ଓ ଗୁଜବର ସମାଧାନ କରିଥାଏ ।
ଏହା ସମ୍ପର୍କରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ମହାମାରୀ ବିରୋଧୀ ଲଢ଼େଇରେ ଓଡ଼ିଶାର ନାଗରିକ ମାନେ ଯେଭଳି ଟେକ୍ନୋଲୋଜିକୁ ଗ୍ରହଣ କରିଛନ୍ତି ତାହା ଦେଖିବା ଅତ୍ୟନ୍ତ ଉତ୍ସାହଜନକ । ମହାମାରୀ ପ୍ରାରମ୍ଭ ଠାରୁ ଓଡ଼ିଶା ସରକାରଙ୍କର ଉତ୍ସର୍ଗୀକୃତ ହ୍ୱାଟସ୍‌ଆପ୍ ଚାଟବଟ୍ ଆମର ଗ୍ରାହକଙ୍କ ଯୋଗଦାନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସମଗ୍ର ରାଜ୍ୟରେ ଟିକାକରଣ ପ୍ରୟାସ ଜୋର ଧରିଥିବାବେଳେ ଗ୍ରାହକଙ୍କ ପାଇଁ ସେମାନଙ୍କ ସହରରେ ଟିକା ସମ୍ବନ୍ଧିତ ଭରସାଯୋଗ୍ୟ ସୂଚନା ହାସଲ କରିବା ପାଇଁ ହ୍ୱାଟସ୍‌ଆପ୍ ଚାଟ୍‌ବଟ୍‌ର ବ୍ୟବହାର ଅତ୍ୟନ୍ତ ସହାୟକହେବ । ବହୁ ସଂଖ୍ୟକ ଲୋକଙ୍କ ନୀକଟରେ ପହଂଚିବା ପାଇଁ ଆମେ ସବୁବେଳେ ଟେକ୍ନୋଲୋଜି ଉପରେ ବିଶ୍ୱାସକରୁ ଏବଂ ଆମ ରାଜ୍ୟକୁ ସାହାଯ୍ୟ କରିଥିବାରୁ ହ୍ୱାଟସ୍‌ଆପ୍‌କୁ ଆମେ କୃତଜ୍ଞତା ଜଣାଉଛୁ ।”
ଶ୍ରୀ ମନୋଜ କୁମାର ମିଶ୍ର, ଆଇଆରଟିଏସ୍‌, ସେକ୍ରେଟାରୀ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଓଡ଼ିଶା ସରକାର କହିଛନ୍ତି ଯେ, “ହ୍ୱାଟସ୍‌ଆପ ୍‌ଚାଟବଟ୍ ଏକ ଗେମ ଚେଞ୍ଜର ହୋଇପାରେ ଏବଂଏହା ଆଗରୁ ହିଁ ନାଗରିକଙ୍କ ଠାରୁ ବେଶ ଭଲ ପ୍ରତିକ୍ରିୟା ଦେଖିଛି । ଗତ ବର୍ଷ ସାରା ପ୍ରାମାଣିତ ସୂଚନା ପାଇବା ପାଇଁ ଏକ ପ୍ଲାଟଫର୍ମ ଭାବରେ ଏହା ବେଶ ଭଲ ଭାବେ ଉପଯୋଗ ହୋଇଛି ଏବଂ ଯେହେତୁ ଆମେ ବର୍ତମାନ ଟିକାକରଣ ଆଡ଼କୁ ଅଗ୍ରସର ହେଉଛୁ, ତେଣୁ ଏହା ନାଗରିକଙ୍କ ନିକଟରେ ଠିକ ସମୟରେ ଏବଂ ଯାଂଚ ହୋଇଥିବା ସୂଚନା ପହଂଚାଇବା ପାଇଁ ସରକାରଙ୍କ ପାଇଁ ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ପ୍ରମାଣିତ ହେବ । ଆମକୁ ଅତ୍ୟାଧୁନିକ ନାଗରିକ କୈନ୍ଦ୍ରିକ ଟେକ୍ନୋଲୋଜି ଯୋଗାଇ ଦେଇ କରୋନା ଭାଇରସ ମହାମାରୀ ବିରୋଧି ଲଢ଼େଇରେ ଓଡ଼ିଶା ରାଜ୍ୟକୁ ନିରନ୍ତର ସାହାଯ୍ୟ କରିଥିବାରୁ ଆମେ ହ୍ୱାଟସ୍ ଆପ୍‌କୁ ଧନ୍ୟବାଦ ଜଣାଉଛୁ ।”
ଏହି ପରିପ୍ରେକ୍ଷୀରେ ହ୍ୱାଟସଆପ ୍‌ଭାରତ ମୁଖ୍ୟ, ଅଭିଜିତ୍ ବୋଷ୍ କହିଛନ୍ତି ଯେ, “ଆମର ପ୍ଲାଟଫର୍ମ ମାଧ୍ୟମରେ ଯେଭଳି ଲୋକମାନେ ଯାଂଚ ହୋଇଥିବା ଉତ୍ସ ପାଇ ପାରିବେ ତାହା ସୁନିଶ୍ଚିତ କରିବା ଲାଗି ଆମେ ପ୍ରତିବଦ୍ଧ । ସେମାନଙ୍କ ଉଦ୍ୟମରେ ଆମକୁ ସାହାଯ୍ୟ କରିବାକୁ ସୁଯୋଗ ଦେଇଥିବାରୁ ଆମେ ଓଡ଼ିଶା ସରକାରଙ୍କ ପ୍ରତି କୃତଜ୍ଞ । କୋଭିଡ-୧୯ ସମ୍ବନ୍ଧିତ ସଦ୍ୟତମ ସୂଚନା ଏବଂ ନିଜ ସହରରେ ଟିକାକରଣ ବିଷୟରେ ଜାଣିବା ପାଇଁ ଆମେ ଲୋକମାନଙ୍କୁ ଏହି ହେଲ୍ପଲାଇନର ବ୍ୟବହାର କରିବାକୁ ଉତ୍ସାହିତ କରୁଅଛୁ ।”
ଏହି ହେଲ୍ପଲାଇନର ବ୍ୟବହାର ମାଗଣା ହୋଇଥିବାବେଳେ ଏହା ଓଡ଼ିଆ ଏବଂ ଇଂରାଜି ଭାଷାରେ ଉପଳବ୍ଧ ଅଟେ । ଏହି ହେଲ୍ପଲାଇନକୁ ଉପଲବ୍ଧ କରିବା ପାଇଁ ନାଗରିକ ମାନେ ହ୍ୱାଟସ୍‌ଆପ୍‌ରେ +୯୧୯୩୩୭୯୨୯୦୦୦ ନମ୍ବରରେ ‘ହାଏ’ ଲେଖି ପଠାଇ ପାରିବେ କିମ୍ବା ସିଧାସଳଖ ହେଲ୍ପଲାଇନ ସହ ଯୋଡ଼ି ହେବା ପାଇଁ https://wa.me/919337929000https://wa.me/919337929000 ରେ କ୍ଲିକ କରିପାରିବେ, ଯାହା ଦ୍ୱାରା ସେମାନେ ବ୍ୟାପକ ମେଡିକାଲ ସେବା ଏବଂ ଯାଂଚ ହୋଇଥିବା ସୂଚନା ପାଇପାରିବେ ।

