ଆଇସୋଲେସନରେ ଥିବା ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହେଲେ ଡାକ୍ତର


ସାରା ଦେଶରେ କରୋନା ଭାଇରସ୍ ବିରୁଦ୍ଧରେ ଚାଲିଛି ଲଢ଼େଇ । ସରକାର ଏଥିପାଇଁ ଅନେକ ସଚେତନ ମୂଳକ ପଦକ୍ଷେପ ନେଇଛନ୍ତି । କରୋନା ସଂକ୍ରମିତ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବା ସହ ମେଡିକାଲ ସୁବିଧା ଯୋଗାଇ ଦେଉଛନ୍ତି । ଆଉ ଏସବୁ ଭିତରେ କିଛି ମାମଲା ସାମନା ଆସୁଛି , ଯାହାକି ଆଶ୍ଚର୍ଯ୍ୟ କରୁଛି । ଏମିତି ଏକ ଘଟଣା ଘଟିଛି  ଆଲିଗଡ଼ର ଦୀନ ଦୟାଲ ହସ୍ପିଟାଲରେ । ଜଣେ ସରକାରୀ ଡାକ୍ତର ଯୁବତୀଙ୍କୁ ଅଶ୍ଳୀଳ ବ୍ୟବହାର କରିବା ଅଭିଯୋଗରେ ଗିରଫ  ହୋଇଛନ୍ତି ।

ସୂଚନା ମୁତାବକ , ଦୀନ ଦୟାଲ ଡାକ୍ତରଖାନାରେ ଜଣେ ୨୫ ବର୍ଷିୟା ଯୁବତୀ ଯିଏ କି କରୋନା ପଜିଟିବ୍‌ ପରେ ଆଇସୋଲେସନ ଥିଲେ। ଡାକ୍ତର ତୁଫେଲ ଅହମ୍ମଦ (୩୦) ତାଙ୍କୁ ଅଶ୍ଳୀଳ ବ୍ୟବାହର ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ନେଇ ତାଙ୍କୁ ଅଭିଯୋଗ କରିଥିଲେ।ବୁଧବାର ଦିନ ପୁଲିସ୍‌ ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରିଥିଲା ।

ଡାକ୍ତର ତୁଫେଲ ଆଇସୋଲେସନ ୱାର୍ଡରେ ନିଜର ଡ୍ୟୁଟି ଶେଷ କରି ଏକ ହୋଟେଲରେ କ୍ୱାରେଣ୍ଟାଇନ୍‌ରେ ଥିଲେ। ତାଙ୍କ ନାଁରେ ମହିଳା ଜଣଙ୍କ ଅଭିଯୋଗ କଲାପରେ ସେ ଗିରଫ ହୋଇଥିଲେ। ଅଭିଯୋଗରେ ପୀଡ଼ିତା କହିଥିଲେ ମଙ୍ଗଳବାର ରାତିରେ ଡାକ୍ତର ତୁଫେଲ ମହିଳାଙ୍କ ୱାର୍ଡକୁ ଆସିଥିଲେ ଏବଂ ତାଙ୍କୁ ପରୀକ୍ଷା କରିବା ବାହାନାରେ ତାଙ୍କର ପ୍ରାଇଭେଟ୍‌ ପାର୍ଟକୁ  ସ୍ପର୍ଶ କରିଥିଲେ। ବୁଧବାର ସକାଳେ ଡାକ୍ତର ପୁଣିଥରେ ସେହି ୱାର୍ଡକୁ ଆସିଥିଲେ ଏବଂ ସେହି ସମାନ ବ୍ୟବହାର ମହିଳାଙ୍କ ସହ କରିଥିଲେ।

ଯୁବତୀଙ୍କର ଏତଲାରେ ଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିଲା । ଏହି ଯୁବତୀ ଜଣଙ୍କ ଏକ ଦିଲ୍ଲୀର ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରନ୍ତି । ସେ ତାଙ୍କ ଘରକୁ ଆସିଥିଲେ ଏବଂ ସେଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ସୋମବାର ଦିନ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରଦିନ କରୋନା ପଜିଟିଭ୍ ରିପୋର୍ଟ ଆସିଥିଲା।

ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ  ପୁଲିସ୍‌ କହିଥିଲେ , ସଂପୃକ୍ତ ଡାକ୍ତର ବିନା ପିପିଇ କିଟ୍‌ ଓ ଗ୍ଲୋଭ୍ସ ପିନ୍ଧି ଆଇସୋଲେସନ ୱାର୍ଡ ଯାଇଥିଲେ। ସିଭିଲ ଲାଇନ୍ସ ପୁଲିସ୍‌ ଷ୍ଟେସନର ସର୍କଲ ଅଫିସର , ଅନିଲ ସାମନିଆ କହିଥିଲେ , ଡାକ୍ତର ଜଣଙ୍କ ସେକ୍ସନ ୩୭୬(୨)ଡି ( ଅଫିସିଆଲ ପୋଜିସନର ଲାଭ ଉଠାଇବା ଓ ନିଜ କବଳରେ ରଖି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ) ଆଘାରରେ ଗିରଫ ହୋଇଥିଲେ ।


Share It

Comments are closed.