ଚନ୍ଦ୍ରରେ କିଭଳି ହୋଇଥାଏ ଭୂମି? ପୃଥିବୀଠାରୁ କେତେ ଭିନ୍ନ ହୋଇଥାଏ ସେଠାକାର ମାଟି ଏବଂ ବାୟୁମଣ୍ଡଳ ?


ଚନ୍ଦ୍ରଯାନ-୩ ଚନ୍ଦ୍ରର ଭୂମିର ଫଟୋ ସେୟାର କରିଛି, ଯାହାକୁ ଦେଖି ଆପଣ ଅନୁମାନ କରିପାରିବେ କି ଚନ୍ଦ୍ରର ଭୂମି କେମିତି ଅଛି । ତେବେ ଆସନ୍ତୁ ଜାଣିବା ଭାରତଠାରୁ ଏହି ଭୂମି କେତେ ଅଲଗା ।

ଆପଣ ଭାବୁଥିବେ ଚନ୍ଦ୍ରର ଭୁମି ମଧ୍ୟ ପୃଥିବୀ ସହ ସମାନ ହେବ, କିନ୍ତୁ ତାହା ନୁହେଁ । ସେଠାକାର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ନାସାର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ପୃଥିବୀ ପରି ଚନ୍ଦ୍ରରେ ସମତଳ, ପର୍ବତ ଏବଂ ଉପତ୍ୟକା ରହିଛି ଏବଂ ଏହା କେବଳ ମରୁଭୂମି ପରି ଦେଖାଯାଏ ।

ଏପରି ଅନେକ ବଡ଼ ବଡ଼ ଖାଲ ମଧ୍ୟ ଅଛି, ଯାହା ମହାକାଶ ପଥର ଏବଂ ଗ୍ରହାଣୁର ମୁହାଁମୁହିଁ ଧକ୍କା ଯୋଗୁଁ ହୋଇଥାଏ । କିନ୍ତୁ ଚନ୍ଦ୍ରରେ ନିଶ୍ୱାସ ନେବା ପାଇଁ ବାୟୁ ନାହିଁ ।

ଚନ୍ଦ୍ରରେ ବାୟୁମଣ୍ଡଳ ନାହିଁ। ଅର୍ଥାତ୍ ଏଠାରେ ପବନ ନାହିଁ, ପାଣିପାଗ ନାହିଁ ଏବଂ ଏହି କାରଣରୁ ଏଠାରେ କୌଣସି ଗଛ ନାହିଁ । ଉଦାହରଣ ସ୍ୱରୂପ, ଯଦି ଏଠାରେ ଏକ ଚିହ୍ନ ହୋଇଯାଏ, ତେବେ ତାହା କେବେ ବି ଯାଏ ନାହିଁ ।

ଯେମିତି ମହାକାଶଚାରୀମାନେ ଯେତେବେଳେ ବି ଚନ୍ଦ୍ରରେ ଚାଲିଛନ୍ତି, ସେମାନଙ୍କର ଧୂଳିଆ ପାଦ ଚିହ୍ନ ଏବେ ବି ସେଠାରେ ଅଛି ଏବଂ ତାହା ଆଗକୁ ମଧ୍ୟ ସେଠାରେ ରହିବ । ଏହାବ୍ୟତୀତ ଏଠାରେ ଅନେକ ପଥର ଭଳି ଆକୃତି ରହିଛି।

ଯେମିତି ପୃଥିବୀରେ ଜମି ଆଉ ମାଟି ଅଛି । ସେଠାରେ ଏହା ସମାନ ନୁହେଁ ଏବଂ କିଛି ପାଉଡର ଭଳି ପଦାର୍ଥ ସେଠାରେ ମାଟିକୁ ଘୋଡ଼ାଇ ଥାଏ ଏବଂ ଏହାକୁ ଲୁନାର ରେଜୋଲିଥ୍ କୁହାଯାଏ ।

ଚନ୍ଦ୍ରପୃଷ୍ଠରେ ଅଗ୍ନେୟ ପଥର ରହିଛି। ବିଶ୍ୱାସ କରାଯାଏ ଯେ ଏହି ହାଇଲାଣ୍ଡଗୁଡିକ ଆନୋର୍ଥୋସାଇଟ୍ ଦ୍ୱାରା ଗଠିତ ଏବଂ ଏଥିରେ କ୍ୟାଲସିୟମ ମଧ୍ୟ ରହିପାରେ ।


Share It

Comments are closed.