ହ୍ୱାଟସ୍‌ଆପ୍ ବିଜନେସ ଏପି ଆଇର ଏକ ସମନ୍ୱିତ ସଲ୍ୟୁସନ ଉପରେ ନିର୍ମିତ ଏହି ହେଲ୍ପଲାଇନ ନୀକଟବର୍ତୀ ଜଟିଳ କୋଭିଡ-୧୯ ଉତ୍ସଗୁଡ଼ିକ ଯଥା ହସ୍ପିଟାଲ ଏବଂ କୋଭିଡ କେୟାର କେନ୍ଦ୍ର , ହୋମ ଆଇସୋଲେସନ ଓ କ୍ୱାରେଂଟାଇନରେ ଥିବା ଲୋକମାନଙ୍କ ପାଇଁ ସ୍ୱ ନିଦାନ ମୂଲ୍ୟାଙ୍କନ ଏବଂ ସଂକ୍ରମଣ ସମ୍ବନ୍ଧିତ ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ ବିଷୟରେ ସଦ୍ୟତମ ସୂଚନା ଯୋଗାଇ ଦେଇଥାଏ । ଏହି ହେଲ୍ପଲାଇନ ମାଧ୍ୟମରେ ବ୍ୟବହାରକାରୀ ମାନେ ସିଏମରିଲିଫ ପାଣ୍ଠିରେ ଦାନ କରି ପାରିବେ ଏବଂ କୋଭିଡ-୧୯ ସମ୍ବନ୍ଧିତ ସୂଚନା ମଧ୍ୟ ପାଇପାରିବେ ।


Share It

Comments are closed.